ଭୁବନେଶ୍ୱର, ୧୬ା୯(ଶାସକପ୍ରଶାସକ ବୁ୍ୟରୋ) : ବିଜୁ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ଚୌଦ୍ୱାର ଠାରେ ସ୍ଥାପିତ ହୋଇଥିବା ଓଡ଼ିଶା ଟେrଟାଇଲ୍ ମିଲ୍ସ (ଓଟିଏମ୍)ର ପୁନରୁଦ୍ଧାର ପାଇଁ ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ । ବିଜେପି ବିଧାୟକ ଦିଲିପ ରାୟ ବିଧାନସଭାରେ ପ·ରିଥିବା ଏକ ପ୍ରଶ୍ନର ଉତ୍ତରରେ ରୋକ୍ଠୋକ୍ ଭାବରେ ଏହି ଉତ୍ତର ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ଚୌଦ୍ୱାରରେ କେବେ ଓଟିଏମ୍ ପ୍ରତିଷ୍ଠା କରାଯାଇଥିଲା, ଏହା କେବେ ସରକାର ହାତକୁ ନେଲେ ଏବଂ କେବେଠାରୁ ଏହାକୁ ସରକାର ବନ୍ଦ କରିଛନ୍ତି, ଏହି କାରଖାନାରେ କେତେ କର୍ମ·ରୀ ଓ ଶ୍ରମିକ କାମ କରୁଥିଲେ ଏବଂ ଏଯାବତ୍ ଏମାନଙ୍କର କେତେ ପ୍ରାପ୍ୟ ବାକି ରହିଛି ତାହା ଜାଣିବାକୁ ·ହିଁବା ସହିତ ବିଜୁବାବୁଙ୍କ ଅମ୍ଳାନ ସ୍ମୃତି ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ରାଜ୍ୟ ସରକାର ଓଟିଏମ୍କୁ ଆଧୁନିକୀକରଣ ସହ ପୁନଃକାର୍ଯ୍ୟକ୍ଷମ କେବେସୁଦ୍ଧା କରିବେ ବୋଲି ଶ୍ରୀ ରାୟ ନିର୍ଦ୍ଧିଷ୍ଟ ଭାବେ ପ୍ରଶ୍ନ କରିଥିଲେ ।
ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀମତୀ ଛୁରିଆ କହିଛନ୍ତି ଯେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ୧୯୪୬ ମସିହାରେ ଚୌଦ୍ୱାର ଠାରେ ଓଟିଏମ୍ ପ୍ରତିଷ୍ଠା କରାଯାଇଥିଲା । ଏହି ମିଲ୍କୁ ରାଜ୍ୟ ସରକାର ୧୯୮୩ ମସିହାରେ ହାତକୁ ନେଇଥିଲେ । ଏହି ମିଲ୍ର ଉତ୍ପାଦନ କାର୍ଯ୍ୟ ଅକ୍ଟୋବର ୨୦୦୦ରୁ ବନ୍ଦ ଅଛି । ଏହି ମିଲ୍ରେ ମୋଟ୍ ୩୭୩ ଜଣ କର୍ମ·ରୀ ଓ ଶ୍ରମିକ କାର୍ଯ୍ୟ କରୁଥିଲେ । ଏମାନଙ୍କ ପ୍ରାପ୍ୟ ବାବଦକୁ ଆନୁମାନିକ ୩୦ କୋଟି ଟଙ୍କା ଦେବାକୁ ବାକି ଅଛି । ଏହି ମିଲ୍ର ପୁନରୁଦ୍ଧାର ପାଇଁ ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ ।
ରାଜ୍ୟ ସରକାରଙ୍କ ଏଭଳି ଉତ୍ତର କେବଳ ନୈରାଶ୍ୟଜନକ ନୁହେଁ ବିଜୁ ବାବୁଙ୍କ ଅମ୍ଳାନ ସ୍ମୃତି ପ୍ରତି ଅସମ୍ମାନ ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି । ବିଜୁବାବୁଙ୍କ ନାମରେ ଗଠିତ ବିଜୁ ଜନତା ଦଳର ଶାସନ ସମୟରେ ତାଙ୍କ ପ୍ରତିଷ୍ଠାତ ଓଟିଏମ୍କୁ ବନ୍ଦ କରିଦିଆଯାଇଥିବା ବେଳେ ଏହାର କର୍ମ·ରୀ ଓ ଶ୍ରମିକମାନେ ପ୍ରାୟ ୩୦ କୋଟି ଟଙ୍କା ସରକାର ୧୭ ବର୍ଷ ଧରି ପ୍ରଦାନ ନ କରିବା ଦୁର୍ଭାଗ୍ୟଜନକ । ସରକାର ବିଜୁବାବୁଙ୍କ ଶତବାର୍ଷିକୀ ପାଳନ କରୁଥିବା ଅବସରରେ ଓଟିଏମ୍ ସମେତ ତାଙ୍କ ପ୍ରତିÂିତ ବଡ଼ବିଲର କଳିଙ୍ଗ ଲୁହା କାରଖାନା ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସେ ବସାଇଥିବା ପଞ୍ଚାୟତ ଶିଳ୍ପଗୁଡ଼ିକର ପୁନରୁଦ୍ଧାର ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ବିଜୁବାବୁଙ୍କ ସ୍ମୃତି ବିଜଡ଼ିତ ଓଟିଏମ୍ ସମେତ ଅନ୍ୟ ଶିଳ୍ପାନୁଷ୍ଠାନଗୁଡ଼ିକୁ ପୁନରୁଦ୍ଧାର ପାଇଁ ସରକାର ଘୋଷଣା ନ କରିବା ଘଟଣାରୁ ବାସ୍ତବରେ ରାଜ୍ୟ ସରକାର ବିଜୁବାବୁଙ୍କ କଥା, କାମରୁ କେତେ ଦୂରରେ ତାହା ସହଜରେ ଅନୁମେୟ ବୋଲି ଶ୍ରୀ ରାୟ କହିଛନ୍ତି ।