ଉଠା ଜଳସେଚନ ଯୋଗ ଗତବର୍ଷ ତୁଳନାରେ ଭଲ ଫସଲ 

3

ଚାଷୀ କହିଲେ “ଆମେ ବହୁତ ଖୁସି…ଆହୁରି ହେଲେ ଆହୁରି ଖୁସି ହେବୁ।”

ଶାସକ ପ୍ରଶାସକ/ ଜାମସେଠ:- ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଉଠା ଜଳସେଚନ ପଏଣ୍ଟ ସହାୟତାରେ  ହୋଇଥିବା ସଫଳ ଜଳସେଚନ ଯୋଗୁଁ ଗତ ବର୍ଷଠାରୁ ଅଧିକ ତଥା ପ୍ରଥମ ଭଲ ଫସଲ ଅମଳ ଖୁସିରେ ଗ୍ରାମବାସୀ ଏକ ଭୋଜିର ଆୟୋଜନ କରିଥିଲେ।

ବରତୁଣ୍ଡା ଗ୍ରାମପଞ୍ଚାଯତର ସୁରୁଙ୍ଗିଦାଦରରେ ଆଜି ସଫଲ ଉଠାଜଲସେଚନ ପାଇଁ ବୁଢାରଜା ପାଣିପଞ୍ଚାୟତ ସୁରୁଙ୍ଗିଦାଦର ଆଜି ସଫଲ କାର୍ଯ୍ୟକ୍ରମ ପାଇଁ ଉଠା ଜଲସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ  ଓ କୃଷକ ମହାସଂଘ ମାଣ୍ଡୋସିଲ ଓ ଓଡିଶା ସରକାରଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଗ୍ରାମବାସୀ ସହିତ ଆଞ୍ଚଳିକ କୃଷକ ମହାସଂଘ ମାଣ୍ଡୋସିଲ ର ବରିଷ୍ଠ ସଦସ୍ୟ  ଗିରିଶ କୁମାର ଡନସନା,ନରସିଂହ ବନଛୋର,ଗୁରୁବାର ପଟ୍ଟନାୟକ,ଜିଲ୍ଲାପରିଷଦ ବିଶ୍ବନାଥ ବାଗ,ରାଜେନ୍ଦ୍ର କୁମାର ପ୍ରଧାନ ଯୋଗଦେଇ ଆଗାମି ଦିନରେ ସରକାରଙ୍କ  କୃଷି କ୍ଷେତ୍ରରେ ଯୋଜନାକୁ ସଚେତନ ହୋଇ ସଫଳ ରୁପାୟନ କରିବାକୁ ଚାଷିମାନଙ୍କୁ ଅନୁରୋଧ କରିଥିଲେ।

 

 

 

 

Leave A Reply

Your email address will not be published.