ଜିଲ୍ଳାପାଳଙ୍କ କଡା ତାଗିଦ :  ମାର୍ଚ୍ଚ ୩୧ ଭିତରେ   ଆବାସ ଘର ଗୁଡିକୁ ପୂର୍ଣ୍ଣାଙ୍ଗ କର, ନହେଲେ କାର୍ଯ୍ୟାନୁଷ୍ଠାନ 

0

15-ranjan-dash.jpg - 94.04 kB

ଯାଜପୁରରୁ ଜୟଶଙ୍କର ଦାସ, :୨୦୧୩-୧୪ ଆର୍ଥିକ ବର୍ଷରୁ ୨୦୧୫-୧୬ ଆର୍ଥିକ ବର୍ଷ ମଧ୍ୟରେ ଇନ୍ଦିରା ଆବାସ ଏବଂ ୨୦୧୩-୧୪ ରୁ ୨୦୧୫-୧୬ ପର୍ଯ୍ୟନ୍ତ ବିଜୁ ପକ୍କାଘର ଯୋଜନାରେ ଅନ୍ତର୍ଭୁକ୍ତ ଅସଂପୂର୍ଣ୍ଣ ଘର ଗୁଡିକୁ ସଂପୂର୍ଣ୍ଣ କରିବା ଲାଗି ସରକାର ପ୍ରାଧାନ୍ୟ ଦେଊଚ୍ଥନ୍ତି ।  ଇତି  ମଧ୍ୟରେ ଊପରୋକ୍ତ ଆର୍ଥିକ ବର୍ଷ ମାନଙ୍କରେ ଯେଊଁ ହିତାଧିକାରୀମାନେ ଏହି ଯୋଜନାରେ ପାଇଥିବା ଘର ଗୁଡିକୁ ସଂପୂର୍ଣ୍ଣ କରିନାହାନ୍ତି, ସେମାନେ ଆଜବେଷ୍ଟସ୍, ଟିଣ କିମ୍ୱା ଚ୍ଥାତ ପକାଇ ତା ୩୧ା୩ା୨୦୧୮ ରିଖ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଜିଲ୍ଲାପାଳ -ତଥା-କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ  ରଂଜନ କୁମାର ଦାସ ନିର୍ଦ୍ଦେଶ  ଦେଇଚ୍ଥନ୍ତି ।  ଅସଂପୂର୍ଣ୍ଣ ଘର ଗୁଡିକୁ ନିର୍ଦ୍ଧାରିତ ସମୟସୀମା ଭିତରେ ସଂପୂର୍ଣ୍ଣ କରି ନିଜର ବକେୟା କିସ୍ତି ପ୍ରାପ୍ତ କରିପାରିବେ ।  ଯେଊଁ ହିତାଧିକାରୀମାନେ ଊପରୋକ୍ତ ନିର୍ଦ୍ଦେଶ କୁ ଅମାନ୍ୟ କରିବେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ  ଗହଣ କରାଯିବ ବୋଲି ଜିଲ୍ଲାପାଳ  ସତର୍କ କରାଇ ଦେଇଚ୍ଥନ୍ତି ।  ଏତଦ୍ ବ୍ୟତୀତ ଯେଊଁ ହିତାଧିକାରୀମାନେ ଆର୍ଥିକ ବର୍ଷ ୨୦୧୬-୧୭ ଓ ୨୦୧୭-୧୮ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ଅନ୍ତର୍ଭୁକ୍ତ ହୋଇଚ୍ଥନ୍ତି ସେମାନେ ପ୍ରଥମ କିସ୍ତି ପାଇବାର ୪ ମାସ ଭିତରେ ଘର ସଂପୂର୍ଣ୍ଣ କରି ଓ ପାଇଖାନା ସଂପୂର୍ଣ୍ଣ କରି ୨୦ ହଜାର ଟଂକା ଏବଂ ୬ ମାସ ଭିତରେ ଘର ସଂପୂର୍ଣ୍ଣ କରି ଓ ପାଇଖାନା ସଂପ୍ଥର୍ଣ୍ଣ କରି ୧୦ ହଜାର ଟଂକା ପ୍ରୋତ୍ସାହନ   ରାଶି ହାସଲ କରିପାରିବେ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ  ବ୍ରଜଗୋପାଳ ଆଚାର୍ଯ୍ୟ ଆହ୍ୱାନ ଦେଇଚ୍ଥନ୍ତି ।  

 

Leave A Reply

Your email address will not be published.