ଭଦ୍ରକରେ ସମ୍ବିଧାନ ଦିବସ ପାଳିତ

2

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ): ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଭାରପ୍ରାପ୍ତ ଜିଲ୍ଲାପାଳ  ଶ୍ୟାମଭକ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି । ଭାରପ୍ରାପ୍ତ ଜିଲ୍ଳାପାଳ ଶ୍ରୀ ମିଶ୍ର ପ୍ରଥମେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀଙ୍କୁ ସମ୍ବିଧାନର ସୁରକ୍ଷା ଓ ସମ୍ମାନ ପ୍ରଦର୍ଶନ ନିମନ୍ତେ ଶପଥ ପାଠ କରାଇଥିଲେ । ପରେ ସେ ତାଙ୍କ ବକ୍ତବ୍ୟରେ ରାଷ୍ଟ୍ରର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ସହ ଗଣତନ୍ତ୍ରକୁ ସୁଦୃଢ କରିବା ଏବଂ ସମ୍ବିଧାନ ପ୍ରତି ସମ୍ମାନ ପ୍ରଦର୍ଶନ କରି କାର୍ଯ୍ୟ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।ଏହି ଅବସରରେ ଆଜକୁ ୧୧ ବର୍ଷ ତଳେ ୨୬ ନଭେମ୍ବର୨୦୦୮ରେ  ତାଜ ହୋଟେଲ ଏବଂ ଅନ୍ୟ ସ୍ଥାନରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଶହୀଦ ହୋଇଥିବା ସମସ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, କର୍ମଚାରୀ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦାନ କରି ଶପଥ ନେଇଥିଲେ ।

 

Leave A Reply

Your email address will not be published.