ମୁଖ୍ୟ ଚିକିତ୍ସାଳୟର ସମନ୍ୱିତ ପରୀକ୍ଷାଗାର ଡିଜିଟାଲ୍  କାର୍ଯ୍ୟକ୍ଷମ ହେଲା

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରୋଗୀ ମାନଙ୍କ ସେବାରେ ରହିଥିବା ସମନ୍ୱିତ ପରୀକ୍ଷାଗାର ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଡିଜିଟାଲ୍ ରିପୋର୍ଟ ଦେବାର କାର୍ଯ୍ୟକ୍ଷମ ହୋଇଛି । 

     ଏଣିକି ସମ୍ପୃକ୍ତ ରୋଗୀମାନେ ଏହି ପରୀକ୍ଷାଗାରକୁ ନେଇ ଆସୁଥିବା ପ୍ରତ୍ୟେକ ନମୁନାର ଡିଜିଟାଲ୍ ରିପୋର୍ଟ ପାଇ ପାରିବେ ବୋଲି ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ଠାରୁ ଜଣା ପଡ଼ିଛି।

    ସମନ୍ୱିତ ପରୀକ୍ଷାଗାରର ଏହି ଡିଜିଟାଲ୍ କାର୍ଯ୍ୟକ୍ରମକୁ  ଜିଲ୍ଲାପାଳ ଅନୁପମ ଶାହା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଅତିଥି ଭାବେ ଯୋଗଦେଇ ମିଳିତରେ ରିବନ କାଟି ଉଦ୍ ଘାଟନ କରିଥିଲେ ।

     ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଜିଲ୍ଲାପାଳ ଅନୁପମ ଶାହା କହିଥିଲେ ଯେ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରୋଗୀ ମାନଙ୍କ ବିଭିନ୍ନ ନମୁନା ସେବା ପାଇଁ ଯେଉଁ ସମନ୍ୱିତ ପରୀକ୍ଷାଗାର ରହିଛି  ତାହା ଡିଜିଟାଲ୍ ମାଧ୍ୟମରେ କାର୍ଯ୍ୟ ଆରମ୍ଭ ହୋଇଛି । ରୋଗୀ ମାନଙ୍କୁ ସେମାନଙ୍କ  ନମୁନା ପରୀକ୍ଷା ରିପୋର୍ଟ ଡିଜିଟାଲରେ ଦିଆଯାଉଛି । 

     ଅନ୍ୟ ପକ୍ଷରେ ସେହି ଡିଜିଟାଲ୍ ରିପୋର୍ଟ ପରବର୍ତ୍ତୀ ସମୟରେ ରୋଗୀଙ୍କୁ ସେମାନଙ୍କ ହୁଆଟ୍ସପ୍ ଏବଂ ଇ-ମେଲ ଜରିଆରେ ମଧ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ । ଏହା ମୁଖ୍ୟତ ରାଜ୍ୟ ସରକାରଙ୍କ ତଥା ମୁଖ୍ୟମନ୍ତ୍ରୀଙ୍କ ଯେଉଁ ୫ ଟିର ବ୍ୟବସ୍ଥା ଦେଇଛନ୍ତି , ସେଥିରେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ରୋଗୀ ମାନଙ୍କୁ କିଭଳି ଉତ୍ତମ ଓ ଉନ୍ନତ ମାନର ସେବା ଯୋଗାଇ ଦେଇ ହେବ , ସେଥିପାଇଁ ଏଭଳି ବ୍ୟବସ୍ଥା କରାହୋଇଛି ବୋଲି  ଜିଲ୍ଲାପାଳ ଶ୍ରୀ ଶାହା କହିଥିଲେ ।

   ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ  ଡାଃ ରମେଶ ଚନ୍ଦ୍ର ମିଶ୍ର କହିଥିଲେ ଯେ , ରାଜ୍ୟ ସରକାରଙ୍କ “ମୋ ସରକାର” କାର୍ଯ୍ୟକ୍ରମ ମାଧ୍ୟମରେ ସମନ୍ୱିତ ପରୀକ୍ଷାଗାରରେ ଏହି ଡିଜିଟାଲ୍ ରିପୋର୍ଟ ଦେବା ବ୍ୟବସ୍ଥା କରାଯାଇଛି ।  ଅନ୍ୟ ପକ୍ଷରେ ସମ୍ପୃକ୍ତ କର୍ମଚାରୀ ମାନଙ୍କୁ ନେଇ ଏ ସମ୍ପର୍କିତ ଏକ ବୈଠକ ମଧ୍ୟ କରିବାକୁ ଯାଉଛୁ । ମୋ ସରକାର କାର୍ଯ୍ୟକ୍ରମ ମାଧ୍ୟମରେ ଏହି ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ କିଭଳି ଅଧିକ ଉତ୍ତମ ଓ ଉନ୍ନତ ମାନର ସେବା ଯୋଗାଇ ଦେଇ ହେବ ସେଥିପାଇଁ  ଆମେ ସମସ୍ତ ଚେଷ୍ଟା ବଳବତ୍ତର ରଖିଛୁ । ତେଣୁ ଏହା ସମସ୍ତଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ଆଗେଇ ଯିବ ଏବଂ ରୋଗୀ ମାନେ ଏଠାରେ ଉତ୍ତମ ଓ ଉନ୍ନତ ମାନର ଚିକିତ୍ସା ସେବା ପାଇ ପାରିବେ ବୋଲି ଡାଃ ମିଶ୍ର କହିଥିଲେ  ।

    ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ .ଗୁନୁରାଣୀ ପଟ୍ଟନାୟକ  ଉପସ୍ଥିତ ଥିଲେ ।

Leave A Reply

Your email address will not be published.