ବଲାଙ୍ଗିର(ନିରୋଜ ମିଶ୍ର) : ଓଡିଶା ରିପ୍ରେଜେଣ୍ଟେଟିଭ୍ ୟୁନିୟନ (ଓଶ୍ରୁ) ବଲାଙ୍ଗିର ଶାଖା ତରଫରୁ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାପତି ଦେବାଶିଷ ମିଶ୍ରଙ୍କ ସଭାପତିତ୍ୱ ତଥା ଜିଲ୍ଲା ସଂପାଦକ ସୁରୁଲାଲ ମଟାରୀଙ୍କ ନେତୃତ୍ୱରେ ଏକ ସଭା ସ୍ଥାନୀୟ ଅଶ୍ରୁର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୫୦ରୁ ଉଦ୍ଧ୍ୱର୍ ମେଡିକାଲ ଓ ସେଲ୍ସ ରିପ୍ରେଜେଣ୍ଟେଟିଭ୍ ସାମିଲ ହୋଇ ସରକାରଙ୍କ ହିଟଲରି ନିଷ୍ପତ୍ତି ଯାହା ଦ୍ୱାରାକି ମେଡିକାଲ ରିପ୍ରେଜେଣ୍ଟେଟିଭ୍ ମାନଙ୍କୁ କାମ କଲାବେଳେ ଡାକ୍ତରଖାନାମାନଙ୍କୁ ଗିରଫ କରାଯାଉଛି, ତାହାର ଘୋର ନିନ୍ଦା କରାଯାଇଥିଲା । ସରକାର ସ୍ୱଚ୍ଛତା ନାଁ ରେ ହସପିଟାଲ କ୍ୟାମ୍ପସ ମେଡିକାଲ ରିପ୍ରେଜେଣ୍ଟେଟିଭ୍ ମାନଙ୍କୁ ଗିରଫ କରୁଛି, ଯେତେବେଳେ କି ସରକାରର ପ୍ରତ୍ୟେକ ଅଧିକାରୀ ତଳରୁ ଉପର ସ୍ତର ପର୍ଯ୍ୟନ୍ତ ପ୍ରତ୍ୟେକ ସରକାରୀ ଯୋଜନା ସିଂହଭାଗ ଟଙ୍କା ଆତ୍ମସାତ କରୁଛନ୍ତି । ଅନେକ ବର୍ଷ ହେଲା ନିରାମୟ ଯୋଜନା ·ଲିଛି କିନ୍ତୁ ନିରାମୟ ଯୋଜନାରେ ୫୦୦ରୁ ଉଦ୍ଧ୍ୱର୍ ଔଷଧ ତାଲିକାଭୁକ୍ତ କରାଯାଇଥିଲେ ମଧ୍ୟ କେବଳ ୮୦/୯୦ଟି ଔଷଧ ସରକାରୀ ଡାକ୍ତରଖାନାମାନଙ୍କରେ ଉପଲବ୍ଧ ହେଉଛି ତାହା ପୁଣି ନିମ୍ନମାନର ବୋଲି ଅନେକ ଥର ଖୋଦ୍ ତାଙ୍କ ବିଭାଗ ଅଭିଯୋଗ ଆଣୁଛି । ଏଭଳି ଏକ ପରିସ୍ଥିତିରେ ସ୍ୱଚ୍ଛତା ନାଁରେ ଏମ୍.ଆର ମାନଙ୍କୁ ଗିରଫ କରି ଏହି ଜନବିରୋଧି ସରକାର କଣ ପ୍ରମାଣ କରିବାକୁ ·ହୁଁଛି ତାହା ଜଣାପଡୁନାହିଁ । ତେଣୁ ଆଜି ବଲାଙ୍ଗିରର ୧୫୦ରୁ ଉଦ୍ଧ୍ୱର୍ ଏମ୍.ଆର. ତାଙ୍କର ସାମ୍ବିଧାନିକ କର୍ମକ୍ଷେତ୍ରରେ କାମ କରିବାର ଅଧିକାରକୁ ନେଇ ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ସ୍ମାରକ ପତ୍ର ଦେଇଥିଲେ । ଦଲାଲଙ୍କ ନାମରେ ମେଡିକାଲ ରିପ୍ରେଜେଣ୍ଟେଟିଭ୍ ମାନଙ୍କ ଉପରେ ·ଲିଥିବା ଗିରଫଦାରୀ ବନ୍ଦ କରିବା ତଥା ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜରେ ମେଡିକାଲ ରିପ୍ରେଜେଣ୍ଟେଟିଭ୍ ମାନେ ଯେପରି ଅତି କମରେ ଏକ ଘଣ୍ଟା ବୃତ୍ତିଗତ କାମ ସଂପାଦନ କରିପାରିବେ, ସେହି ପରିପ୍ରେକ୍ଷୀରେ ଓଡିଶା ଉଚ୍ଚ ନ୍ୟାୟାଳୟ ୨୦୧୬ ମସିହାରେ ଦେଇଥିବା ମଧ୍ୟବର୍ତ୍ତି କାଳିନ ଆଦେଶକୁ ଲାଗୁ କରିବା ଆଦି ଦାବି ସମ୍ବଳିତ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦନା କରାଯାଇଥିଲା । ସଭାପତି ଦେବାଶିଷ ମିଶ୍ର, ସଂପାଦକ ସୁରୁଲାଲ ମଟାରୀଙ୍କ ବ୍ୟତିତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିବା ପ୍ରତିନିଧି ଦଳରେ ରାଜ୍ୟ ଉପ-ସଭାପତି ଅନିରୁଦ୍ଧ ମହାପାତ୍ର, ରାଜ୍ୟ କମିଟି ସଭ୍ୟ ସତ୍ୟ ରଥ, ଜିଲ୍ଲା ଉପ-ସଭାପତି ଅମିତ ରାଉତ, ଲୋପନ ମିଶ୍ର, ଅଶ୍ୱିନି ରାଉତ ଉପସ୍ଥିତ ଥିଲେ । ଆଜିର ବିକ୍ଷୋଭ ରାଲିକୁ ବରିଷ୍ଠ ସଭ୍ୟ ସତାବନ ସାହୁ, ଶେଷଦେବ ବେଦବାକ, ସନ୍ତୋଷ ଦାଶ, ସୁନିଲ ଲେଙ୍କା, ସୁଶାନ୍ତ ମିଶ୍ର, ବାପୁନି ସାହୁ, ଏମ୍.ଏ.କାନ୍ତ, ବିଭୁ ସାହୁ, ଭାଗିରଥି ପଣ୍ଡା, ସିଦ୍ଧାର୍ଥ ମିଶ୍ର, ବୃନ୍ଦାବନ ଭୋଇ , ସୁବ୍ରତ ଭୋଇ, ସୁଶାନ୍ତ ଭୋଇ ପ୍ରମୁଖ ପରି·ଳନା କରିଥିଲେ । ଆଗକୁ ଯଦି ଓଶ୍ରୁର ଏହି ନ୍ୟାର୍ଯ୍ୟ ଦାବି ଉପରେ ରାଜ୍ୟ ସରକାର ସହମତି ନ ଆଣେ ତେବେ ଆନେ୍ଦାଳନକୁ ଆହୁରି ତିବ୍ର କରାଯିବ ବୋଲି ଓଶ୍ରୁ ତରଫରୁ କୁହାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.