ନାବାଳିକା ଗଣଦୁଷ୍କର୍ମ ମାମଲା:  ଅଭିଯୁକ୍ତ ଯୁବକକୁ ୧୦ ବର୍ଷ ଜେଲ , ୧୦ ହଜାର ଟଙ୍କା ଜୋରିମାନା 

3

ବାରିପଦା(ଦିଲ୍ଲୀପ ମହାନ୍ତି )-  ବାରିପଦା ସ୍ପେଶାଲ ଟ୍ରାକ କୋର୍ଟ ଜଜ୍ ଶାନ୍ତନୁ କୁମାର ଦାଶ ଆଜି ଏକ ନାବାଳିକା ଗଣଦୁଷ୍କର୍ମ ମାମଲା ବିଚାର କରି ଅଭିଯୁକ୍ତ ଯୁବକ ମୋରଡ଼ା ଥାନା ଖୁରୁଣ୍ଟିଆ ଗ୍ରାମର କାର୍ତ୍ତିକ ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଙ୍ଗେସଙ୍ଗେ ଭାରତୀୟ ପିଙ୍ଗଳ କୋଡର଼୍ ସେକ୍ସନ ୩୭୬(୨)(ଶ) ଅନୁସାରେ ୧୦ ବର୍ଷ ଜେଲ ଦଣ୍ଡ, ୧୦ ହଜାର ଟଙ୍କା ଅର୍ଥଦଣ୍ଡ ଏବଂ ଏହା ଅନାଦେୟ ହେଲେ ଅଧିକ ୬ ମାସ କାରାଦଣ୍ଡର ରାୟ ଶୁଣାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି , ୨୦୦୫ ଅକ୍ଟୋବର ୧୧ ରାତିରେ ସ୍ଥାନୀୟ ଅଞ୍ଚଳରେ ଦୁର୍ଗାପୂଜା  ହେଉଥିଲା । ମାଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଆୟୋଜିତ ପାଲା ଦେଖିବା ନିମନ୍ତେ ନିଜର ମା, ବଡ଼ ଭଉଣୀ ଏବଂ ଗ୍ରାମର ଅନ୍ୟ ଲୋକମାନଙ୍କ ସହିତ ପିଡ଼ିତା ଆସିଥିଲା । ପାଲା ଚାଲିଥିବା ବେଳେ ପିଡ଼ିତା ନାବାଳିକା ପରିଶ୍ରା କରିବା ନିମନ୍ତେ ବାହାରକୁ ଯିବ ବୋଲି ତାର ମାଆଙ୍କୁ ଡ଼ାକିଥିଲା । ଏହି ସମୟରେ ଅନ୍ୟ ପରିଚିତ ଝିଅମାନେ ବାହାରକୁ ଯାଉଥିବାର ଦେଖି ସେମାନଙ୍କ ସହିତ ଯିବା ନିମନ୍ତେ ମା ପିଡ଼ିତାକୁ କହିଥିଲେ । ପାଲା ନିକଟରେ ଥିବା ପାନ ଦୋକାନରେ ଅନ୍ୟ ଝିଅମାନେ ଅଟକି ଯିବାରୁ ପିଡ଼ିତା ଏକାକୀ ଦୋକାନଠାରୁ ଅଳ୍ପ ଦୂରକୁ ଚାଲିଯାଇଥିଲା । ଏହି ସମୟରେ ପିଡ଼ିତାର ପଛରେ ଖୁରୁଣ୍ଟିଆ ଗ୍ରାମର କାର୍ତ୍ତିକ ପାତ୍ର(୩୫) ଓ ଗଗନ ସିଂ ପିଡ଼ିତାକୁ ଏକାକୀ ପାଇ ତାର ପାଟିକୁ ଚାପି ଧରି ବଳପୂର୍ବକ ଅନ୍ଧାରୀଆ ନିଛାଟିଆ ସ୍ଥାନକୁ ଟେକି ନେଇ ତା ସହିତ ଜଣେ ପରେ ଜଣେ ଗଣଦୁଷ୍କର୍ମ କରିଥିଲେ । ଏହି ସମୟରେ ଦୂରରୁ ଟର୍ଚ୍ଚ ଆଲୋକ ସେମାନଙ୍କ ଉପରକୁ ପଡ଼ିବା ପରେ ଦୁଷ୍କର୍ମକାରୀ ଯୁବକ କାର୍ତ୍ତିକ ଓ ଗଗନ ଭୟଭିତ ହୋଇପଡ଼ିଥିଲେ । ଏହାର ସୁଯୋଗ ନେଇ ପଡ଼ିତା ଯୋରରେ ଚିକ୍ରାର କରିଥିଲା । ଅଭିଯୁକ୍ତ  ଗଗନ ସିଂ ଏକ ଛୁରୀ ବାହାର କରି ଘଟଣା ବାହାରେ ପ୍ରକାଶ କଲେ ଜୀବନରୁ ମାରି ଦେବାର ଧମକ ଦେଇ ପିନ୍ଧା ବସ୍ଥ୍ରକୁ ଛାଡ଼ି ଦୌଡ଼ି ପଳାଇଯାଇଥିଲେ । ପାଟି ଶୁଣି ସ୍ଥାନୀୟ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଁଞ୍ଚି ପିଡ଼ିତା ନାବାଳିକାକୁ ଉଦ୍ଧାର କରିଥିଲେ । ଉକ୍ତ ଗଣଦୁଷ୍କର୍ମରେ ଶିକାର ହୋଇଥିବା ନାବାଳିକା ପକ୍ଷରୁ ପରବର୍ତ୍ତି ଦିନ ମୋରଡ଼ା ଥାନାରେ ଲିଖିତ ଅଭିଯୋଗ ହେବା ପରେ ଥାନାରେ ଅଭିଯୁକ୍ତ କାର୍ତ୍ତିକ ଓ ଗଗନଙ୍କ ବିରୋଧରେ କେଶ ନଂ ୬୮ରେ ମାମଲା ରୁଜୁ କରାଯାଇଥିଲା ଅଭିଯୁକ୍ତ ଗଗନକୁ ଗିରଫ କରାଯାଇଥିବା ବେଳେ କାର୍ତ୍ତିକ ଫେରାର ହୋଇଯାଇଥିଲା । ୨୦୦୭ରେ ଅଭିଯୁକ୍ତ ଗଗନକୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଦଣ୍ଡିତ କରାଯାଇଥିବା ବେଳେ କାର୍ତ୍ତିକ ଫେରାର ଥିବାରୁ ତାଙ୍କର ବିଚାର ହୋଇପାରିନଥିଲା ।  ପରବର୍ତ୍ତି ସମୟରେ ମୋରଡ଼ା ପୁଲିସ କାର୍ତ୍ତିକକୁ ଗିରଫ କରିଥିଲା ଏବଂ ଉକ୍ତ ମାମଲାରେ ଥିବା ସମସ୍ତ ପ୍ରମାଣ ଓ ସାକ୍ଷୀମାନଙ୍କ ବୟାନକୁ ଭିତ୍ତି କରି ଆଦାଲତ ପକ୍ଷରୁ ଆଜି ଚୁଡ଼ାନ୍ତ ରାୟ ପ୍ରକାଶ ପାଇଛି । 

 

Leave A Reply

Your email address will not be published.