ଓଡ଼ଗାଁ ଏନଏସିରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ବୈଠକ

3

ଓଡ଼ଗାଁ, /ଶ୍ରୀକାନ୍ତ ମିଶ୍ର  : ନୟାଗଡ଼ ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟର ସହ ବନ୍ଧିତ ନିର୍ମାଣ ଶ୍ରମିକ ବୈଠକ ଓଡ଼ଗାଁ ଏନଏସି ଅନ୍ତର୍ଗତ କଲ୍ୟାଣୀମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ବିମ୍ବାଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ରାଜ୍ୟ ସହ ସଂପାଦକ ଶ୍ରୀକାନ୍ତ ପଟ୍ଟନାୟକ ଯୋଗଦେଇ ସଂଗଠନକୁ ମଜବୁତ କରିବା ସହ ରାଜ୍ୟ ସରକାର ନିର୍ମାଣ ଶ୍ରମିକମାନଙ୍କ ପାଇଁ ଯୋଗାଇ ଦେଉଥିବା ସହାୟତା ରାଶି ତଳ ସ୍ତରରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ପାଖରେ କିଭଳି ପଂହଚିବ ସେ ନେଇ ଆହ୍ୱାନ ଦେଇଥିଲେ । ଆଲୋଚନାରେ ଏନଏସିର ନେତୃତ୍ୱମାନେ ଅଂଶ ଗ୍ରହଣ କରି ବିଜୁ ଶ୍ରମିକ ସାମ୍ମୁଖ୍ୟ ପ୍ରତି ୱାଡ଼ରୁ ୭୫ ଜଣିଆ କମିଟି ଗଠନ କରାଯାଇଛି । ଫଳରେ ଦଲାଲ୍ ମାନଙ୍କ ପାଦୃଭାବ ଲୋପ ପାଇବ ଆଶା କରାଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ସଦସ୍ୟ ବିଭୂ ପ୍ରସାଦ ସାହୁ ଓ ସଂଗଠକ ସୂର୍ଯ୍ୟକାନ୍ତ ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ଶତାଧିକ ନିର୍ମାଣ ଶ୍ରମିକ ଯୋଗ ଦେଇଥିଲେ ।

 

Leave A Reply

Your email address will not be published.