ଜାତିର ପିତାଙ୍କୁ ତିନୋଟି ଗୁଳି ମାରି ହତ୍ୟା କରାହୋଇଥିଲା : ସାମ୍ପ୍ରଦାୟିକତା, ରାଜନୀତି କେନ୍ଦ୍ରୀକୃତ ରାଜନୈତିକ ବ୍ୟବସ୍ଥା ଓ କେନ୍ଦ୍ରୀଭୁତ ଆର୍ଥିକ ବ୍ୟବସ୍ଥା
ରାଜ୍ୟବ୍ୟାପି ପାଳିତ ହେବ ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ
ଭୁବନେଶ୍ୱର : ଚଳିତ ଅକ୍ଟୋବର ୦୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଦେଶ ତଥା ବିଶ୍ୱ ମହାତ୍ୱାଗାନ୍ଧୀଙ୍କର ୧୫୦ତମ ଜନ୍ମଜୟନ୍ତୀ ପ୍ରସ୍ତୁତ ହେଉଛି । ଓଡିଶାରେ ଏହାକୁ ପାଳନ କରିବା ପାଇଁ ଉକ୍ରଳ ଗାନ୍ଧି ସ୍ମାରକ ନିଧି, ଲୋହିଆ ଏକାଡେମୀ ଟ୍ରଷ୍ଟ ଓ ରାଷ୍ଟ୍ରୀୟ ଯୁବା ସଂଗଠନ ପକ୍ଷରୁ ଭୁବନେଶ୍ୱରସ୍ଥ ଲୋହିଆ ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି ଏକ ପ୍ରସ୍ତୁତି ବୈଠକ । ସମାଜବାଦୀ ନେତା ଦେବ ପ୍ରସାଦ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଶ୍ୱବିଖ୍ୟାତ ଗାନ୍ଧୀ ବିଚାରକ ତଥା ନୂଆଦିଲ୍ଲୀ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଅଧ୍ୟକ୍ଷ ଶ୍ରୀ କୁମାର ପ୍ରଶାନ୍ତ ଏହି ବୈଠକରେ ଯୋଗଦାନ କରି କହିଲେ ଯେ, “ଜାତିର ପିତାଙ୍କୁ ତିନୋଟି ଗୁଳି ମାରି ହତ୍ୟା କରାହୋଇଥିଲା । ଏହି ତିନୋଟି ଗୁଳି ସେହିମାନଙ୍କର ପ୍ରତୀକ ଥିଲା, ଯାହା ଗାନ୍ଧୀ ବିଚାରର ବିରୋଧି । ପ୍ରଥମ ଗୁଳି ସାମ୍ପ୍ରଦାୟିକତାର ପ୍ରତୀକ , ଯାହା ଜାତି ଧର୍ମ, ସଂପ୍ରଦାୟରେ ବିଶ୍ୱାସ କରେ । ଦ୍ୱିତୀୟ ଗୁଳିଟି ରାଜନୀତି କେନ୍ଦ୍ରୀକୃତ ରାଜନୈତିକ ବ୍ୟବସ୍ଥାର ପ୍ରତୀକ ଥିଲା, ଯାହା ଗାନ୍ଧୀଜୀଙ୍କର ଗ୍ରାମସ୍ୱରାଜ୍ୟ ପରିକଳ୍ପନାକୁ ସମାପ୍ତ କରିଦେବାପାଇଁ ଥିଲା ପ୍ରୟାସ । ତୃତୀୟ ଗୁଳି କେନ୍ଦ୍ରୀଭୁତ ଆର୍ଥିକ ବ୍ୟବସ୍ଥାର ପ୍ରତୀକ ଥିଲା, ଯାହା ଆଜି କରାଳ ତଥା ଭୟାବହ ରୁପରେ ଛିଡା ହୋଇଯାଇଛି’’ । ସେ ପୁଣି କହିଲେ ଯେ ଗାନ୍ଧୀବାଦ ଭଳି କିଛି ବାଦ ନଥିବା ନିଜେ ଗାନ୍ଧୀଜୀ କହିଯାଇଛନ୍ତି । ସେଥିପାଇଁ ଗାନ୍ଧୀଜୀଙ୍କ ନାଁ କେହି ନେଇ କି ନନେଉ ଯେ କେହି ମାନବୀୟ ମୂଲ୍ୟବୋଧ ପାଇଁ ବିଶ୍ୱାସ ରଖନ୍ତି । ସେ ସମସ୍ତଙ୍କୁ ଗାନ୍ଧୀଜୀଙ୍କ ଦର୍ଶନ ଆର୍କଷିତ କୋଳେଇ ନେଇଥାଏ । ଆଜି ଗାନ୍ଧୀ ୧୫୦ ଏଭଳି ଏକ ଅବସର ଯେଉଁଥିରେ ପ୍ରତିକ୍ରିୟାତ୍ମକ ଶକ୍ତି ବିରୁଦ୍ଧରେ ସମସ୍ତ ମାନବବାଦୀ ଜନଗଣ ସଂଗଠିତ ହେବାର ଆବଶ୍ୟକତା ରହିଛି ।
ଏହି ବୈଠକରେ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି, ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନ,ନାରାୟଣ ଦାସ ଅବସର ବେଉରିଆ, ପ୍ରଫୁଲ୍ଲ ସାମନ୍ତରା, , ସନ୍ଦିିପ ପଟ୍ଟନାୟକ, ମାନସ ମିଶ୍ର, ମିହିର ପ୍ରତାପ ମିଶ୍ର, ଅରବିନ୍ଦ ବେହେରା, ଚିନ୍ତାମଣି ପଟେଲ, ମଧୁଭାଇ, ସୁବୋଧ ପଟ୍ଟନାୟକ, ନଟବର ଖୁଂଟିଆ, ପ୍ରଫେସର ମନୋରଂଜନ ମହାନ୍ତି, ବାଘାମ୍ବର ପଟ୍ଟନାୟକ, ପ୍ରହଲ୍ଲାଦ ସିଂହ, ମଳୟ ତ୍ରିପାଠୀ, ଦୋଳ ଗୋବିନ୍ଦ ପ୍ରଧାନ, ଶୈଳଜ ରବି, ପ୍ରଫେସର ପ୍ରିତୀଶ ଆଚାର୍ଯ୍ୟ, ସୁଧୀର ପଟ୍ଟନାୟକ,ସୁମିତ୍ରା ଜେନା,ପୁଷ୍ପାଂଜଳି ଶତପଥୀ,ବନପ୍ରଭା,ନିରାକାର ବେଉରା, ଜଷ୍ଟିସ ମନୋରଂଜନ ମହାନ୍ତି, କବିତାରାଣୀ ପରିଡା,ଡ଼ଃ ସ୍ୱାଧୀନ ପଟ୍ଟନାୟକ,ଅମ୍ବିକା ପ୍ରସାଦ ପତି,ଶ୍ରୀକାନ୍ତ ନାୟକ ଓ ସୂର୍ଯ୍ୟନାରାୟଣ ନାଥ ଓପ୍ରମୁଖ ଯୋଗ ଦେଇ ଓଡିଶାରେ ଏହାକୁ ବ୍ୟାପକ କରାଯିବା ବାବଦରେ ବୈଠକରେ ମତାମତ ପ୍ରଦାନ କରିଥିଲେ ।ଆଗାମୀ ସମୟରେ ରାଜ୍ୟବ୍ୟାପି ଯାତ୍ରା କରାଯାଇ ପ୍ରତି ବ୍ଲକରେ କମିଟ ଗଡିବା ପରେ ରାଜ୍ୟ କମିଟ ଗଡାଯିବ ବୋଲି ନିଷ୍ପତି ହୋଇଥିଲା । ରାଷ୍ଟୀୟ ଯୁବା ସଂଗଠନର ରାଷ୍ଟୀୟ ସଂଯୋଜକ ଡ଼ଃ ବିଶ୍ୱଜିତ ବୈଠକର ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।