ଡ଼ିଭାଇନ ବୈଷୟିକ ଶିକ୍ଷା ଅନୁଷ୍ଠାନର ବାର୍ଷିକୋତ୍ସବ ୟୁଫୋନି-୨୦୧୮

0

 

ସମ୍ବର୍ଦ୍ଧିତ ହେଲେ ପ୍ରାକ୍ତନ ଛାତ୍ରୀ ଓ ଛାତ୍ର

ବାରିପଦା/Dillip Mohanty – ବାରିପଦା ସହର ଉପକଣ୍ଠ ବାହାଦୂରପୁର(ପୋଡ଼ାଅସ୍ତିଆ)ସ୍ଥିତ ରାଜ୍ୟର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ  ଡ଼ିଭାଇନ ଇନ୍ଷ୍ଟିଚ୍ୟୁଟ  ଅଫ୍ ଇଞ୍ଜିନିୟରିଂ ଓ ଟେକ୍ନୋଲଜିର ଦଶମ ବାର୍ଷିକୋତ୍ସବ ୟୁଫୋନୀ-୨୦୧୮ର ଉଦଯାପନୀ ସମାରୋହରେ ସମ୍ମାନୀତ ଅତିଥି ଭାବେ ଭୂବନେଶ୍ୱର ସ୍ମାର୍ଟ ସିଟି ପ୍ରୋଜେକ୍ଟର ନିର୍ଦ୍ଦେଶକ  ବିଦ୍ୟାସାଗର ଓ ଜିନ୍ଦଲ ଷ୍ଟେନ୍ଲେସ୍ ଷ୍ଟିଲ ଲିଃର ଆର୍ ଆର୍ ଓ  ଆଇଆର୍ ମୁଖ୍ୟ ମୋତି ପ୍ରକାଶ ରଥ ଯୋଗ ଦେଇ ଅନୁଷ୍ଠାନ ର ଛାତ୍ରୀଛାତ୍ରମାନଙ୍କୁ ମୂଲ୍ୟବୋଧ ସମ୍ପର୍କରେ ସଚେତନ କରାଇବା ସହିତ ବର୍ତ୍ତମାନର ସାମାଜିକ ପରିସ୍ଥିତି ଓ ବାସ୍ତବିକତାଠାରୁ ଦୂରେଇ ଯାଇଥିବାରୁ ଗଭୀର ଉଦବେଗ ପ୍ରକାଶ କରିଥିଲେ । ସେହିପରି ଶିକ୍ଷା ଅନୁଷ୍ଠାନର ପ୍ରତିଷ୍ଠାତା  ତଥା ଚେୟାରମ୍ୟାନ ଓ ମ୍ୟାନେଜିଂ ଟ୍ରଷ୍ଟି ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ବୁଗୁଡେ଼ଇ ଜୀବନର ଶ୍ରେଷ୍ଠ  କର୍ମସ୍ଥଳିକୁ ଆପଣେଇ ଭଳ ମଣିଷଟିଏ ହୋଇ ଦେଶ, ଜାତି ତଥା ନିଜ ପରିବାରର ଟେକ ରଖିବାକୁ ପରାମର୍ଶ ଦେଇଥିଲେ । ଟ୍ରଷ୍ଟି କାହ୍ନୁ ସୋରେନ, ଟ୍ରଷ୍ଟି ଇଂ. ଧରମବୀର ବୁଗୁଡେ଼ଇ, କଲେଜର ନିର୍ଦ୍ଦେଶକ  ଇଂ ବିପ୍ଳବ ଭଞ୍ଜନ ବୁଗୁଡେ଼ଇ ଓ ଡ଼ାଇରେକ୍ଟର ଏକାଡେ଼ମିକ୍ ଇଂ. ସନ୍ତୃପ୍ତ ପାଢ଼ୀ ଏକ ସୁସ୍ଥ ତଥା ଆଦର୍ଶ ସମାଜ ସହ ଦେଶ ଗଠନ କରିବାର ସ୍ୱପ୍ନକୁ ସାକାର କରିବା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ସେହିପରି ମୁଖ୍ୟ ଅତିଥି ଭାବେ ସିଆରପିଏଫ ୧୮୯ ବାଟାଲିଅନର ଡେ଼ପୁଟୀ କମକ୍କେଣ୍ଟ ଇନଚାର୍ଯ୍ୟ ଗୁଲସନ ଶର୍ମା, ମୁଖ୍ୟବକ୍ତା ଭାବେ ଜିଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ପ୍ରମୁଖ ଯୋଗ ଦେଇ ଛାଥ୍ରଛାତ୍ରମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ସେଭୋୟର-ଫେୟାରକୁ ଲୋକାର୍ପିତ ହେବା ପରେ ଅନୁଷ୍ଠାନର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ବିବେକ ସେଠୀଙ୍କୁ ଷ୍ଟୁଡେ଼ଣ୍ଟ ଅଫ୍ ଦା ଇୟର, ମିସ ଡ଼ିଭାଇନ ଭାବେ ବବିତା ନନ୍ଦ ଗୋସ୍ୱାମୀ, ମିଷ୍ଟର ଡ଼ିଭାଇନ ଭାବେ ଶାନ୍ତନୁ କୁମାର ଘୋଷ, ବେଷ୍ଟ କଷ୍ଟୟୁମ(ଫିମେଲ) ଭାବେତନ୍ମୟୀ ଦାଶ ଓ ମେଲ ଭାବେ ସୁରଜ କୁମାର ବର୍ମାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ଆୱାର ଷ୍ଟୁଡେ଼ଣ୍ଟ ଓ ଆୱାର ପ୍ରାଇଡ଼ ଭାବେ ଅନୁଷ୍ଠାନରୁ ପାଶ କରି ବିଭିନ୍ନ ନାମୀ କମ୍ପାନୀଗୁଡ଼ିକରେ କାର୍ଯ୍ୟକରୁଥିବା ଇଂ ରାକେଶ ମହାପାତ୍ର, ତୁଷାର ମହାନ୍ତ, ଦୀପଙ୍କର ମହାପାତ୍ର, ମନୋଜ କୁମାର ପାତ୍ର, ଦୀଲ୍ଲୀପ କୁମାର ଦାସ, ସୁଦୀପ ପାଲ, ସୁନ୍ଦର ମୋହନ ବାସ୍କେ, କ୍ରୀଷ୍ଣା ରାଣୀ ଦାସ, ରାଜେଶ କୁମାର ମହାନ୍ତି, ଦେବାଶିଷ ମହାପାତ୍ର, ଦେବବ୍ରତ ବେହେରା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟତମ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଥିଲେ ସୁନାମ ଧନ୍ୟ କଣ୍ଠଶିଳ୍ପୀ  ସତ୍ୟଜିତ ପ୍ରଧାନ, ରୋଜାଲିନ୍ ସାହୁ, ଅସୀମା ପଣ୍ଡା ପ୍ରମୁଖଙ୍କ ସଂଙ୍ଗୀତ ଓ ପପୁ ପମପମଙ୍କ ହାସ୍ୟ ଅଭିନୟ ସହିତ ଓଲିଉଡ଼ର ନବାଗତ ନାୟକ ମୟୂରଭଞ୍ଜ ମାଟିର ସନ୍ତାନ ସ୍ୱରାଜ ବାରିକ, ନାୟିକା ସନମୀରା ନାଗେସଙ୍କ ଉପସ୍ଥିତି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅନୁଷ୍ଠାନର ଡ଼ିନ ରଣଜିତ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରିନ୍ସପାଲ ଇଂ ଅଭିନ୍ନ ଦାସ, ଅଧ୍ୟାପିକା ସୁଜାତା ପଣ୍ଡା, ସାଗରିକା ବାଘେଲ, ବିଭୂଦତ୍ତ ଶେଜପଡ଼ା, ପଲ୍ଲବୀ ବେହେରା, ବିଶ୍ୱରଞ୍ଜନ ବେହେରା, ବିପ୍ଳାବନୀ ବେହେରା, ପ୍ରଶାନ୍ତ କୁମାର ହେମ୍ବ୍ରମ, ବନବୀହାରୀ ମହାନ୍ତି ଓ ସନ୍ଦୀପ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । 

Leave A Reply

Your email address will not be published.