ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ -୨୦୧୯ : ଲୁକାୟିତ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱ

3

 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କ୍ରୀଡ଼ା ଓ ଯୁବ ସେବା , ଓଡିଶା, ଭୁବନେଶ୍ବର ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ-୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

    ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ ଏବଂ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼ଃ. ବୃଷକେତୁ ଦାସ ଯୋଗଦେଇ ମିଳିତ ଭାବେ ଉଦ୍ ଘାଟନ କରିଥିଲେ । 

ମୁଖ୍ୟତଃ ଯୁବ ମହୋତ୍ସବ ପାଳନର ଆବଶ୍ୟକତା ଏବଂ ଏହା ଦ୍ବାରା ଜିଲ୍ଲାର ଗ୍ରାମାଞ୍ଚଳରେ କଳା, ସଂସ୍କୃତି ଯୁବପିଢୀଙ୍କ ପାଖରେ ରହିଥିବା ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ହେଉଛି ଏହି ଉତ୍ସବର ମୂଳ ଲକ୍ଷ୍ୟ। ଏପରି ଯୁବ ଉତ୍ସବ ମାଧ୍ୟମରେ ତାଙ୍କ ଭିତରେ ଥିବା ପ୍ରତିଭା ପ୍ରଦର୍ଶନର ସୁଯୋଗ ଦେଇଥାଏ ଏହି ମଞ୍ଚ ।

   ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା  ଡ଼ଃ. କଲ୍ୟାଣୀ ମିଶ୍ର , ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର , ଡ଼ଃ.ଚନ୍ଦନ ଗନ୍ତାୟତ, ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ  ଯୁବ ପ୍ରତିଭାର ବିକାଶ ଉପରେ କହି  ସ୍ୱାମୀ ବିବେକାନନ୍ଦଙ୍କ  ଆଦର୍ଶରେ ଅନୁପ୍ରାଣିତ ହେବାକୁ କହିଥିଲେ ।   ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ବ୍ଲକଅଞ୍ଚଳରୁ  ଯୁବ କଳାକାର ମାନେ ଯୋଗ ଦେଇ ଲୋକ ନୃତ୍ୟ , ଲୋକଗୀତ , ଓଡ଼ିଶୀ , କୁଚୁପୁଡି , ଭାରତ ନାଟ୍ୟମ୍ , ବକୃତା ,ମୃଦଙ୍ଗ , ତବଲା ,କାର୍ଣ୍ଣାଟକୀ ସଙ୍ଗୀତ ଏବଂ  ନାଟକ ଅଭିନୟ ପ୍ରଭୃତି କଳା ସେମାନଙ୍କର ପ୍ରଦର୍ଶନ କରିଥିଲେ ।

http://www.youtube.com/watch?v=GxtZ4rqi7Zc   

ପାରଳାଖେମୁଣ୍ଡି ସମେତ ଜିଲ୍ଲାର ସମସ୍ତ ୭ ଟି ବ୍ଲକଅଞ୍ଚଳରୁ  ୯ ଗୋଟି ବିଭାଗର ପ୍ରତିଯୋଗିତାରେ  ପ୍ରାୟ ୩୫୦ରୁ  ଉର୍ଦ୍ଧ୍ବ ଯୁବକ ଯୁବତୀ କଳାକାର ଅଂଶଗ୍ରହଣ କରିଥିଲେ । ଲୋକ ନୃତ୍ୟ , ଲୋକଗୀତ ଏବଂ  ନାଟକ ଅଭିନୟରେ ପାରଳାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭି ଆର୍ଟସ ପ୍ରଥମ, ଓଡ଼ିଶୀରେ ବିନ୍ଦୁ ପ୍ରିୟା ମଣ୍ଡଳ ପ୍ରଥମ,  କୁଚୁପୁଡିରେ  ଉର୍ମିଳା ପଟ୍ଟନାୟକ ପ୍ରଥମ, ଭାରତ ନାଟ୍ୟମ୍ ରେ ବି. ମନଷା ପ୍ରଥମ,ବକୃତାରେ ଆଦ୍ୟାଶା ସାହୁ ପ୍ରଥମ, ମୃଦଙ୍ଗ ଓ ତବଲାରେ ନୃସିଂହ ପ୍ରସାଦ ଚରତି ପ୍ରଥମ ଏବଂ କାର୍ଣ୍ଣାଟକୀ ସଙ୍ଗୀତରେ ଉମେଶ ପାତ୍ର ପ୍ରଥମ । ଏମାନେ ସମସ୍ତେ  ଆସନ୍ତା ୧୮-୧୨-୨୦୧୯ ଠାରୁ ୨୧-୧୨-୨୦୧୯ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ଠାରେ ହେବାକୁ ଥିବା ୨୫ତମ ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବରେ ଗଜପତି ଜିଲ୍ଲା ପକ୍ଷରୁ ୫୦ଜଣ ପ୍ରତିଯୋଗି ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି ।  ଗୁରୁ ରଘୁନାଥ ପାତ୍ର , ଡ଼ଃ. କଲ୍ୟାଣୀ ମିଶ୍ର , ଅଧ୍ୟାପିକା ସଂଯୁକ୍ତା ପାତ୍ର , ନୃସିଂହ ଚରଣ ପଟ୍ଟନାୟକ,  ବିରେଶ କୁମାର ମହାପାତ୍ର ,  ପ୍ରବୀଣ ପଣ୍ଡା , ଡି. ପ୍ରିୟଙ୍କା  ,ବାଗ୍ନି ରଂଜନ  ଏବଂ  ଆଇ . ମନ୍ମଥ ରାଓ ପ୍ରମୁଖ ଯୁବ ମହୋତ୍ସବ ପ୍ରତିଯୋଗିତାରେ ବିଚାରକ ଭାବେ ଯୋଗ ଦେଇଥିଲେ ।

     ଉଦ୍ ଯାପନୀ ସନ୍ଧ୍ୟାରେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଏବଂ  ଅତିରିକ୍ତ ଉପ-ଜିଲ୍ଲାପାଳ ସରୋଜ କୁମାର ବେହେରା ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାରେ ବିଜୟରୁ ଉଲ୍ଲସିତ ଏବଂ ପରାଜୟରୁ ମର୍ମାହତ ନ ହୋଇ ସାରା ଜୀବନକୁ ଏକ ପ୍ରତିଯୋଗିତା ଭାବି ଚାଲିବାକୁ କହିଥିଲେ। ଅତିଥି ମାନେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର  ଓ ମାନପତ୍ର ବଣ୍ଟନ କରିଥିଲେ ।

 

 ସମସ୍ତ କାର୍ଯ୍ୟକ୍ରମକୁପ୍ରିୟ ବ୍ରତ ମିଶ୍ର , ରେଖା ରାଣୀ ଦେଓ, ଧିରେନ କୁମାର ସାମଲ  ପ୍ରମୁଖ ପରିଚାଳନା କରିଥିବା ବେଳେ ଅମୁଲ୍ୟ ପାଣିଗ୍ରାହୀ , ରମାକାନ୍ତ ପଟ୍ଟନାୟକ  କାର୍ଯ୍ୟକ୍ରମକୁ  ସଂଯୋଜନା କରିଥିଲେ।

 

Leave A Reply

Your email address will not be published.