ଜଗଦଲପୁର ପୋଲିସ କବଜାରେ ନକଲି ତହସିଲଦାର

3

ବରଗଡ / ପଦ୍ମପୁର :- ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନାରେ ଗତ ମେ ମାସ ଆଠ ତାରିଖ ଦିନ ଝାରବନ୍ଧ ବ୍ଲକ ଅଡ଼ାପାଣି ଗ୍ରାମ ପାଖରେ ରବିଶଙ୍କର ପାରେ ନାମକ ଜଣେ ବ୍ୟକ୍ତି ନିଜ ଟ୍ରାକ୍ଟରରେ ବାଲି  ନେଇ ଯାଉଥିବା ସମୟରେ ତିନିଜଣ ଯୁବକ ନିଜକୁ ଝାରବନ୍ଧ ତହସିଲଦାର ପରିଚିତ ଦେଇ ରବିଶଙ୍କର ବାଲି ନେବା ପାଇଁ ଖଜଣା ଦେବା ନାରେ ସମୁଦାୟ ତେଇସି ହଜାର ଟଙ୍କା ଠକି ନେଇଥିଲେ । ରବିଶଙ୍କର ଠକି ଯାଇଥିବା କଥା ଜାଣିବା ପରେ ସେ ଜଗଡଲପୁର ଥାନାରେ ଅଭିଯୋଗ କରିଥିଲେ । ଏହି ମାମଲା ନେଇ ପୋଲିସ ଲଗାତାର ଭାବରେ ଉକ୍ତ ଯୁବକର ତଲାଶ  କରୁଥିବା ବେଳେ ଆଜି ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ପୋଲିସ ଏହି ତିନି ଜଣ ଅଭିଯୁକ୍ତ ଙ୍କର ମଧ୍ୟରୁ ନିଜକୁ ତହସିଲଦାର ପରିଚିତ ଦେଇଥିବା ବ୍ୟକ୍ତି ଖଗେଶ୍ବର @ ପୃଥ୍ଵୀରାଜ ପ୍ରଧାନକୁ ଗିରଫ କରିବା ସହିତ ତା ନିକଟରୁ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରିବାରେରେ ସଫଳ ହେଇଛି । ଖଗେଶ୍ବର ବିରୋଧରେ କେଶ ନମ୍ବର ୫୪/୧୯ ଧାରା ୩୪୧/୨୯୪/୫୦୬/୩୮୪/୪୧୯/୪୨୦/୩୪IPC/3(୧)(r)(s)/(୨)(va)sc&st,(pa) ଓ କେଶ ନମ୍ବର 142/19 ଧାରା U/S ଆର୍ମ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ଖଗେଶ୍ବର କୁ କୋର୍ଟ ଚାଲାଣ କରିଥିବା ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଉକ୍ତ ସମ୍ମିଳନୀରେ ଜଗଦଲପୁର ଥାନା ଅଧିକାରୀ ଲଳିତା ଲିଲିମା ବାର୍ଳା ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.