କ୍ୟାଡର ପୁନର୍ଗଠନ ଦାବିରେ ଡିପ୍ଲୋମା ଇଂଜିନିୟରଙ୍କ ଆନ୍ଦୋଳନ Recent News By SPNEWS On Mar 9, 2018 0 Share ଭୁବନେଶ୍ୱର – ନ୍ୟାୟୋଚିତ ଦାବି ପୂରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଚରମ ଅବହେଳା ଓ ବୈମାତୃକ ମନୋଭାବ ପ୍ରଦର୍ଶନ କରାଯାଉଥିବା ପ୍ରତିବାଦରେ ଓଡିଶା ଡିପ୍ଲୋମା ଇଂଜିନିୟରସ୍ ସେବା ସଂଘ ପକ୍ଷରୁ ଭୁବନେଶ୍ୱରରେ ଗଣଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହାସହ ଦାବି ପୂରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ମଧ୍ୟ ଦିଆଯାଇଛି । ଏହା ସତ୍ୱେ ଦାବି ପୂରଣ ଦିଗରେ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ରାଜ୍ୟର ୮ ହଜାର ଡିପ୍ଲୋମା ଇଂଜିନିୟର କଠୋରଆନ୍ଦୋଳନ କରିବ । ଏଥିଯୋଗୁଁ ଭବିଷ୍ୟତରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସରକାର ସେଥିପାଇଁ ଦାୟୀ ରହିବେ ବୋଲି ସଂଘର ସାଧାରଣ ସମ୍ପାଦକ ସଚିତ୍ର ମୋହନ ରାଉଳ , ସଭାପତି ପ୍ରଦୀପ କୁମାର ପାତ୍ର ପ୍ରମୁଖ ଚେତାବନୀ ଦେଇଛନ୍ତି । ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତ ୮ ହଜାର ଡିପ୍ଲୋମା ଇଂଜିନିୟରସ୍ ଙ୍କୁ ରାଜ୍ୟ ସରକାର ଉପଯୁକ୍ତ ହାରରେ ଦରମା , ପଦୋନ୍ନତି ଓ ଆରଏସିପି ପ୍ରଦାନ କରୁନଥିବା ସଂଘ ଅଭିଯୋଗ କରିଛି । ୨୦୧୩ ରେ କ୍ୟାଡର ପୁନର୍ଗଠନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ସତ୍ୱେ ଡିପ୍ଲୋମା ଇଂଜିନିୟର ମାନଙ୍କୁ ନ୍ୟାୟ ଦିଆଗଲା ନାହିଁ । ଏକତରଫା ଭାବେ ଦ୍ୱିତୀୟ ବା ଡିଗ୍ରୀ ଇଂଜିନିୟର ମାନଙ୍କ କ୍ୟାଡର ପୁନର୍ଗଠନ କରୁଛନ୍ତିି । ଯାହାଦ୍ୱାରା ଡିପ୍ଲୋମା ଇଂଜିନିୟର ମାନେ କ୍ଷତିଗ୍ରସ୍ତ ହେବେ ବୋଲି ସଂଘ କହିଛି । 0 Share FacebookTwitterGoogle+ReddItWhatsAppPinterestEmail