ଭୁବନେଶ୍ୱର,୦୩/୨/୨୦୧୮: କେନ୍ଦ୍ର ତୈଳମନ୍ତ୍ରୀ ପେଟ୍ରୋଲ-ଡିଜେଲ୍ ଦରକୁ ନିୟନ୍ତ୍ରଣ କରିପାରୁନାହାନ୍ତି । ଏହାର ଦାମ୍ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ଏଥିରେ ସମାଜର ସମସ୍ତ ବର୍ଗ ବିଶେଷକରି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକେ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି । ଏଥିଯୋଗୁ ସେମାନଙ୍କର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହି ଅସନ୍ତୋଷରୁ ନଜର ହଟାଇବା ପାଇଁ ଧର୍ମେନ୍ଦ୍ରବାବୁ ଗୋଟିଏ ନୂଆ ଉପାୟ ବାହାର କରିଛନ୍ତି । ଶ୍ରୀଯୁକ୍ତ ପ୍ରଧାନ ତୈଳଦର ନିୟନ୍ତ୍ରଣ କରିବାରେ ଅକ୍ଷମ, ତେଣୁ ଲୋକେ ସାଇକେଲ ଚଲାନ୍ତୁ ବୋଲି ପରୋକ୍ଷରେ ଇସାରା ଦେଇଛନ୍ତି । ସାଇକେଲ୍ ଚଲାଇବା ଏକ ଭଲ ପ୍ରସ୍ତାବ ଓ ଦିନେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମଧ୍ୟ ସାଇକେଲ୍ ଚଲାଇ ସାରା ଭାରତରେ ଉଦାହରଣ ସୃଷ୍ଟି କରିଥିଲେ । ସାଇକେଲ୍ ଚଲାଇବା ଫଳରେ ଶକ୍ତି ସଂଚୟ ହେବା ସହିତ ସ୍ୱାସ୍ଥ୍ୟ ଭଲ ରୁହେ । କିନ୍ତୁ ଧର୍ମେନ୍ଦ୍ରବାବୁ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ବିଭାଗ ଜରିଆରେ ଯେଉଁ ସାଇକ୍ଲୋଥନ୍ ଆୟୋଜନ କରୁଛନ୍ତି, ସେଥିରେ ତାଙ୍କର ଅସହାୟତା ଫୁଟିକି ଦିଶୁଛି । ଦଳୀୟ କର୍ମୀଙ୍କ ତୁଷ୍ଟିକରଣ ପାଇଁ ଯୋଜନାଟି ମୁଖ୍ୟତଃ ଅଭିପ୍ରେତ । କେନ୍ଦ୍ରମନ୍ତ୍ରୀ ସାଇକେଲ୍ ଚଲାଇବାକୁ ପରାମର୍ଶ ଦେବା ସହ ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସର ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ବିଶେଷ ଧ୍ୟାନ ଦେଲେ ଭଲ ହୁଅନ୍ତା ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.