ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ : ଚୋରା ମଦ ବେପାରୀଙ୍କୁ ଗିରଫକର

0

 ଶଙ୍ଖେଶ୍ୱର,ଖରିତୁଠ ଓ ଜପା ଗ୍ରାମରେ ଅବକାରୀ ଚଢାଉ

 ଜଗତସିଂହପୁର(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଆଦେଶ କ୍ରମେ ଜିଲ୍ଲା ଅବକାରୀ ଅଧିକ୍ଷକ ରତିକାନ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବେଆଇନ ଚୋରା ମଦ ବେପାରୀଙ୍କ ଉପରେ ଚଢାଉ କରାଯାଇ ତାଙ୍କୁ ଗିରଫ କରାଯାଇଛି।ନିକଟରେ ଜିଲ୍ଲାପାଳ ନିଜ ଗ୍ରାମରେ ତିନିଦିନ ରହିବା ଭିତରେ ନିଜ ଗାଁ ବିଦ୍ୟାଳୟ ନିକଟରେ ଚୋରା ମଦ ବିକ୍ରି ହେଉଥିବା ଜାଣିବାକୁ ପାଇଥିଲେ।ଯାହା ଫଳରେ ଯୁଦ୍ଧକାଳୀନ ଭିତ୍ତିରେ ଚୋରା ମଦ ବେପାରୀ ମାନଙ୍କ ଉପରେ ଚଢାଉ କରିବାକୁ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ସୂଚନାନୁଯାୟୀ ମଙ୍ଗଳବାର ସଂଧ୍ୟାରେ ଜିଲ୍ଲାପାଳଙ୍କ ନିଜ ଗ୍ରାମ ଶଙ୍ଖେଶ୍ୱରର ଚୋରା ମଦ ବେପାରୀ ଅମୀୟ କୁମାରଙ୍କ ଉପରେ ଅଚାନକ ଚଢାଉ କରାଯାଇ ତାଙ୍କ ଠାରୁ ୩.୩ଲିଟର ଦେଶୀମଦ ଜବତ କରାଯିବା ସହ ତାକୁ ଗିରଫ କରିଥିଲେ।ସେହିପରି କୁଜଙ୍ଗ ବ୍ଲକ ବାଲିତୁଠ ଗ୍ରାମର କୃଷ୍ଣଚନ୍ଦ୍ର ପଲାଇଙ୍କ ଠାରୁ ୪ଲି୪୦୦ଗ୍ରାମ ଦେଶୀ ମଦ ଜବତ ହେବା ସହ କୃଷ୍ଣକୁ ଗିରଫ କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମରେ ଅବକାରୀ ବିଭାଗ ଜିଲ୍ଲାର ବିଭିନ୍ନ ଅଂଚଳରେ ପାଟ୍ରୋଲିଂ କରି ଅବୈଧ ଚୋରାମଦ କାରବାର ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହି ଚଢଉରେ ଜିଲ୍ଲା ଇନ୍ସପେକ୍ଡର ପ୍ରତାପ କୁମାର ଦାସ,ସବଇନ୍ସପେକ୍ଟର କୂଳମଣୀ ନାୟକ ପ୍ରମୁଖ ସାମିଲଥିଲେ ।

Leave A Reply

Your email address will not be published.