ଭୁଶୁଡୁଛି ଆସ୍ଥା, ଉଜୁଡୁଛି ବିଶ୍ୱାସ ……ସଚିବ ବଦଳି କଲେ କଣ ହେବ, ସରକାରଙ୍କ ନିୟତ ବଦଳିବ ଦରକାର ନହେଲେ ଯିଏ ସଚିବ ହେଲେ ଏମିତି ବି ଭୁଷୁଡ଼ିଥିବ
ଭୁବନେଶ୍ୱରରୁ ଦୀନବନ୍ଧୁ ନାୟକ : ସ୍ୱାସ୍ଥ୍ୟ ବିଭାଗରେ କିଛି ଅଘଟଣ ଘଟିବା ପରେ ଆଗେ ଟାର୍ଗେଟ ରେ ମନ୍ତ୍ରୀ, ଆଉ ତାପରେ ସଚିବ ବଦଳିବା ଲାଗି । ଆଉ ସରକାର ଚାପରେ ପଡି ବଦଳାଇ ଦିଅନ୍ତି……ହେଲେ ସରକାର ଜାଣିଛନ୍ତି ସମସ୍ୟା ତା କେଉଁଠି । .ଦୋଷର ଖିଅ ରହିଛି ଭିନ୍ନ ଜାଗାରେ । ସ୍ୱାସ୍ଥ୍ୟ ବିଭାଗରେ କିଛି ହେଲା ସ୍ୱାସ୍ଥ୍ୟ ସଚିବ ଙ୍କ ବଦଳି ଦାବି । ଗ୍ରାମ୍ୟ ଉନ୍ନୟନ ବିଭାଗରେ କିଛି ପୋଲ ଭୁସୁଡ଼ିଲା ତେବେ ଗ୍ରାମ୍ୟ ଉନ୍ନୟନ ସଚିବଙ୍କ ଇସ୍ତଫା ଦାବି । ମଦ ମୃତ୍ୟୁ ହେଲା ମନ୍ତ୍ରୀଙ୍କୁ ବିଦା ଅବା ସଚିବଙ୍କୁ ବଦଳି । ଏମିତି ସଚିବଙ୍କୁ ବଦଳି କରିବା ଅବା ମନ୍ତ୍ରୀଙ୍କୁ ଇସ୍ତଫା ଦେବା କମ୍ବଳରୁ ବାଳ ବାଛିବା ଭଳି, ଶହେ ମନ୍ତ୍ରୀଙ୍କ ମୁଣ୍ଡ ଗଡିଯିବ….ସଚିବ ମାନେ ସବୁ ବିଭାଗ ବୁଲି ଚାଲିଆସିବେ, ହେଲେ ଯେଉଁ ତିମିର କୁ ସେଇ ତିମିର । ଯଦି ସରକାରଙ୍କ ରିମୋଟ ଧରିଥିବା ଲୋକଙ୍କ ବା ସରକାରଙ୍କ ନିୟତ ନ ବଦଳିବା ତେବେ ସଚିବଙ୍କ ବଦଳି ବା ମନ୍ତ୍ରୀଙ୍କ ବଳି କେବଳ ଲୋକଙ୍କ ଆଖିରେ ଧୂଳି ଦେବା ଭଳି ।
ପ୍ରଥମେ କାଠଯୋଡି, ତାପରେ ବୁଗୁଡା, ତାପରେ ଗୁରୁପ୍ରିୟା ଆଉ ଆଉ ତାପରେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ପୂର୍ତ ବିଭାଗର ବମିଖାଲ ଓଭର ବ୍ରିଜ ଭୁଶୁଢ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚହଳ ପକାଇ ଦେଇଥିଲା ଏବେ ପୁଣି ତାଙ୍କ ଦାୟିତ୍ରେ ଥିବା ଜଳସେଚନ ବିଭାଗ ଅଧୀନରେ କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ରେତ ଯୋଜନାରେ କଂକ୍ରିଟ ଭୁଶୁଢ଼ିବା ଯୋଗୁଁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଆହତ ହୋଇଛନ୍ତି । ନିମ୍ନମାନର କାମ ପାଇଁ ଓ ବାରମ୍ବାର ନକ୍ସା ପରିବର୍ତନ ପାଇଁ ବିଭିନ୍ନ ପୋଲ ଭୁୂଷୁଡୁଛି, ଯାହାର ସଂଖ୍ୟା କି ଏବେ ୮ରେ ପହଂଚିଲାଣି । ଭୁବନେଶ୍ୱରର ଛାତି ଉପରେ ଯଦି ଠିକାଦାର କେୟାରଲେସ ହୋଇ କାମ କରିପାରିବ ବା ନିମ୍ନ ମାନର କାମ କରିପାରିବ, ଦୂର ବାଟ କଥା କିଏ ପଚାରେ ? ଆଉ କାହା ହାତରେ ଥିଲେ ନବୀନ ବାବୁ ଏବେ ତାଙ୍କ ମୁଣ୍ଡ ଗଡାଇସାରନ୍ତେଣି । ହେଲେ ଏହି ବିଭାଗଟି ନିଜ ହାତରେ । କହି ହେଉଛି, ନା ସହି ହେଉଛି । ଭୁବନେଶ୍ୱରର କେଉଁ ପୋଲ ଭୁଷୁଡିଲା ତାହା ଭଲ ଭାବେ ଜାଣିନଥିବା ଆଉ ଚିଠି ଧରି କହୁଥିବା ନିରୀହ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଏଭଳି ଦଣ୍ଡ । ଲୋକଙ୍କ ଅଖଣ୍ଡ ବିଶ୍ୱାସ ନବୀନ ବାବୁଙ୍କ ଉପରେ, ସେ ତ ବାହା ହୋଇନାହାନ୍ତ କି ଘର ସଂସାର କରିନାହାନ୍ତି, ସେ ଖାଇବେ ବା ଦୁର୍ନୀତି କରିବେ କାହିଁକି । ହେଲେ ଏବେ ଲୋକମାନେ ଅନୁଭବ କଲେଣି ବିଭିନ୍ନ ସ୍ଥାନରେ ଦୁର୍ନୀତି ହେଉଛି । ନିମ୍ନମାନର କାମ ହେଉଛି । ଖୋଦ ନବୀନ ବାବୁ କହିଛନ୍ତି ଯେ ପିସି ବନ୍ଦ କରିବା ପାଇଁ, ଏହାର ମାନେ ପିସି ଏତେମାତ୍ରାରେ ଚାଲିଛି ଯେ ସେଥିରେ ବ୍ୟତିବ୍ୟସ୍ତ ହୋଇ ନବୀନ ବାବୁ ବାଧ୍ୟ ହୋଇ ତାହା ବନ୍ଦ କରିବାକୁ କହିଲେ । ତେଣୁ ଲୋକଙ୍କ ମନରେ ବଦ୍ଧମୂଳ ଧାରଣା ଯେ,ଦୁର୍ନୀତି ଚାଲିଛି । ଯଦି ନବୀନ ବାବୁ ଦୁର୍ନୀତି କରୁନାହାନ୍ତି ତେବେ ହେଉଥିବା ଦୁର୍ନୀତି କରୁଛି କିଏ ? ତା ପରେ ଗୋଟିଏ ପରେ ଗୋଟିଏ ଅଘଟଣ । ଗୋଟିଏ ପରେ ପୋଲ ଭୁଶୁଡୁଛି । ନିଶ୍ଚିତ ଭାବେ ଚିନ୍ତାର ବିଷୟ ଆଉ ନବୀନ ବାବୁଙ୍କ ପ୍ର୍ତି ସାଧାରଣ ଲୋକଙ୍କ ମନରେ ଥିବା ଧାରଣା ଟିକେ ବଦଳିବାରେ ଲାଗିଲାଣି । ନବୀନ ବାବୁ କରୁନଥିବା ଦୁର୍ନୀତି କରୁଛି କିଏ ? ନବୀନ ବାବୁ ଖାଉନଥିବା ପଇସା ଖାଉଛି କିଏ ? ନବୀନ ବାବୁ ନିଜେ ଖାଉନଥିବା ବେଳେ ଯଦି ଖାଉଥିବା ଲୋକଙ୍କୁ ଧରିପାରୁନାହାନ୍ତି, ତେବେ କେଉ ଆଡିଆ ସାରା ଦେଶର ଶ୍ରେଷ୍ଟ ପ୍ରଶାସକ । ରାଜ୍ୟରେ ପୋଲ ଭୁଡୁଡୁନି ତ ଲୋକଙ୍କ ଆସ୍ଥା ଭୁଷୁଡୁଛି, ବିଶ୍ୱାସ ଉଜୁଡୁଛି । ତେଣୁ ବେଳ ଥାଉ ବନ୍ଧ ନବାନ୍ଧିଲେ ସେ ଭୁଷୁଡି ଯାଉଥିବା ବିଶ୍ୱାସର ପୋଲତଳେ କେତେବେଳେ ନିଜେ ଓ ନିଜ ଦଳ ଚାପି ହୋଇଯିବ ତାହାକୁ ଏଡାଇ ହେବନି ।
ପୋଲ ଭୁଷୁଡା ଅଘଟଣରେ ଠିକାଦାର ଗିରଫ, ଇଞ୍ଜନିୟର ଗିର, ଯଦିଓ ଠିକାଦାରକୁ ବ୍ଳାକ୍ଲିଷ୍ଟ କରାଯାଇନାହିଁ । ଅବଶ୍ୟ ବ୍ଲାକ୍ଲିଷ୍ଟ କଲେ ବି କିଛି ଯାଏଅସେ ନାହିଁ, କାରଣ ଏଠି ବ୍ଲାକ ଲିଷ୍ଟେଡ ହୋଇଥିବା ଠିକାଦାର ଏଆରଏସଏସକୁ ବି ପୂର୍ତ ବିଭାଗ କାମ ଦେବା ପାଇ ସାହସ କରିପାରୁଛି । ହେଲେ ପୋଲ ଭୁଷୁଡା ଘଟଣାକୁ ନେଇ ଏବେ ରାଜନୀତି କିନ୍ତୁ ଜୋର ଧରିଛି । ପୋଲ ଭୁଷୁଡା ଘଟଣାରେ ପ୍ରାଣ ହରାଇଥିବା ମଣିଷର ବାପାଙ୍କୁ ତାଙ୍କ ପୁଅ କେହି ଫେରାଇଦେଇପାରିବେ ନାହିଁ, ତାଙ୍କ କୁନି ଝିଅକୁ ତା ବାପା ଓ ବିଧବା ପତ୍ନୀଙ୍କ ମଥାର ସିନ୍ଦୁର କେହି ଫେରାଇପାରିବେ ନାହିଁ । ସରକାରଙ୍କଦାୟିତ୍ୱହୀନତା ପାଇଗୋଟିଏ ପରିବାର ଉଜୁଡଠିଗଲା, ଗୋଟିଏ କୁନି ଝିଅର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଚାଲିଗଲା । ତାହା ଅପୂରଣୀୟ କ୍ଷତି । ହେଲେ ଏହାକୁ ନେଇ କିନ୍ତୁ ରାଜନୀତି ଜୋର ଉପରେ । ଯିଏ ଯାହାର ପର୍ସନାଲ ଏଜେଣ୍ଡା ସ୍କୋର କରିବାରେ ବ୍ୟସ୍ତ । ଏହି ବ୍ରିଜ ନିର୍ମାଣ କାର୍ଯ୍ୟ ୨୦୧୦ରେ ଆରମ୍ଭ ହୋଇଥିଲା ୨ ବର୍ଷ ମଧ୍ୟରେ ଏହାର ର୍ନିମାଣ କାର୍ଯ୍ୟ ଶେଷ ହେବାକୁ ଥିବା ବେଳେ ୫ ବର୍ଷ ଧରି ର୍ନିମାଣ କାର୍ଯ୍ୟ ·ଲିଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅନେକ ବ୍ୟକ୍ତି ଦାବି କରିଛନ୍ତି ।