ପଦ୍ମପୁର ସହରରେ ବିଶ୍ବ ଏଡସ୍ ଦିବସ ପାଳିତ ।

3

ପଦ୍ମପୁର(ଶାସକ ପ୍ରଶାସକ)ପଦ୍ମପୁର ସହରରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଯାଇଛି । ପଦ୍ମପୁର ଡାକ୍ତରଖାନା ପରିସରରେ ଥିବା ଆଇ.ଟି.ସି. ସେଣ୍ଟର ଠାରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦାନ କରି ଅଞ୍ଚଳ ମହାବିଦ୍ୟାଳୟ ୟୁଥ୍ ରେଡକ୍ରସ ୟୁନିଟ ଛାତ୍ର ଛାତ୍ରୀ ମାନଙ୍କୁ ପତାକା ଦେଖାଇ ରେଲିକୁ ଉଦଘାଟନ କରିଥିଲେ। ପଦ୍ମପୁର ମେଡିକାଲ ପରିସରରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ, ଅଞ୍ଚଳ ମହା ବିଦ୍ୟାଳୟ ଅଧ୍ୟକ୍ଷ ଡ ଲଳିତେନ୍ଦୁ ନାୟକ, ମେଡିକାଲ ସୁପରିଟେଣ୍ତ ଗୀତା ପୀୟୁଷ ମିଶ୍ର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ,ଡ ସରୋଜ ସେଠ,ପଦ୍ମପୁର ଥାନା ଭାରପ୍ରାପ୍ତ ଅଧିକାରୀ ମାନସ ରଞ୍ଜନ ପ୍ରଧାନ,ବିଶିଷ୍ଟ ସମାଜସେବୀ ନିରୋଜ ଦୋରା,ୟୁଥ୍ ରେଡକ୍ରସ ଅଧିକାରୀ ବିଦ୍ଯାଧର ଦାସ,ପ୍ରମୋଦ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦାନ କରି ନିଜ ନିଜର  ବକ୍ତବ୍ୟ ଉପସ୍ଥାପିତ କରିଥିଲେ । ଅଞ୍ଚଳ ମହା ବିଦ୍ୟାଳୟ ଜୁନିଅର ରେଡକ୍ରସ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସ୍ଲୋଗାନ ଓ ପ୍ଲାକାର୍ଡ ଧରି ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନଙ୍କ ସାଙ୍ଗରେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜନ ସାଧାରଣଙ୍କୁ ଏଡସ୍ ବିଷୟରେ ସଚେତନ କରି ଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ତାରା ପ୍ରସାଦ ଶତପଥୀ, କାଉନସିଲର ଚିନ୍ତାମଣି ପଣ୍ଡା,ଦିପକ ସାହୁ, ସୁମିତ ସିହ୍ନା, ଜିତେନ୍ଦ୍ରୀୟ ଗୁର୍ଲା ପ୍ରମୁଖ ଯୋଗଦାନ କରି ଶୋଭାଯାତ୍ରାକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Leave A Reply

Your email address will not be published.