ଅନୁଭବରୁ ଅନୁଭୂତି-ସେଦିନରୁ ଆଜିଯାଏଁ “ମାଟି ବଡ଼ ନା ପାର୍ଟି ବଡ଼’ :  ଡା. ଦାମୋଦର ରାଉତ

0

 

ଦୈନିକ ସମ୍ବାଦପତ୍ର ଅନୁଷ୍ଠାନ ତରଫରୁ ଏହାର ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ବିତର୍କର ଆୟୋଜନ କରାଯାଇଥିଲାା ଆଲୋଚନାର ବିଷୟବସ୍ତୁ ଥିଲା  ମାଟି ବଡ଼ ନା ପାର୍ଟି ବଡ଼ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଅନେକ କଲେଜ ଛାତ୍ରଛାତ୍ରୀଙ୍କୁ ବିତର୍କରେ ଅଂଶଗ୍ରହଣ କରିବା ପାଇଁ ଡକା ଯାଇଥିଲା ବିତର୍କ ପ୍ରତିଯୋଗିତାର ବିଚାରକମଣ୍ଡଳୀ ଭାବରେ ବିରୋଧୀ ଦଳ ନେତା ଶ୍ରୀ ନରସିଂହ ମିଶ୍ର, ବରିଷ୍ଠ ରାଜନେତା ତଥା ବିଜେପି ଜାତୀୟ କାର୍ଯ୍ୟକାରିଣୀ କମିଟିର ସଭ୍ୟ ବିଜୟ ମହାପାତ୍ର ଏବଂ ମୋତେ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା 

“ମାଟି ବଡ଼ ନା ପାର୍ଟି ବଡ଼’ ବିଷୟଟିର ଅତ୍ୟନ୍ତ ଚମତ୍କାରା ଏହାର ଅନ୍ତରୀଣ ଉଦ୍ଦେଶ୍ୟ ବେଶ ସ୍ପଷ୍ଟା ଜଣକ ପରେ ଜଣେ ଛାତ୍ରଛାତ୍ରୀ ଚାରି ମିନିଟ ଲେଖାଏଁ ବିଷୟବସ୍ତୁ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।  ଭାଷା, ବିଷୟ ବସ୍ତୁ ଓ ବିତର୍କର ତରିକା ଉପରେ ୧୦ ନମ୍ବର ଲେଖାଏଁ ମୋଟ ୩୦ ନମ୍ବର ପାଇଁ ବିଚାରକମାନେ ନମ୍ବର ଦେବା ପାଇଁ କୁହାଯାଇଥଲା ।

ମାତ୍ର ୪ ମିନିଟ ମଧ୍ୟରେ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀମାନେ ଯେଭଳି ନିଜ ନିଜର ବକ୍ତବ୍ୟ ରଖିଲେ  ତାହା ଅତ୍ୟନ୍ତ ଋଦ୍ଧିମନ୍ତ ଓ ତଥ୍ୟଭିତ୍ତିକ ଥିଲା  ଏବଂ ବିତର୍କର ଶୈଳୀ ବେଶ୍ ଚମତ୍କାର ଥିଲା । ଭାରତୀୟ ସମ୍ବିଧାନ ଗୃହୀତ ହେବାର ୬୮ ବର୍ଷ ପରେ ଏ ପିଢ଼ିର ଛାତ୍ରଛାତ୍ରୀମାନେ ଆମ ଗଣତନ୍ତ୍ରକୁ ଏବଂ ଏହାର ଅନ୍ତରୀଣ ନିର୍ଯାସ ଓ ମୂଲ୍ୟବୋଧକୁ କିଭଳି ଭାବେ ହୃଦୟଙ୍ଗମ କରିପାରୁଛନ୍ତି ତାହା ନିଶ୍ଚିତ ଭାବରେ ବିସ୍ମୟକର ଓ ଅଭିନନ୍ଦନୀୟା । ଆମର ବହୁ ଦଳୀୟ ଗଣତନ୍ତ୍ରରେ ଏକ ରାଜନୈତିକ ଦଳ ଗଠନ କଲାବେଳେ ସବୁ ରାଜନୈତିକ ଦଳ ମାଟି ଏବଂ ମାଟିର ମଣିଷମାନଙ୍କ ସାମାଜିକ, ଅର୍ଥନୈତିକ ଓ ବୌଦ୍ଧିକ ବିକାଶ ପାଇଁ ସଂକଳ୍ପ ଘୋଷଣା କରିଥାନ୍ତି । ଅନ୍ୟ ଅର୍ଥରେ ନିଜ ମାତୃଭୂମି ଏବଂ ମାତୃଭୂମି କୋଳରେ ଆତଯାତ ସବୁବର୍ଗର ଲୋକଙ୍କ ସ୍ୱାର୍ଥ ଓ ସେବା ପାଇଁ ସଂକଳ୍ପ ଘୋଷଣା କରିଥାଆନ୍ତି । ପ୍ରକୃତ ପକ୍ଷେ ନିଜ ମାଟି ବା ମାତୃଭୂମିର ସେବା ପାଇଁ ରାଜନୈତିକ ଦଳ ସୃଷ୍ଟି ହୋଇଥାଏ । ତେଣୁ ମାଟି କି ଛାଡ଼ି ପାର୍ଟିର ସ୍ଥିତି କଳନା କରିବା ସମ୍ଭବ ନୁହେ । ଆମ ସମ୍ବିଧାନର ଅନ୍ତର୍ନିହିତ ଉଦ୍ଦେଶ୍ୟ ଓ ନିର୍ଦ୍ଦେଶ ହେଲା ଯେ କୌଣସି ରାଜନୈତିକ ଦଳର ନୀତି, ଆଦର୍ଶ ବଳରେ ଏହାର ନେତା, କର୍ମୀ ଓ ସମର୍ଥକମାନେ ମାତୃଭୂମି ଓ ମାତୃଭୂମି କୋଳରେ ଆତଯାତ ମଣିଷ ସମାଜକୁ ନିଷ୍ଠାର ସହିତ ସେବା କରିବ । ମାତ୍ର ଆମ ଗଣତନ୍ତ୍ରର ଆୟୁଷ ଯେତିକି ବଢ଼ି ବଢ଼ି ଯାଉଛି ରାଜନୈତିକ ଦଳମାନଙ୍କରେ ସେବା ଓ ତ୍ୟାଗର ଭାବନା ସେତିକି ସୀମିତ ହୋଇଯାଉଛି ।ଏବେ ସେବା ଓ ତ୍ୟାଗ ବଦଳରେ ସଂପତ୍ତି ଏବଂ କ୍ଷମତା ପାଇଁ ପ୍ରବୃତ୍ତିର ପ୍ରାବଲ୍ୟ ବୃଦ୍ଧି ପାଉଛିା ଆମ ସମ୍ବିଧାନରେ ଅନ୍ତର୍ନିହିତ ନିର୍ଦ୍ଦେଶ ରହିଥିଲା  ଯେ ଯେଉଁମାନେ ସାଧାରଣ ଜୀବନରେ ଯୋଗଦେବେ ଏବଂ ନିର୍ଦ୍ଦିଷ୍ଟ ରାଜନୈତିକ ଦଳରେ ସାମିଲ ହେବେ ସେମାନେ ସାଧାରଣ ଲୋକଙ୍କ ଭଳି ସଂପତ୍ତି ଓ କ୍ଷମତାଠାରୁ ଦୂରେଇ ରହି ସମାଜର ସେବା କରିବେ । ସେଥିପାଇଁ କୁହାଯାଏ ସଂପତ୍ତି ଆହରଣ କରିବା ସାଧାରଣ ଲୋକର ଏକ ପ୍ରବୃତ୍ତି । ସେ ପ୍ରବୃତ୍ତିରୁ ଯେ ନିଜକୁ ନିବୃତ୍ତ କରି ରଖାଯାଇପାରିବ ସେ ହେବ ଲୋକପ୍ରତିନିଧି । ଅନ୍ୟ ଅର୍ଥରେ ରାଜନୈତିକ ଦଳର କର୍ମୀ ଓ ନେତାମାନେ ସମାଜସେବାକୁ ବ୍ରତ କରି ସାଧାରଣ ଜୀବନରେ ପ୍ରବେଶ କରି ନିଜର ପରିବାର ଓ ସଂପର୍କୀୟମାନଙ୍କର ସ୍ୱାର୍ଥକୁ ପଛରେ ରଖି ସାଧାରଣ ଜନତାଙ୍କ କଲ୍ୟାଣ ପାଇଁ କାମ କରିବେ ।

କିନ୍ତୁ ଏବେ ଦେଖାଯାଉଛି ରାଜନୈତିକ ଦଳର ନେତା, କର୍ମୀ ଓ ନିକଟତମ ସମର୍ଥକମାନେ ରାଜନୈତିକ କ୍ଷମତା ଜରିଆରେ ପ୍ରଭୃତ କ୍ଷମତା ହାସଲ କରିବା ସଙ୍ଗେ ସଙ୍ଗେ ସେବା ଓ ତ୍ୟାଗ ପରିବର୍ତ୍ତେ ନିଜ ଓ ନିଜ ପରିବାର ପାଇଁ ସଂପତ୍ତି ଠୁଳ କରିବାରେ ଲାଗିଛନ୍ତିା ଏହାର କୁପ୍ରଭାବ ସମାଜକୁ କିଭଳି କବଳିତ କରୁଛି ଏବଂ ଆମର କଲ୍ୟାଣକାରୀ କାର୍ଯ୍ୟକ୍ରମକୁ କିଭଳି ବିକଳାଙ୍ଗ କରୁଛି ଓ ରାଜନୈତିକ ହିଂସା, ଅଶାନ୍ତି ଏବଂ ଅପରାଧ ପ୍ରବଣତା କିଭଳି ଭାବେ ଦିନକୁ ଦିନ କାୟା ବିସ୍ତାର କରୁଛି, ତାହା ଅତି ତରୁଣ ବୟସର ବିଦ୍ୟା ଅଧ୍ୟୟନ କରୁଥ#ବା ଛାତ୍ରଛାତ୍ରୀମାନେ ଅନୁଭବ କରି ନିର୍ଭୟରେ ତାଙ୍କର ବିତର୍କରେ ଉପସ୍ଥାପନ କରିଥିଲେ ।ଏହି ଛାତ୍ରଛାତ୍ରୀମାନଙ୍କର ପିତାମାତା ସଦୃଶ୍ୟ ରାଜନେତା ଓ ନେତ୍ରୀମାନେ କିଭଳି ଅବାଟରେ ଯାଉଛନ୍ତି ତାହା ସେମାନେ ତାତୁଲ୍ୟ ଭାବେ ଅନୁଶୀଳନ କରିବାକୁ ସମର୍ଥ ହୋଇପାରୁଛନ୍ତି, ଏହା ଆମର ଗଣତନ୍ତ୍ର ପାଇଁ ନିଶ୍ଚିତ ଶୁଭଙ୍କର । ସଂସାର ଜୀବନରେ ପ୍ରବେଶ କରିନଥିବା ଏବଂ ଦଳୀୟ ରାଜନୀତିର ପାଖ ମାଡ଼ି ନଥିବା ଛାତ୍ରଛାତ୍ରୀମାନେ ଯଦି ଆମର ମାତୃଭୂମିକୁ ଏବଂ ଆମର ରାଜନୈତିକ ଦଳର କାର୍ଯ୍ୟଧାରାକୁ ଏଭଳି ଅନୁଶୀଳନ କରିପାରୁଛନ୍ତି ତାହେଲେ ଆମେ ଯେଉଁମାନେ ଆମର ସମ୍ବିଧାନ ଓ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଭଳି ଯୁଗପୁରୁଷଙ୍କର ନାରାଧରି ନିର୍ବାଚନରେ ସଫଳତା ଅର୍ଜନ କରୁଛୁ ଏବଂ ଦଳୀୟ ସଂଖ୍ୟାଗରିଷ୍ଠତା