ହେଡଲାଇନସ୍:

ପ୍ରଥମ ଏକଦିବସୀୟ କିଶୋର ମେମୋରିଆଲ କବାଡି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିଳ ଦୀପ- ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ଖେଳପଡିଆ ଠାରେ ସ୍ପୋଟିର୍ସ ଓ କଳଚରାଲ ଏସୋସିଏସନ ପଦ୍ମପୁର ଦ୍ବାରା ଆୟୋଜିତ ପ୍ରଥମ ଏକଦିବସୀୟ କିଶୋର ମେମୋରିଆଲ କବାଡି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି ।ଉଦଘାଟିତ ଉତ୍ସବରେ ପୂର୍ବତନ ଅଧ୍ୟାପକ ତଥା ନାଟ୍ୟକାର କେଶରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଓ ପୂର୍ବତନ କ୍ରୀଡାବିତ ସଚ୍ଚିଦାନନ୍ଦ ବହିଦାର, ପୂର୍ବତନ କ୍ରୀଡାବିତ ବିଦେଶୀ ସାହୁ ଓ ମହିଳା ମହାବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ ସୁକୁମାରୀ ତାଣ୍ଡି ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଆଖପାଖ ଅଞ୍ଚଳର ଆଠଟି ଦଳ ଅଂଶଗ୍ରହଣ କରିଛନ୍ତି ସେମାନଙ୍କୁ ନେଇ ସାତଟି ମ୍ୟାଚ ଅନୁଷ୍ଠିତ ହେବ । ସନ୍ଧ୍ୟାରେ ଚେରଙ୍ଗାଝାଞ୍ଜ ଓ ମାଗୁରପାଣି ମଧ୍ୟରେ ଏକ ପ୍ରଦର୍ଶନୀ ମହିଳା କବାଡି ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସଭାପତି ଡା ନାରାୟଣ ପୁରୋହିତ ସୂଚନା ଦେଇଛନ୍ତି । ଆଜିର ଖେଳକୁ ଧ୍ୟାନଚାନ୍ଦ ଲୋହାର, ବୈବସୁତ ପ୍ରଧାନ, ଧରମ ବେହେରା, ସୁରେଶ ମହାକୁଡ଼,ସୁଦର୍ଶନ ମହାକୁଡ଼ ଓ ଅଜିତ ପ୍ରଧାନ ପରିଚାଳନା କରୁଛନ୍ତି । ଫୁଲୱାମା ଠାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଜବାନଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

 

0
0
0
s2sdefault