ପ୍ରବାସରେ ବନ୍ଧୁମିଳନ  2019 

3

ସୋହାର (ଶାସକ ପ୍ରଶାସକ)ଯେମିତି ଶୀତ ପଡିଲେ ନଭେମ୍ବର ଡିସେମ୍ବର ମାସରେ ଆମ ଓଡ଼ିଶାରେ ପିକନିକ ବା ବଣଭୋଜି ଆମେ ଆୟୋଜନ କରିଥାଉ…ବନ୍ଧୁ ପରିଜନଙ୍କ ଗହଣରେ ମସ୍ତିରେ ଦିନଟିଏ କଟାଇଥାଉ, ପ୍ରବାସରେ ବି ସେଇ ପୁରୁଣା ଅଭ୍ୟାସକୁ ମନେ ପକାଇଛନ୍ତି ସୁଦୂର ଓମାନର ସୋହାରରେ ରହୁଥିବା ଓଡ଼ିଆ ଭାଇ ଭଉଣୀ ମନେ | ବ୍ୟସ୍ତବହୁଳ ଯନ୍ତ୍ରବତ ଜୀବନ ଭିତରୁ ଗୋଟାଏ ଦିନ ସମୟ କାଢି  ଚଳିତ ନଭେମ୍ବର ମାସ 27 ତାରିଖରେ ଓମାନର ସୋହାର୍ ସହରରେ ପାଳିଛନ୍ତି ଚଳିତ ବର୍ଷର ଶୀତକାଳୀନ  ବନ୍ଧୁ ମିଳନ କାର୍ଯ୍ୟକ୍ରମ | ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ହର୍ଷ ଉଲ୍ଲାସ ଭିତରେ |

ପ୍ରଥମ ରେ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଏକ କ୍ରିକେଟ ମ୍ୟାଚ  କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା। ମଧ୍ୟାହ୍ନ ଭୋଜନ ପରେ ବିଭିନ୍ନ ବୟସର ସବୁ ଶିଶୁ ଓ ବୟସ୍କଙ୍କ ପାଇଁ ଖେଳ ର ଆୟୋଜନ, କୁନି କୁନି କଳାକାର ( ସ୍ରୁଷ୍ଟି , ଅର୍ଜିତ,  ପାପୁଲ, ପିହୁ, ଦେବ, ରାନୀ ଓ ଶୈଳୀ ) ଙ୍କ ଦ୍ୱାରା ପ୍ରସ୍ତୁତ ନୃତ୍ୟ କାର୍ଯ୍ୟକ୍ରମ  ଅନୁଷ୍ଠିତ କରାଯାଇଥିଲା | ପ୍ରଥମ ଥର ପାଇଁ ବିଭିନ୍ନ ଖେଳର ଆୟୋଜନ ଦାୟିତ୍ଵ ନେଇଥିଲେ ଶ୍ଵେତା  ଏବଂ ଲିପ୍ସା। ରଘୁନାଥ ପ୍ରସାଦ ରଥ, କୃଷ୍ଣ ପ୍ରସାଦ ରଥ,  ଜ୍ୟୋତିର୍ମୟ ଦେ  ଏବଂ  ମୀନାକ୍ଷି ଶତପଥୀଙ୍କ ସଙ୍ଗୀତ ସବୁ ଓଡ଼ିଆ ବନ୍ଧୁମାନଙ୍କୁ  ଏକ ସୂତ୍ରରେ ବାନ୍ଧି ବାରେ ସହାୟକ ହୋଇପାରିଥିଲା । କାର୍ଯ୍ୟକ୍ରମ ଶେଷରେ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। 

ରଘୁନାଥ ପ୍ରସାଦ ରଥ, ଗତିପନ ଦାଶ, ନିର୍ମଲ ବେହେରା, ଉମେଶ ପାଣିଗ୍ରାହୀ, ସଞ୍ଜୟ ପଣ୍ଡା, ପ୍ରଶାନ୍ତ ପଣ୍ଡା, ସୀତାକାନ୍ତ ବେରିହା, ସରୋଜ ସାହୁ, ବିଷ୍ନୁ ନାୟକ ଓ ମୀନାକ୍ଷୀ ଶତପଥୀ ଙ୍କ ତତ୍ତ୍ଵାବଧାନରେ ଶୀତକାଳୀନ  ବନ୍ଧୁ ମିଳନ କାର୍ଯ୍ୟକ୍ରମ ସୁରୁଖୁରରେ ସଂପାଦିତ ହୋଇଥିଲା |

Leave A Reply

Your email address will not be published.