ଯୌତୁକ ଲୋଭୀ ରାକ୍ଷସ ମାରିଦେଲେ ନିରୀହ ପୁଷ୍ପାଞ୍ଜଳୀକୁ !

2

ନୟାଗଡ (ବିଶ୍ୱଜିତ ନାୟକ) -ଶରଣକୁଳ ଥାନା ଚଡେୟାପଲ୍ଲୀ ଗ୍ରାମରୁ ଅସିଛି ଏକ ବଧୂହତ୍ୟା ର ଅଭିଯୋଗ।7ମାସ ତଳେ ଶରଣକୁଳ ଥାନା ଚଡେୟାପଲ୍ଲୀ ଗ୍ରାମର କରୁଣାକର ନାୟକ ରଣପୁର ଥାନା ଅନ୍ତର୍ଗତ ଖତିଆ ଗ୍ରାମର ପୁଷ୍ପାଞ୍ଜଳି ସାହୁଙ୍କୁ ହିନ୍ଦୁ ବୈଦିକ ରୀତିରେ ବିବାହ କରିଥିଲେ । ପୁଷ୍ପାଞ୍ଜଳିର ବାପଘର କହିବା ମୁତାବକ ବିବାହ ସମୟରେ ତୁଟିଥିବା 20 ହଜାର ଟଙ୍କାରୁ 10 ହଜାରେ ଟଙ୍କା ବଳକା ଥିଲା ଦେବାପାଇଁ ଏବଂ ଘର ସଜବାଜ  ଓ ସୁନାଗହଣା ମଧ୍ୟ ଦେଇଥିଲେ ।କିଛିଦିନ ଉଭୟ ଘରସଂସର କରିସାରିବା ପରେ ସ୍ୱାମୀ କରୁଣାକର ଓ ଶାଶୁ ଅଇଁଠା ନାୟକ ପୁଷ୍ପାଞ୍ଜଳି ଙ୍କୁ ବାପଘରୁ ଅଧିକ ଯୌତୁକ ଆଣିବାକୁ କହିଥିଲେ ଏବଂ ଅନେକ ସମୟରେ ଅକଥନୀୟ ଅତ୍ୟାଚାର କରନ୍ତି ବୋଲି ମୃତ ପୁଷ୍ପାଞ୍ଜଳି ସାହୁର ମା ଝୁମା ସାହୁ ଶରଣକୁଳ ଥାନାରେ ଅଭିଯୋଗ କରିଛନ୍ତି।ଅଧିକ ଯୌତୁକ ପାଇଁ ତାଙ୍କ ଝିଅକୁ ଜ୍ବାଇଁ କରୁଣାକର ନାୟକ ଏବଂ ସମୁଦୁଣୀ ଅଇଁଠା ନାୟକ ମିଶି ମାରିଦେଇଛନ୍ତି ବୋଲି ଅଭିଯୋଗ ରେ ଦର୍ଶାଇଛନ୍ତି।ଏହି ଅଭିଯୋଗର ଆଧାରାକ୍ରମେ ମୃତ ପୁଷ୍ପାଞ୍ଜଳିର ସ୍ୱାମୀ ଓ ଶାଶୁଙ୍କୁ ପୋଲିସ ଅଟକ ରଖିଛି।

ମାନବିକତା ଦେଖାଇଲେ ଏସଆଇ

ମୃତ ପୁଷ୍ପାଞ୍ଜଳିକୁ ନୟାଗଡ଼ ମେଡିକାଲ ଶବବ୍ୟବଚ୍ଛେଦ ଗୃହକୁ ନେଲାବେଳେ ନୟାଗଡ ଟାଉନ ଥାନା SI ସ୍ମୃତିରଞ୍ଜନ ମହାନ୍ତି ଦେଖାଇଥିଲେ ମାନବିକତାର ପରିଚୟ।ନିଜେ ପୁଷ୍ପାଞ୍ଜଳିର ଶବକୁ ନେଇ ଶବବ୍ୟବଚ୍ଛେଦ ଗୃହରେ ରଖିଥିଲେ ଏବଂ ମୃତ ପୁଷ୍ପାଞ୍ଜଳିଙ୍କ ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଥିଲେ। 

Leave A Reply

Your email address will not be published.