ଆଧାରରେ ଦେଶ ଓ ରାଜ୍ୟରେ ସରକାର ଗଢ଼ି ଶାସନ କରିବାର ଅହଂକାର କରୁଛୁ କିମ୍ବା ଶାସନରେ ଥିବା  ଦଳକୁ ବିତାଡ଼ିତ କରି କ୍ଷମତା ଦଖଲ କରିବା ପାଇଁ ଯେଉଁ ଦଳ ଓ ନେତାମାନେ ଆସ୍ପାଳନ କରୁଛନ୍ତି ସେମାନେ ମାଟିକୁ ବଡ଼ ନକରି ପାର୍ଟିକୁ ବଡ଼ ବୋଲି କାହିଁକି ଭାବୁଛନ୍ତି ।

ଛାତ୍ରଛାତ୍ରୀମାନଙ୍କର ବିତର୍କ ଶୁଣିଲା ପରେ ମୋ ମନ ଭିତରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିଛିଦିନ ତଳେ ବରଗଡ଼ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର ନିର୍ବାଚିତ ପ୍ରତିନିଧିଙ୍କର ଅକାଳ ବିୟୋଗ ଘଟିଲା । ସେଠାରେ ଉପନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ଘୋଷଣା ହୋଇନାହିଁ । ତେବେ ରାଜନୀତିର ପୁରୋଭାଗରେ ଥିବା ଦୁଇଟି ଜାତୀୟ ରାଜନୈତିକ ଦଳ ଏବଂ ଗୋଟିଏ ଆଞ୍ଚଳିକ ଦଳ ଭିତରେ ଯେଭଳି ବୟାନବାଜି ଚାଲୁଛି ତାକୁ ଦେଖିଲେ  କେମିତି ଅସହଜବୋଧ ହେଉଛି ।ଏମିତି ଦଳର ନେତା ଅଛନ୍ତି ଯେଉଁମାନେ ବିଜେପୁର ଦେଖିନାହାନ୍ତି । ସେ ନିର୍ବାଚନମଣ୍ଡଳୀର ଲୋକମାନଙ୍କର ସମସ୍ୟା ଜାଣି ନାହାନ୍ତି କିମ୍ବା ଜାଣିଥିଲେ ମଧ୍ୟ କେବେ ସମସ୍ୟାର ସମାଧାନ ପାଇଁ ପ୍ରୟାସ ପ୍ରକଟ କରିନାହାନ୍ତି, ସେମାନେ ମଧ୍ୟ ଉପନିର୍ବାଚନରେ ତାଙ୍କର ବିଜୟ ନିଶ୍ଚିତ ବୋଲି ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି । କେନ୍ଦ୍ର ଶାସନ ଦାୟିତ୍ୱରେ ଥିବା ଜାତୀୟ ଦଳ ଭାରତୀୟ ଜନତା ପାର୍ଟିର ନେତାମାନେ ବିଜେପୁର ନିର୍ବାଚନରେ ବିଜୟ ଲାଭ କରି ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପାଇଁ ମୂଳଦୂଆ ପକାଇବେ ବୋଲିି କହୁଛନ୍ତି । ଲୋକସଭାରେ ମାତ୍ର ଗୋଟିଏ ଆସନ ଲାଭ କରିଥିବାବେଳେ ବିଧାନସଭାର ୧୪୭ ଆସନରୁ ମାତ୍ର ୧୦ଟି ଆସନ ଅଧିକାର କରିଛନ୍ତି । ରାଜ୍ୟକୁ କେବେ ଶାସନ ଦେଇନାହାନ୍ତି ଅଥଚ ସେ ଦଳର ନେତାମାନେ ଆସ୍ପାଳନ କରୁଛନ୍ତି ଯେ ବିଜେପୁର ଉପନିର୍ବାଚନରେ ସେମାନଙ୍କର ନିଶ୍ଚିତ ବିଜୟ ଏବଂ ଆଗାମୀ ୨୦୧୯ ନିର୍ବାଚନରେ ୧୨୦ରୁ ଅଧିକ ଆସନ ଲାଭ କରି ସରକାର ଗଢ଼ିବ । ପୁଣି ଗଣତାନ୍ତ୍ରିକ ବିଚାରଧାରାରୁ ଯୋଜନ ମାଇଲ ଦୂରକୁ ଯାଇ ଏକ ଆଞ୍ଚଳିକ ଦଳ ଶାସନ ଚାଲିଥିଲା ବେଳେ ଏମାନେ ମନ୍ତବ୍ୟ ଦେଉଛନ୍ତି ଯେ ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ପୋଡ଼ିଯାଇଥିବା ଟ୍ରାନ୍ସଫରମର ଭଳିା ତାଙ୍କୁ ଓପାଡ଼ି ଫୋପାଡ଼ି ଦିଆ ଗତ ନିର୍ବାଚନରେ ନିଜ ଦଳକୁ ବିରୋଧ କରି ନିର୍ବାଚନରେ ପ୍ରତିଯୋଗିତା କଲାବେଳେ ଯିଏ କଟୁକ୍ତି ପ୍ରକାଶ କରିଥିଲେ ତାଙ୍କୁ ପ୍ରଲୋଭିତ କରି ନିଜ ଦଳରେ ସାମିଲ କରି ଉପନିର୍ବାଚନରେ ପ୍ରାର୍ଥୀ କରିବେ ବୋଲି ଘୋଷଣା କରିଛନ୍ତି । ଏ କଥାରେ ଗତ ନିର୍ବାଚନରେ ତୃତୀୟ ସ୍ଥାନ ପାଇଥିବା ଏହି ଦଳର କର୍ମୀ ଓ ନେତାମାନେ ଯେତେବେଳେ ଅସନ୍ତୋଷ ପ୍ରକାଶ କରି ସମ୍ବାଦପତ୍ରରେ ବୟାନବାଜି କଲେ ସେତେବେଳେ ସେମାନଙ୍କ ଭିତରୁ କେତେ ଜଣଙ୍କୁୁ ପ୍ରବୋଧନା ଦେଇ ଶାନ୍ତ କଲାପରେ ଏହା ତାଙ୍କ ଘର ଭିତରର କଳି ଘର ଭିତରେ ତୁଟାଇଦେଲେ ବୋଲି ଭାଷଣ ଦେଉଛନ୍ତି । କିନ୍ତୁ ତାଙ୍କ ଦଳୀୟ ଅସନ୍ତୋଷ ବିଷୟରେ ବିପକ୍ଷ ଦଳମାନେ କେଉଁଠି କିଛି ଘୋଷଣା କରିନଥିଲେ  ସେଭଳି କଂଗ୍ରେସ ଗୋଟିଏ ଜାତୀୟ ଦଳା ସେମାନଙ୍କ ଦଳୀୟ କନ୍ଦଳ ଅବା ଅନ୍ତଦ୍ୱର୍ନ୍ଦ ହେଉ କିମ୍ବା ହାଇକମାଣ୍ଡଙ୍କ ଅବୁଝା ପଣିଆ ହେଉ, ରାଜ୍ୟକୁ ସର୍ବାଧିକ ସମୟ ଶାସନ ଦେଇଥିବା କଂଗ୍ରେସ ଦଳ ଏବେ ଧରାଶାୟୀା ତାଙ୍କ ଦଳର ବିଜେପୁରର ନିର୍ବାଚିତ ପ୍ରତିନିଧିଙ୍କ  ଅକାଳ ବିୟୋଗ ଘଟିଲା । ତାଙ୍କର ବିଧବା ପତ୍ନୀ ଓ  ପରିବାରବର୍ଗ ନିଜ ଇଚ୍ଛାରେ ଆସି ଶାସକ ଦଳର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ବିଜୁ ଜନତା ଦଳରେ ଯୋଗ ଦେଲେ ଏବଂ ତାଙ୍କ ସ୍ୱାମୀଙ୍କ ଅଧୁରା କାମକୁ ପୂରଣ କରିବା ପାଇଁ ଏବଂ ନିଜକୁ ତାଙ୍କ ସ୍ୱାମୀଙ୍କ ଭଳି ବିଜେପୁର ଜନସାଧାରଣଙ୍କୁ ସେବା ଯୋଗାଇବା ପାଇଁ ତାଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କରାଯାଉ ବୋଲି ଅନୁରୋଧ କଲୋ କଂଗ୍ରେସ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କର ଅକାଳ ବିୟୋଗ ନ ଘଟିନଥିଲେ ଆହୁରି ୨ ବର୍ଷ ସେ ବିଧାୟକ ରହିଥାନ୍ତେ ତେଣୁ ତାଙ୍କ ବିୟୋଗ ପରେ ଏବେ ଯେଉଁ ଉପନିର୍ବାଚନ ହେବ ସେଥିରେ ତାଙ୍କ ବିଧବା ପତ୍ନୀ ଇଚ୍ଛା ପୂରଣ କରିବା ପାଇଁ ତାଙ୍କୁ ବିଜୁ ଜନତା ଦଳର ପ୍ରାର୍ଥୀ କରିବା ବିଶେଷ ସମସ୍ୟା ସୃଷ୍ଟି ହେବ ନାହି । ସ୍ୱର୍ଗତ ସୁବଳ ସାହୁ ବିଜେପୁରରୁ ତିନିଥର ବିଧାୟକ ନିର୍ବାଚିତ ହୋଇଛନ୍ତିା ତାଙ୍କର ଏବଂ ତାଙ୍କ ପରିବାର ବର୍ଗଙ୍କ ନିଜସ୍ୱ ଦଳୀୟ ସମର୍ଥକମାନେ ସ୍ୱର୍ଗତ ସାହୁଙ୍କ ଧର୍ମପତ୍ନୀଙ୍କୁ ଅବଶ୍ୟ ଭୋଟ ଦେବେ ବୋଲି ଆଶା କରାଯାଏ ।  କଂଗ୍ରେସ ଦଳର ଅନ୍ୟମାନେ ହୁଏତ ତାଙ୍କୁ ଭୋଟ ନଦେଇପାରନ୍ତି । ଅନ୍ୟ କିଏ ଦଳୀୟ ପ୍ରାର୍ଥୀ ହେଲେ ଭୋଟରମାନେ ସ୍ୱର୍ଗତ ସାହୁଙ୍କ ପରିବାର ବର୍ଗ ଏବଂ ତାଙ୍କ ନିଜ ସମର୍ଥକମାନେ ଶ୍ରୀମତୀ ସାହୁଙ୍କୁ ଅନୁକମ୍ପା ଭୋଟ ନ ଦେଇ ଅନ୍ୟଦଳକୁ ଦେବେ ବୋଲି ଅନ୍ୟ ଦଳର ନେତାମାନେ ବାହାସ୍ପୋଟ ମାରୁଛନ୍ତି କାହିଁକି ଏବଂ ବିଜୁ ଜନତା ଦଳ ଶ୍ରୀମତୀ ସାହୁଙ୍କୁ କୋଟି କୋଟି ଟଙ୍କା ଦେଇ ବିଜୁ ଜନତା ଦଳରେ ସାମିଲ କରିଥିବା କହୁଛନ୍ତି । ଏଥିରୁ  କଅଣ ବୁଝିବାକୁ ହେବ କି କଂଗ୍ରେସର ନେତାମାନେ ପଇସା ନେଇ କିଣାବିକା ହୁଅନ୍ତି? 

