ବଡ଼ବିଲ-ଯୋଡ଼ା ଖଣି ଅଞ୍ଚଳରେ ଥମୁନି ସଡକ ଦୁର୍ଘଟଣା: ଦୁଇ ବାଇକ ଆରୋହୀ ଗୁରୁତର

2

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ଥାନା ଅନ୍ତର୍ଗତ ସେରେଣ୍ଡା ନିକଟରେ ଆଜି ଏକ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଖବରରୁ ପ୍ରକାଶ ଯେ ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ କାଶିଆ  ଅଞ୍ଚଳର ରଞ୍ଜନ ମହାକୁଡ଼ ଓ ସୁରେନ୍ଦ୍ର ମହାନ୍ତ ଏକ ୟାମହା ବାଇକ ଯୋଗେ  ଦ୍ରୁତଗତିରେ ବଡ଼ବିଲ ଆଡକୁ ଯିବା ସମୟରେ ଏକ କ୍ୟାମ୍ପରକୁ ପଛପଟୁ ଧକ୍କା ଦେଇଥିଲେ। ଫଳରେ ଉଭୟ ରାସ୍ତାକଡ଼କୁ ଛିଟକି ପଡ଼ି ଗୁରୁତର ଆହତ ହୋଇଥିଲେ। ଖବର ପାଇ ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ଘଟଣା ସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ତେବେ ଉଭୟଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

Leave A Reply

Your email address will not be published.