ଦୁର୍ଘଟଣାରେ ଆହତ ଘରୋଇ ଶିକ୍ଷକଙ୍କ ଅବସ୍ଥା ସଂକଟାପନ୍ନ 

2

କୋମାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସମୁଏଲ,ଚିକିତ୍ସାରେ ଅର୍ଥ ସାଜିଛି ବାଧକ

  ବରଗଡ :-  ସ୍କୁଲରୁ ଫେରିବା ବାଟରେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ରାୟପୁର ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଘରୋଇ ବିଦ୍ୟାଳୟ ର ଶିକ୍ଷକଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଅଛି। ତାଙ୍କର ଉନ୍ନତ ଚିକିତ୍ସା ନିମନ୍ତେ ଅର୍ଥ ପ୍ରତିବନ୍ଧକ ସାଜିଥିବା ଜଣାପଡିଛି।ଆବଶ୍ୟକ ଅର୍ଥରାଶି ଯୋଗାଡ଼ କରିବାକୁ ଅସମର୍ଥ ହୋଇ ପଡ଼ିଥିବା ଥିବା ବେଳେ କୌଣସି ସରକାରୀ ସହାୟତା ତାଙ୍କ ପାଖେ ପହଞ୍ଚି ପାରିନାହିଁ।ସେ ହେଉଛନ୍ତି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ବେହେରାଡୁବୁରି ଗ୍ରାମର ସାମୁଏଲ ସୁନା।

 ସାମୁଏଲ ଗତ ଚାରିବର୍ଷ ହେଲା ଛତିଶଗଡ଼ ରାଜ୍ୟ ମୁଙ୍ଗେଲି ଜିଲ୍ଲା ଲୋର୍ମୀ ର ଏକ ଘରୋଇ ବିଦ୍ୟାଳୟ ନିଉ ଯେନେରେସନ ପବ୍ଲିକ ସ୍କୁଲ ରେ ଶିକ୍ଷକତା କରୁଥିଲେ। ଗତ 23 ତାରିଖରେ ସ୍କୁଲରୁ ଫେରିବା ସମୟରେ ଟ୍ରକ ଧକ୍କାରେ ଗୁରୁତର ଆହତ ହୋଇ ପ୍ରଥମେ ସରକରୀ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା ତାପରେ ଅବସ୍ଥା ସଂକଟପନ୍ନ ଥିବାରୁ ତାଙ୍କୁ ଉଚ୍ଚ ଚିକିତ୍ସା ନିମନ୍ତେ  ରାୟପୁର ସ୍ଥିତ ଆରୋଗ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଚିକିତ୍ସା ପାଇଁ ବର୍ତ୍ତମାନ ତାଙ୍କୁ ଅର୍ଥିକ ସହାୟତା ଦରକାର ପଡ଼ୁଥିବାରୁ ସରକାର ତଥା ସହୃଦୟ ବ୍ୟକ୍ତି ବିଶେଷ ,ସ୍ବେଚ୍ଛାସେବୀସେବୀ ଅନୁଷ୍ଠାନ ମାନଙ୍କ ଠାରେ ରାୟପୁର ରୁ ଥାଇ ସମୁଏଲଙ୍କ ପିତାମାତା ଏବଂ ବେହେରାଡୁବୁରୀ ର ଗ୍ରାମବାସୀ ଆକୁଳ ନିବେଦନ କରିଛନ୍ତି. ଶୀଘ୍ର କିଛି ସହାୟତା ମିଳିଲେ ହୁଏତ 28 ବର୍ଷୀୟ ଯୁବ ଶିକ୍ଷକ ସାମୁଏଲ ଏକ ନୂତନ ଜୀବନ ପାଇପରନ୍ତେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି |

 

 

 

 

Leave A Reply

Your email address will not be published.