ଜାଲ ନୋଟ କାରବାର ଅଭିଯୋଗରେ ୨ ଗିରଫ ଓ ୨ ଲକ୍ଷ ଟଙ୍କା ଜବତ

0

ସ୍ପେଶାଲ ସ୍କ୍ୱାଡର଼୍  ମାଧ୍ୟମରେ ମୂଳରେ ପହଁଞ୍ଚିବ ପୁଲିସ

ବାରିପଦା/ଦିଲ୍ଲୀପ ମହାନ୍ତି – ମୟୂରଭଞ୍ଜ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀନଜନ ନାୟକ ଫେବୃଆରୀ ୨ ଶୁକ୍ରବାର ଅପରାହ୍ନ ଦେଢ଼ଟା ସମୟରେ ଜିଲା ପୁଲିସ କାର୍ଯ୍ୟାଳୟ ପରିସସରରେ କେତେକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଏକ ଖବରଦାତା ସମ୍ମିଳନୀ ଡ଼କାଇ ଜାଲ ନୋଟ କାରବାରରେ ସମ୍ପୃକ୍ତ ରହିଥିବାଅଭିଯୋଗରେ ୨ ଜଣ ଯୁବକକୁ ଗିରଫ କରାଯାଇ କୋର୍ଟ ଚାଲାଣ ସହିତ ୨ଡ଼ିଏଚ ୯୬୫୮୬୦ ନମ୍ବରରେ ୨୩ଟି, ୨ଡିଏଚ ୯୬୫୮୫୦ ନମ୍ବର ରହିଥିବା ୩୩ଟି, ୨ଡିଏଚ ୯୬୫୮୩୦ ନମ୍ବରର ୨୬ଟି, ୨ଡିଏଚ ୯୬୫୮୩୩ ନମ୍ବରରେ ୧୦ ଓ ୨ଡିଏଚ ୯୬୫୮୯୦ କ୍ରମିକ ନମ୍ବର ରହିଥିବା ୮ ଏହିପରି ମୋଟ ଶହେଟି ୨ ହଜାର ଟଙ୍କାର ଜାଲ ନୋଟ ଜବତ କରାଯାଇଥିବାର ସୂଚନା ଦେଇଥିଲେ ।  ଏଥି ସହିତ ଗତ ଜାନୁଆରୀ ୩୦ ଅପରାହ୍ନ ୩ଟା ସମୟରେ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ମାଣିଦା ବଜାରରେ  ଜଣେ ଯୁବକ ଏକ ଜାଲ ଦୁଇ ହଜାର ଟଙ୍କାର ନୋଟ ଚଳାଇବାକୁ ଉଦ୍ୟମ କରୁଥିବା ଓ ଅନ୍ୟ ଏକ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ସାଥୀରେ ରହିଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ଅଟକ ରହିଥିବାର ଖବର ରାସଗୋବିନ୍ଦପୁର ଥାନା ଏସଆଇ ଭଗବାନ ତରାଇ ଫୋନ ମାଧ୍ୟମରେ ଖବର ପାଇବା ପରେ ସଦଳବଳେ ଘଟଣା ସ୍ଥଳରେ ପହଁଞ୍ଚିଥିଲେ । ସ୍ଥାନୀୟ ଲୋକେ ଅଟକ ରଖିଥିବା ପଡେ଼ାଶୀ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନରେ ରହିଥିବା କୁଣ୍ଡେଇ ଗ୍ରାମର ବାବୁରାମ ଜେନାଙ୍କ ୧୯ ବର୍ଷର ପୁଅ ତରୁଣ କୁମାର ଜେନାଙ୍କ ସହିତ ଅନ୍ୟ ଏକ ଯୁବକକୁ ପୁଲିସର ଜିମାରେ ଦେଇଥିଲେ । ପୁଲିସ ଯୁବକ ଅଟକ ଯୁବକ ୨ ଜଣକୁ ତଲାସୀ ନେବା ପରେ ତରୁଣ କୁମାର ଜେନାଙ୍କ ନିକଟରୁ ୫ଟି ଜାଲ ୨ ହଜାର ଟଙ୍କିଆ ନୋଟ ସହିତ ଚଳାଇବାକୁ ଉଦ୍ୟମ କରିଥିବା ଅନ୍ୟ ଏକ ନୋଟ ଏହିପରି ମୋଟ ୬ଟି ୨ ହଜାର ଟଙ୍କିଆ ନୋଟକୁ ଜବତ କରିଥିଲେ । ଅନ୍ୟ ଅଟକ ଯୁବକ ସହିତ ଜାଲ ନୋଟ ଚଳାଇବାର କୌଣସି ସମ୍ପର୍କ ନ ଥିବାର ପୁଲିସ ପ୍ରମାଣ ପାଇବା ପରେ ତାର ନାମ ଠିକଣା ଆଦି ସଂଗ୍ରହ କରି ଛାଡ଼ି ଦେଇଥିଲେ । ଏହି ଘଟଣାକୁ ନେଇ ରାସଗୋବିନ୍ଦପୁର ଥାନା ଆଇଆଇସି ଟି. ରାଉତ ଅଭିଯୁକ୍ତ ଯୁବକ ନାମରେ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୪୨୦/ ୪୮୯(ବି)/ ୪୮୯(ସି)/ ୩୪ରେ  କେଶ ନଂ ୧୩/ ୩୦.