ହେଡଲାଇନସ୍:

ପ୍ରଧାନମନ୍ତ୍ରୀଙ୍କ ପାଇଁ ଉତ୍ସାହର ମାହୋଲ : ଲୋକାର୍ପଣ ଅପେକ୍ଷାରେ  ୪,୫୦୦ କୋଟିରୁ ଉର୍ଧ୍ଵ ଟଙ୍କାର ପ୍ରକଳ୍ପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେଲେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ଵ ପ୍ରସ୍ତୁତିର ଜାଇଜା

Baripada

Dillip Mohanty/Arabinda Das 

ମାତ୍ର ୧୨ ଦିନର ବ୍ୟବଧାନରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ | ଶନିବାର ପ୍ରଧାନମନ୍ତ୍ରୀଙ୍କ ଏ ଲଗାତାର ଦ୍ଵିତୀୟ ଗସ୍ତକୁ ନେଇ ବିଜେପି ଶିବିରରେ ଉତ୍ସାହର ଲହରୀ | ଆଉ ତାପରେ ଆଉ କିଛି ଦିନର ବ୍ୟବଧାନରେ ପୁଣି ଆସିବେ ପଶ୍ଚିମ ଓଡିଶା ଗସ୍ତରେ । ଶନିବାର ବାରିପଦାକୁ ଆସୁଥିବା ପ୍ରଧାନମନ୍ତ୍ରୀ ପ୍ରାୟ ୪,୫୦୦ କୋଟି ଟଙ୍କାରୁ ଉର୍ଧ୍ଵ  ପ୍ରକଳ୍ପ ସମୂହକୁ ରାଷ୍ଟ୍ର ନିମନ୍ତେ ଲୋକାର୍ପଣ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବାରିପଦା ରେଡି, କର୍ମୀ ନେତାଙ୍କ ଉତ୍ସାହ ଉତ୍ତୁଙ୍ଗ ଶିଖରରେ | ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଜି ନେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସମଗ୍ର ପ୍ରସ୍ତୁତିର ଜାଇଜା | 

ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ ଅବସରରେ ସମ୍ପୂର୍ଣ  ଓଡିଶାରେ ଉତ୍ସାହର ମାହୋଲ ରହିଛି ବୋଲି ବାରିପଦା ପହଁଚି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସମୀକ୍ଷା କରିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ବିଭିପ୍ରସ୍ତର ଓ ଶୁଭାରମ୍ଭ କରିବା ପରେ ଏକ ବିଶାଳ ଜନସମାବେଶକୁ ସମ୍ଭୋଧିତ କରିବେ । ଏହି ଜନ ସମାବେଶରେ ଲକ୍ଷାଧିକ ଲୋକ ବିଶେଷ ଭାବେ ଉତର ଓଡିଶାରୁ ଆସି ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଅନେକ ବିକାଶ ପ୍ରକଳ୍ପର ଶୁଭାରମ୍ଭ ଓ ଭିତିପ୍ରସ୍ତର ସ୍ଥାପନ କରିବେ । ଟାଟାରୁ ମୟୁରଭଞ୍ଜକୁ ନୂଆ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ବିଭିନ୍ନ ପୋଷ୍ଟ ଅଫିସରେ ପାସପୋର୍ଟ ସେବା, ରାସ୍ତା ତଥା ଗ୍ୟାସ ପାଇପଲାଇନର ଭିତିଭୂମି ବିକାଶ କାମର ମଧ୍ୟ ଶୁଭାରମ୍ଭ ହେବ । ମୟୁରଭଞ୍ଜର ପୁରୁଣା ରାଜଧାନୀ ହରିପୁରର ଜିର୍ଣ୍ଣୋଧାର ସହ ମୟୁରଭଞ୍ଜ ଓ ଉତର ଓଡିଶାର ମାନ ସମ୍ମାନ ବଢୁ, ସ୍ଥାନୀୟ ରୋଜଗାର ବଢୁ. ପର୍ଯ୍ୟଟନରେ ବିକାଶ ହେଉ ଏଥିପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବାକୁ ଥିବା ପ୍ରଳାପପ ଗୁଡିକ ମଧ୍ୟରେ ୩୩୧୮ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୦ କିମି ଲମ୍ବ ତିନୋଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭୂମି ପୂଜନ କରିବେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ୨୧୫ ନମ୍ବର ଜାତୀୟ ରାଜପଥର ରିମୁଳି-କୋଇଡ଼ା ଭାଗ (ନୂତନ ୫୨୦ ନଂ ଜାତୀୟ ରାଜପଥ)କୁ ୪ ଲେନ ବିଶିଷ୍ଟ କରିବା, ୨୧୫ ନଂ ଜାତୀୟ ରାଜପଥ(ନୂଆ ୫୨୦ ନଂ ଜାତୀୟ ରାଜପଥ)ର କୋଇଡ଼ା-ରାଜାମୁଣ୍ଡା ଭାଗକୁ ଚାରି ଲେନ ବିଶିଷ୍ଟ କରିବା ଏବଂ  ୬ ନଂ ଜାତୀୟ ରାଜପଥ (ନୂତନ ୪୯ ନଂ ଜାତୀୟ ରାଜପଥ)ର ସିଙ୍ଗାରା-ବିଞ୍ଜାବାହାଲ ଭାଗକୁ ୪ ଲେନବିଶିଷ୍ଟ କରାଯିବ । ଏହି ପ୍ରକଳ୍ପଗୁଡ଼ିକ ଅଧୀନରେ ୪ଟି ବାଇପାସ, ୩ଟି ଫ୍ଲାଏଓଭର, ୧୧ଟି ବାହନ ଅଣ୍ଡରପାସ, ୧୨ଟି ବୃହତ ସେତୁ, ୫୦ଟି ସାଧାରଣ ସେତୁ ଏବଂ ୩୪ କିମି ସର୍ଭିସ ରୋଡ ରହିଛି ।