ଏହା ପଛରେ ଗୋଟିଏ କାରଣ ହେଉଛି ଇଞ୍ଜନିୟର ଓ ସଚିବଙ୍କ ବିଭିନ୍ନ ଠିକାଦାରୀ ସଂସ୍ଥାରେ ଭାଗିଦାରୀ । ସଚିବ, ଇଆଇସି, ଚିଫଞ୍ଜନିୟର ଓ ଅନ୍ୟ ଇଞ୍ଜନିୟରମାନେ ବିଭିନ୍ନ ଠିକାସଂସ୍ଥା ସହ ହିଡେନ ପାର୍ଟନର ରହିଥିବା ଅଭିଯୋଗ ହେଉଛି । ବିଭିନ୍ନ ଠିକାଦାରୀ ସଂସ୍ଥାର ଏଜେଂଟ ଭାବେ କାମ କରି ଓଡିଶାର ବିଭିନ୍ନ ଜେନୁ୍ୟଇନ୍ ଠିକାଦାରଙ୍କୁ ନାହିଁ ନଥିବା ହଇରାଣ ହରକତ କରୁଛନ୍ତି । ଏପରିକି ମାନ୍ୟବର ହାଇକୋର୍ଟଙ୍କ ଆଦେଶକୁ ପୂର୍ତ ବିଭାଗ ବାସି ପାଣିରେ ସି କରୁନି । ଯେତେ ଯୋଗ୍ୟ ବା ଭଲଠିକାଦାର ହୋଇଥାଉ ପଛକେ, ସଚିବ, ସର୍ବୋଚ୍ଚ ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ ନିବାହୀ ଯନ୍ତ୍ରୀ ନଚାହିଁଲେ କାମ ମିଳୁନି । ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ଜ୍ଞାତସାରରେ ଯଦି ଏ ଚାନ୍ଦା ଆଦାୟ ଚାଲିଥିବ ତେବେ ଚାଲୁ, ଲୋକ ତା’ର ବିଚାର କରିବେ । ଯଦି ମୁଖ୍ୟମନ୍ତ୍ରୀ ଏ ବିଷୟ ଜାଣିନାହାନ୍ତି ଏବଠୁ ଏମିତି ପଦକ୍ଷେପ ନିଅନ୍ତୁ ଯେ ଲୋକଙ୍କ ବିଶ୍ୱାସ ତୁଟି ନଯାଉ, ଆଉ କେଉଁ ପୋଲ ଭୁଶୁଡି ନଯାଉ ଅବା ଆଉ କାହାର ସଂସାର ଉଜୁଡି ନଯାଉ । ବେଳ ଥାଉ ବନ୍ଧ ବାନ୍ଧ ହେ ନବୀନ ବାବୁ, ନହେଲେ ସେ ଭୁଷୁଡା ପୋଲ ବାଟେ ଏମିତି ଉଜାଣି ବହିବ ଏ ସରକାର ବି କୁଆଡେ ଭାସିଯିବ । ଯେଉଁ ଅଫିସରମାନେ ଖାଇଖୁଇ କିଛି ପାର୍ଟିଚାନ୍ଦା ଦେଇ ଓଡିଶାକୁ ଖୋଳ କରିଚାଲିଛନ୍ତି ସେମାନେ ବି ପିଠିରେ ପଡିବେ ନାହିଁ । ସଚିବ ବଦଳି କଲେ କଣ ହେବ, ସରକାରଙ୍କ ନିୟତ ବଦଳିବ ଦରକାର ନହେଲେ ଯିଏ ସଚିବ ହେଲେ ଏମିତି ବି ଭୁଷୁଡ଼ିଥିବ ।