ବିଗତ ୧୭ ବର୍ଷ ଧରି ଆଞ୍ଚଳିକ ଦଳ ଭାବରେ ବିଜୁ ଜନତା ଦଳ ରାଜ୍ୟବାସୀଙ୍କୁ ଶାସନ ଓ ସେବା ଦେଇଆସିଛି । ୨୦୦୦ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଯେତେ ନିର୍ବାଚନ ହୋଇଛି ସେଥିରେ କ୍ରମାନ୍ୱୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଏବଂ ତାଙ୍କର ଲୋକପ୍ରିୟତା ବୃଦ୍ଧି ଘଟି ଚାଲିଛିା ତାଙ୍କ ନେତୃତ୍ୱରେ ଏବେ ଶାସକ ବିଜୁ ଜନତା ଦଳର ୧୧୭ ଜଣ ବିଧାୟକ ଅଛନ୍ତି । ଲୋକସଭାରେ ୨୧ଟି ଆସନରୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୨୦ ଜଣ ସାଂସଦ ନିର୍ବାଚିତ ହୋଇଛନ୍ତି । ଅନ୍ୟପକ୍ଷରେ କଂଗ୍ରେସର ଜଣେ ହେଲେ ପ୍ରାର୍ଥୀ ଲୋକସଭାରେ ପ୍ରତିନିଧିତ୍ୱ୍ୱ କରୁନାହାନ୍ତିା 

କେନ୍ଦ୍ର ଶାସନ ଦାୟିତ୍ୱରେ ଥିବା ଭାରତୀୟ ଜନତା ପାର୍ଟି ୨୦୧୪ ମସିହା ନିର୍ବାଚନ ଅବ୍ୟବହିତ ପୂର୍ବରୁ ଓଡ଼ିଶାରେ ବର୍ଣ୍ଣିଳ ପ୍ରଚାର ଜରିଆରେ “ମୋଦି ମ୍ୟାଜିକ୍’ ପ୍ରଦର୍ଶନ କରି ବହୁତ ଚମକ ସୃଷ୍ଟି କଲୋ ମାତ୍ର “ମୋଦି ମ୍ୟାଜିକ୍’ କାମ ଦେଲା ନାହି । ୨୦୧୪ ନିର୍ବାଚନରେ ଲୋକସଭାକୁ କେବଳ ଜଣେ ପ୍ରାର୍ଥୀ ନିର୍ବାଚିତ ହେଲେ ଏବଂ ବିଧାନସଭାକୁ ୧୦ରୁ ଅଧିକ ଜିତିପାରିଲେ ନାହିଁ । ଏବେ ସେମାନେ କହୁଛନ୍ତି ୨୦୧୯ ନିର୍ବାଚନରେ ୧୨୦ରୁ ଅଧିକ ଆସନ ଲାଭ କରିବେ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ଆଞ୍ଚଳିକ ବିଜୁ ଜନତା ଦଳର ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପୋଡ଼ା ଟ୍ରାନ୍ସଫରମର୍ ଭଳି ଓପାଡ଼ି ଫୋପାଡ଼ି ଦେବୋ ଏଭଳି ଅହଂକାର ପ୍ରକାଶ କଲାବେଳେ କଂଗ୍ରେସର ସ୍ୱର୍ଗତ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ କଥା ମନେପଡେ଼ । ରାଜୀବ ଗାନ୍ଧୀ ହାଇଦ୍ରାବାଦ୍ ବିମାନବନ୍ଦରରେ ତତ୍କାଳୀନ ଆନ୍ଦ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଟି ଆଞ୍ଜେୟାଙ୍କୁ ଯେଭଳି ଅଶାଳୀନ ଭାବେ ବ୍ୟବହାର କରିଥିଲେ  ସେଥିରେ ପରବର୍ତ୍ତୀ ନିର୍ବାଚନରେ କଂଗ୍ରେସ ଅବସ୍ଥା କ’ଣ ହେଲାା ୬ କୋଟି ଆନ୍ଧ୍ରବାସୀ କହିଲେ ମୁଖ୍ୟମନ୍ତ୍ରୀ ଆଞ୍ଜେୟା କଂଗ୍ରେସ ଦଳର ହୋଇପାରନ୍ତି ମାତ୍ର ୬ କୋଟି ତେଲୁଗୁଜାତିର ସେ ହେଉଛନ୍ତି ମଉଡ଼ମଣି । ରାଜୀବ ଗାନ୍ଧୀ ଦଳୀୟ ନେତା ଭାବରେ ତାଙ୍କୁ ଲାଞ୍ଛିତ ଓ ଅପମାନିତ କରିପାରିଲେ, ମାତ୍ର ସେ ଲାଞ୍ଛନା ଓ ଅପମାନ ୬ କୋଟି ତେଲୁଗୁବାସୀ ଓ ଜାତି ପ୍ରତି ଅପମାନ । ଏହି କଥା ଏଭଳି ବ୍ୟାପିଲା  ଯେ ସିନେମା ଷ୍ଟୁଡ଼ିଓରୁ ଆସି ଏନ୍.ଟି.ରାମାରାଓ ତେଲୁଗୁଦେଶମ ପାର୍ଟି ଗଢ଼ି ସେଠାରେ ନିର୍ବାଚନ ଜିତି ସରକାର ଗଢ଼ିଲେ । 

ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଦେହାନ୍ତ ହେଲାପରେ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହେଲେ ।  ସେ ରାଜ୍ୟର ସମବିକାଶ ପରି ରାଷ୍ଟ୍ରୀୟ ଭାବନାରୁ ଦୂରେଇ ଯାଇ ଦଳୀୟ ଓ ଆଞ୍ଚଳିକ ଭାବନା ନେଇ କାର୍ଯ୍ୟ କଲେ ।  ତତ୍କାଳୀନ ଓଡ଼ିଶାର ତୁଙ୍ଗ ନେତା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଓଡ଼ିଆ ଜାତିର ସ୍ୱାଭିମାନ ଓ ସ୍ୱାର୍ଥ ପାଇଁ ଯେତେ ପ୍ରସ୍ତାବ ରକଖିଲେ  ଇନ୍ଦିରା ଗାନ୍ଧୀ ତାକୁ ଗ୍ରହଣ କଲେ ନାହି । ଫଳରେ ବିଜୁ ପଟ୍ଟନାୟକ କଂଗ୍ରେସ ଦଳ ତ୍ୟାଗ କଲେ ଓଡ଼ିଆ ଜାତି ଓ ସ୍ୱାର୍ଥ ହାସଲ କରିବା ପାଇଁ ଆଞ୍ଚଳିକ ଦଳ ଗଠନ କଲେ । ତାଙ୍କର ସଂକଳ୍ପ ରହିଲା ଓଡ଼ିଶା ରାଜ୍ୟକୁ ସମୃଦ୍ଧ କରିବା । ଓଡ଼ିଶାର ସମୃଦ୍ଧି କରି ଓଡ଼ିଶା ଜାତିର ଅତୀତ ଗୌରବକୁ ପୁନର୍ଜୀବିତ କରିବା । ସେହି ଆଦର୍ଶ ଓ ସଂଗ୍ରାମର ଭିତ୍ତିଭୂମିରେ ଗଢ଼ିଉଠିଥିବା ବିଜୁ ଜନତା ଦଳ ଆଜି ରାଜ୍ୟବାସୀଙ୍କ ଅକୁଣ୍ଠ ସମର୍ଥନ ପାଇଛି । ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ରାଜ୍ୟବାସୀ ଶ୍ରଦ୍ଧାର ସହିତ ଆବୋରି ନେଇଛନ୍ତି । ବିଜେପୁର ଉପନିର୍ବାଚନରେ କିଏ ଜିତିବ କିଏ ହାରିବ ସେଠାକାର ଜନସାଧାରଣ ତାହା ବିଚାର କରିବେ ।

ଜନମତ ହିଁ ସର୍ବଶକ୍ତିମାନା ଏ ତତ୍ତ୍ୱକୁ ଯଦି ଚପଳମତି କଲେଜ ଛାତ୍ରଛାତ୍ରୀମାନେ ହୃଦୟଙ୍ଗମ କରି ମାଟି ବଡ଼ ନା ପାର୍ଟି ବଡ଼ ଉପରେ ତର୍କ ରଖୁଛନ୍ତି ତେବେ ଦୁଇ ଜାତୀୟ ଦଳର ନେତାମାନେ ଏହି ତତ୍ତ୍ୱକୁ ନବୁଝି ଅର୍ଥ ଓ ଅହଂକାରର ବାହାସ୍ପୋଟ ମାରୁଛନ୍ତି କାହିଁକି? ଆମର କଲେଜ ଛାତ୍ରଛାତ୍ରୀଙ୍କ ଭଳି ଭୋଟଦାନ ପାଇଁ ବୟସ ଅର୍ଜନ କରିଥିବା  ଜନସାଧାରଣ ବିଶେଷ କରି ବିଜେପୁରର ଜନସାଧାରଣ ଯେ ବିଚାର ନଦେବେ ଏ କଥା ଦୁଇ ଜାତୀୟ ଦଳର ନେତାମାନେ ଅନୁଭବ କରୁନାହାନ୍ତି କାହିଁକି, ଏହା ହିଁ ବିଚିତ୍ର । 

 

Leave A Reply

Your email address will not be published.