୦୧.୨୦୧୮ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲେ । ଏହି ଜାଲ ନୋଟ ଉପରେ ଅଭିଯୁକ୍ତ ତରୁଣକୁ ପୁଲିସ ପଚରାଉଚରା କରିବା ସମୟରେ ସେ ଏହି ଜାଲ ନୋଟ ବସ୍ତା ଥାନା ମହାବିଦ୍ୟାଧରପୁର ମହଲା ଗ୍ରାମର ବାସିନ୍ଦା ସେକ. ରିଆଜଉଦ୍ଧିନଙ୍କ ପୁଅ ସେକ କଲିମୁଦ୍ଧିନ(୨୨)ଙ୍କ ନିକଟରୁ ଆଣିଥିବାର ସୂଚନା ପାଇ ଥିଲେ ଏବଂ ଚଳିତ ଫେବୃଆରୀ ୧ ରାତିରେ ବସ୍ତା ଥାନା ପୁଲିସ ସହାୟତାରେ ସେକ.  କଲିମୁଦ୍ଧିନଙ୍କ ଘର ଉପରେ ଅତର୍କିତ ଭାବେ ଚଢ଼ାଉ କରାଯାଇ ସେଠାରୁ ୯୪ଟି ଜାଲ ୨ ହଜାର ଟଙ୍କିଆ ନୋଟକୁ ଜବତ କରାଯାଇ ଥିଲା । ଏହି ସମୟରେ କଲିମୁଦ୍ଧିନ ପୁଲିସକୁ ଦେଇଥିବା ବୟାନ ଅନୁସାରେ ସେ ଏହି ଟଙ୍କା ପଶ୍ଚିମବଙ୍ଗ ରାଜ୍ୟ ମାଲଦା ଥାନା କାଲିଆଛକର ଇସାବ୍ ଅଲ୍ଲୀଙ୍କ ନିକଟରୁ ଆଣିଥିଲା । ତେଣୁ ରାସଗୋବିନ୍ଦପୁର ଥାନା ପୁଲିସ ଜାଲ ନୋଟ କାରବାର ଉଦ୍ୟମ ସହିତ ଗଚ୍ଛିତ ରଖିବା ଅଭିଯୋଗରେ ସେକ. କଲିମୁଦ୍ଧିନଙ୍କୁ ଫେବୃଆରୀ ୨ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଥିଲେ ବୋଲି ଆଜିର ଖବରଦାତା ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀନାୟକ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ପୁଲିସ ହାତ ଏହି ଓଡ଼ିଶା ମଧ୍ୟରେ ସୀମିତ ରହିଗଲା । ପୁଲିସ ସ୍ପେଶାଲ ସ୍କ୍ୱାଡର଼୍ ଗଠନ ମାଧ୍ୟମରେ ଜାଲନୋଟ ଚେର ପର୍ଯ୍ୟନ୍ତ ପହଁଞ୍ଚିବାକୁ ହେଲେ ପଶ୍ଚିମବଙ୍ଗ ରାଜ୍ୟର ମାଲଦାର କାଲିଆଛକ୍ରେ ଇସାବ୍ ଅଲ୍ଲୀକୁ ଆଣିବାକୁ ହେବ । ମାତ୍ର ପୁଲିସର ଏହି ଖବରଦାତା ସମ୍ମିଳନୀରୁ ତାହା ମୟୂରଭଞ୍ଜ ପୁଲିସର ହାତ ବାହାରେ ବୋଲି ସନେ୍ଦହ ସୃଷ୍ଟି କରାଇଛି । କାରଣ ପୁଲିସ କହିବା ଯଦି ସତ୍ୟ ହୋଇଥାଏ, ତେବେ ଖବରଦାତା ସମ୍ମିଳନୀ ମାଧ୍ୟମରେ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶିତ ହେବା ପରେ ଅଭିଯୁକ୍ତ ସତର୍କ ହୋଇଯିବ । ସ୍କ୍ୱାଡର଼୍ ତା ନିକଟରେ ପହଁଞ୍ଚିବା ପୂର୍ବରୁ  ବିରୋଧରେ ରହିଥିବା ସମସ୍ତ ପ୍ରମାଣକୁ ନଷ୍ଟ କରାଇ ସାରିଥିବ । ଏହି ଜାଲ ନୋଟର ଚେର କେଉଁଠାରେ, ଏଥିରେ ଆତଙ୍କବାଦୀ କିମ୍ବା ଅନ୍ୟ କୌଣସି ସଙ୍ଗଠନର ହାତ ରହିଛିକି ନାହିଁ ଆଦି ବିଭିନ୍ନ ଦିଗ ଉପରେ ତଦନ୍ତ କରି ଅସଲ ସତ୍ୟାସତ୍ୟ ଉପରୁ ପରଦା ହଟାଇ ପାରିଥିଲେ ସେଥିରେ ମୟୂରଭଞ୍ଜ ପୁଲିସର ମୁଣ୍ଡ ଉପରକୁ ହୋଇପାରି ଥାନ୍ତା ।

Leave A Reply

Your email address will not be published.