ଦଳିତ ଅଧିକାରୀ ମଞ୍ଚ ର ବିଡ଼ିଓ ଙ୍କୁ ଦାବି ପତ୍ର :କାର୍ଯ୍ୟନୁଷ୍ଠାନ ନ ହେଲେ ଆସନ୍ତା ସୋମବାରରୁ ଗଣ ଧାରଣା

3

 ସିନାପାଲିରୁ ନିରାକାର ମେହେର -ନୂଆପଡା ଜିଲ୍ଲା ସିନାପାଲି ସହର ପଂଚାୟତ କାପସି ଗ୍ରାମରେ ଏମଜିଏନଆରଇଜିଏସ ରେ ଜମା ନ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଘଟଣାକୁ ନେଇ ଶୁକ୍ରବାର ସିନାପାଲି ଦଳିତ ମଞ୍ଚ ପକ୍ଷରୁ ବିଡ଼ିଓ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି | ଏହି ଘଟଣାରେ ଏମଜିଏନଆରଇଜିଏସ ଆସିଷ୍ଟାଣ୍ଟ ଦେବପ୍ରକାଶ ମେହେରଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିବା ବେଳେ ବଡ଼ବଡ଼ିଆ ସରକାରୀ କର୍ମଚାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ  କରା ନ ଗଲେ ଆସନ୍ତା ସୋମବାର ଗଣ ଧାରଣାରେ ବସିବାକୁ ମଞ୍ଚର ସଭାପତି କମଲ ତାଣ୍ଡି  ଚେତାବନୀ ଦେଇଛନ୍ତି  | 

ସୂଚନାଯୋଗ୍ୟ ଯେ ସିନାପାଲି ପଂଚାୟତ କାପସି ଗାଁ ରେ କାମ ନ କରି ସରକାରୀ ନିୟମକୁ ଉଲ୍ଲଙ୍ଘନ କରି 2018/19ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି | ଆର୍ଥିକ ବର୍ଷ ରେ ଆଠ ଜଣ ହିତାଧିକାରୀଙ୍କ ନାମରେ ଟଙ୍କା ଉଠାନ୍ କରି ଆତ୍ମସାତ ହୋଇଥିବା ଜଣାପଡିଛି ! ଏ ନେଇ ଖୋଦ ସରପଞ୍ଚ ଗତ ମାର୍ଚ୍ଚ ରେ ବିଡ଼ିଓଙ୍କୁ ଲିଖିତ ଭାବେ ଜଣାଇ ଏହା ଉପରେ ମାର୍ଚ୍ଚ 23ତାରିଖ ରେ ସିନାପାଲି ବିଡ଼ିଓ ସୁରେନ୍ଦ୍ର ମେହେର ତଦନ୍ତ କରି 3ଲକ୍ଷ 53ହଜାର 83ଟଙ୍କା ହଡପ କରାଯାଇଥିବା ନେଇ ପିଡି ଡିଆରଡିଏଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ | ପରବର୍ତ୍ତୀ ସମୟରେ ଗତ ଜୁଲାଇ 28ତାରିଖରେ ବିଜୟରାଜ ତଦନ୍ତ କରି ତତକାଳୀନ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ | ପ୍ରଶାସନ ସେତେବେଳେ କୌଣସି ପଦକ୍ଷେପ ନେଇନଥିଲା | ନୂତନ ଜିଲ୍ଲାପାଳ ଯୋଗଦାନ ପରେ ପିଡି ଡିଆରଡିଏ ପକ୍ଷରୁ ପତ୍ର ସଂଖ୍ୟା 2923/19 ରେ ଗ୍ରାମ ରୋଜଗାର ସେବକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି | ଆସିଷ୍ଟାଣ୍ଟ  ମେହେରଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି  | କିନ୍ତୁ ଏ ଥିରେ ସମ୍ପର୍କ ଅଧିକାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ  କରା ନ ଯାଉଥିବାରୁ ଦଳିତ ଅଧିକାର ମଞ୍ଚ ପକ୍ଷରୁ ବିଡ଼ିଓ ଙ୍କୁ ଦାବି ପତ୍ର ଦେଇ ଯଥାଶୀଘ୍ର ପଦକ୍ଷେପ ନେବା କୁ ଦାବି ଜଣାଇଛନ୍ତି | ଦଳିତ ଅଧିକାରୀ ମଞ୍ଚ ସଭାପତି କମଲ ତାଣ୍ଡିଙ୍କ ନେତୃତ୍ୱରେ ନୂତନ ମାଝୀ, ଅଲିଶା ତାଣ୍ଡି, ଅଲେଖ ଶୁନାନି ସମେତ ଅନେକ କର୍ମକର୍ତ୍ତା ସାମିଲ ଥିଲେ |

Leave A Reply

Your email address will not be published.