ଫେବୃଆରୀ ୯ ତାରିଖରେ ଆନ୍ତଃବିଭାଗୀୟ କମିଟିର କୋଟିଆ ଅଞ୍ଚଳ ପରିଦର୍ଶନ

0

 

 ଭୁବନେଶ୍ୱର(Manasi Mishra) କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ତହସିଲ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ସରକାରଙ୍କପକ୍ଷରୁ ବେଆଇନ ରାସ୍ତା ନିର୍ମାଣ, ଆଧାର କାର୍ଡ ସହ ବିଭିନ୍ନ ସାମଗ୍ରୀ ବଣ୍ଟନର ଅଭିଯୋଗ ସମ୍ବନ୍ଧରେ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ସେଠାରେ ଗ୍ରହଣ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ କଲ୍ୟାଣକାରୀ ଯୋଜନାର ସଦ୍ୟତମ ସ୍ଥିତି ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଏକ ଉଚ୍ଚସ୍ତରୀୟ ଆନ୍ତଃବିଭାଗୀୟ କମିଟି ଫେବୃଆରୀ ୮ ତାରିଖରେ କୋରାପୁଟ ଜିଲ୍ଲା ଗସ୍ତରେ ଯିବ | କମିଟିରେ ଆଇଜି ପୋଲିସ(ଏସ୍ଏପି)  ସଂଜୀବ ପଣ୍ଡା, ରାଜସ୍ୱ ବିଭାଗର ନିର୍ଦ୍ଦେଶକ(ପୁନର୍ବାସ ଓ ଥଇଥାନ) ଓ ପଦପ୍ରଯୁକ୍ତ ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ନାୟକ, ରାଜସ୍ୱ ବିଭାଗର ଅତିରିକ୍ତ ଶାସନ ସଚିବ(ସିଏଚ୍ ଆଣ୍ଡ ଏସ୍)  ଶଶଧର ନାୟକ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ(ପ୍ଲାନ- ରାସ୍ତା)  ଆଶୁତୋଷ ମଲ୍ଲିକ ସଦସ୍ୟ ରହିବୋ କମିଟି ୮ ତାରିଖ ସନ୍ଧ୍ୟାରେ କୋରାପୁଟଠାରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ସ୍ଥାନୀୟ ବରିଷ୍ଠ ଅଧିକାରୀଙ୍କ ସହିତ ସ୍ଥିତି ସମ୍ବନ୍ଧରେ ଆଲୋଚନା କରିବେ ଏବଂ ୯ ତାରିଖ ଦିନ କୋଟିଆ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିବୋ କମିଟିର କୋଟିଆ ଅଞ୍ଚଳ ଗସ୍ତ ସମୟରେ କୋରାପୁଟର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ମଧ୍ୟ ଉପସ୍ଥିତ ରହିବ | କମିଟି କୋଟିଆ ଗ୍ରାମଗୁଡ଼ିକ ପରିଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ତୁରନ୍ତ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶ |

Leave A Reply

Your email address will not be published.