ବାରିପଦାଠାରେ ସେ ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ସେକ୍ସନ ଏଲପିଜି ପାଇପଲାଇନ ପ୍ରକଳ୍ପ ଏବଂ ବାଲେଶ୍ୱର ବହୁମୂଖୀ ଲଜିଷ୍ଟିକ ପାର୍କର ଲୋକାର୍ପଣ କରିବେ । ଏହା ବ୍ୟତୀତ ହରିପୁରଗଡ ଠାରେ ଥିବା ଐତିହାସିକ ଦୁର୍ଗର ରସିକରାୟ ମନ୍ଦିରର ବିକାଶ ଓ ସଂରକ୍ଷଣ କାର୍ଯ୍ୟକୁ ଶୁଭାରମ୍ଭ କରିବେ । ଏହାସହ ରାଜ୍ୟର ୬ଟି ପାସପୋର୍ଟ ସେବା କେନ୍ଦ୍ର ଉଦ୍ଘାଟନ କରିବା ସହ ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିବେ । ଟାଟାନଗର-ବାଦାମପାହାଡ ମଧ୍ୟରେ ଦ୍ୱିତୀୟ ପାସେଞ୍ଜର ଟ୍ରେନର ଚଳାଚଳକୁ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ବାରିପଦାଠାରେ ଏକ ଜନସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଝାଡଖଣ୍ଡରେ ଗସ୍ତରେ ଯାଇ ସେଠାରେ ସେ ଉତର କୋଏଲ (ମଣ୍ଡଳ ଡ୍ୟାମ) ପ୍ରକଳ୍ପର ପୁନରୁଦ୍ଧାର ଏବଂ କହଁର ଷ୍ଟୋନ ପାଇପଲାଇନ ଜଳସେଚନ ପ୍ରକଳ୍ପର ଆଧାରଶିଳା ରଖିବେ ।ଏହାସହ  ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ୨୫ ହଜାର ହିତାଧିକାରୀଙ୍କ ପାଇଁ ଇ-ଗୃହ ପ୍ରବେଶ କାର୍ଯ୍ୟକୁ ଭିଡିଓ କନଫରେନ୍ସ ଜରିଆରେ ଉଦ୍ଘାଟନ କରିବେ ।

 

0
0
0
s2sdefault