କ୍ଷମତାଠୁ ଅଧିକ ମାଲ ପରିବହନ: ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଧାରଣା ଦେଲା ଯୁବ ବିକାଶ ପରିଷଦ

0

ରାୟଗଡା (ସରୋଜ କୁମାର ସାହୁ ) – କ୍ଷମତା ବହିର୍ଭୁତ ମାଲ ପରିବହନ ନକରିବା ପାଇଁ ନିର୍ଦ୍ଦେଶ ରହିଥିଲେ ବି ରାୟଗଡା ସହର ମଧ୍ୟ ଦେଇ ଚଳାଚଳ କରୁଥିବା ଭାରିଯାନ ଗୁଡିକରେ କ୍ଷମତା ଠାରୁ ଅଧିକ ମାଲ ପରିବହନ ହେଉଥିବା ନେଇ ଯୁବ ବିକାଶ ପରିଷଦ ତରଫରୁ ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଧାରଣା ପ୍ରଦର୍ଶନ କରାଯାଇଥିଲା । ଏ ନେଇ ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାଶ ପ୍ରକାଶ କରିଥିଲେ ଯେ ରୟଗଡା ସହର ମଧ୍ୟରେ ଦୈନିକ ହଜାର ହଜାର ସଂଖ୍ୟକ ଗାଡି ପ୍ରତିଦିନ ଚଳାଚଳ କରୁଛି । ତେବେ କ୍ଷମତା ଠାରୁ ଅଧିକ ମାଲ ପରିବହନ କରି ଦ୍ରୁତ ଗତିରେ ସହର ମଧ୍ୟରେ ସହର ମଧ୍ୟରେ ପ୍ରବେଶ କରିବା ଦ୍ୱାରା ସହରବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି  । ଓଡିଶା ଏବଂ ଆନ୍ଧ୍ରପ୍ରଦେଶକୁ ସଡକ ପଥରେ ଯୋଗାଯୋଗ କରୁଥିବା ମା ମଝିଘରିଆଣୀ ମନ୍ଦିର ନିକଟରେ ଥିବା ବ୍ରିଜ ବର୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ପ୍ରଶାସନ ତରଫରୁ ଏହି ବ୍ରିଜ ଦେଇ କ୍ଷମତା ଠାରୁ ଅଧିକ ମାଲ ପରିବହନ କରାନଯିବା ନେଇ ନିର୍ଦେଶ ଥିଲେ ମଧ୍ୟ ନିର୍ଦେଶକୁ ଅଣଦେଖା କରି ଦୈନିକ ହଜାର ହଜାର ସଂଖ୍ୟକ ଭାରିଯାନ ଏହି ରାସ୍ତା ଦେଇ ମାଲ ପରିବହନ କରୁଛନ୍ତି । ତେବେ ଆଂଚଳିକ ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳେଇ ଯୁବ ବିକାଶ କରିଷଦର ସଭାପତି ଶିବଜୀ ଦାଶଙ୍କ ସହ ଆଲୋଚନା ବେଳେ ପ୍ରକାଶ କରିଥିଲେି ଯେ ନିୟମତି ଭାବେ ଭାରିଯାନ ଗୁଡିକୁ ଯାଂଚ କରାଯାଉଛି । କ୍ଷମତା ଠାରୁ ଅଧିକ ମାଲ ପରିବହନ କରୁଥିବା ଯାନବାହାନ ଗୁଡିକ ନିୟମ ମୁତାବକ ଫାଇନ ଆଦାୟ କରାଯାଉଛି । ବର୍ତମାନ ପୁଲିସ ପ୍ରଶାସନ ଏବଂ ପରିବହନ କାର୍ଯ୍ୟାଳୟ ତରଫରୁ ଭାରିଯାନ ଉପରେ କଡାକଡି ଭାବେ ଯାଂଚ କରାଯାଉଛି । ଏହି ପରି ଯାଂଚ ପକ୍ରିୟା ଆଗକୁ ମଧ୍ୟ ଜାରୀ ରହିବ ବୋଲି ଶ୍ରୀଦଳେଇ ପ୍ରକାଶ କରିଥିଲେ । ଆଜିର ଏହି ଆଲୋଚନା ସମୟରେ ରାୟଗଡା ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.