ପଦ୍ମପୁର/ ଶାସକ ପ୍ରଶାସକ : ପଦ୍ମପୁର ଓକିଲ ସଂଘ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ପାଣିଗ୍ରାହୀଙ୍କୁ ତାଙ୍କ ଓକିଲାତିର ୫୦ ବର୍ଷ ପୂରଣ କରିଛନ୍ତି। ସେ ୧୯୬୯ ମସିହାରେ ପଦ୍ମପୁର ଓକିଲ ସଂଘରେ ଯୋଗଦାନ କରିଥିଲେ। ଏ ଅବସରରେ ଶ୍ରୀ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଶନିବାର ଦିନ ପଦ୍ମପୁର ଓକିଲ ସଂଘ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ସମ୍ବର୍ଦ୍ଧନା ସଭାକୁ ଓକିଲ ସଂଘର ସଭାପତି କିଶୋର କୁମାର ମେହେର ପରିଚାଳନା କରିଥିଲେ। ପଦ୍ମପୁର ଉପ ଜିଲ୍ଲାପାଳ ତନ୍କୟ କୁମାର ଦରୱାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏ ଅବସରରେ ପଦ୍ମପୁର ଓକିଲ ସଂଘର ସମସ୍ତ ଆଇନଜୀବୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post