ମିଳିମିଶି ଖାଇଗଲେ ଯନ୍ତ୍ରୀ ଠିକାଦାର : ମାରିବ କି ପୂଜିବ କୁହ ହେ ସରକାର

0

 କାମ ଏତେ ମଜଭୁତିଆ ଯେ ସାରିବା ଆଗରୁ ଉଧୁଡି ଗଲା ରାସ୍ତା

ବରଗଡ :-    କବି ଯଦୁମଣି କହିଥିଲେ
              ” ଛାମୁ ଯାହା ଦେଲେ ହରଷେ
               ପାଉ ପାଉ ଗଲା ବରଷେ
               ଏମନ୍ତ ଭୂଇଁ
               ଚାକୁଣ୍ଡା ବୁଣିଲେ ଉଠଇ ନାହିଁ “

ଠିକ ଏଇମିତି କଥା | ରାସ୍ତା ନଥିଲା ଭଲ | ଲୋକ ୨୦ ବର୍ଷ ହେଲା ଦାବି କରି ଆସୁଥିଲେ | ହେଲେ ସରକାର ବାହାଦୁର ଏତେ ଦିନ ପରେ ଦେଲେ, ହେଲେ ଦେଲେ ଯେ ନଦେଲା ଭଳିଆ |
ବରଗଡ ଜିଲ୍ଲା ପାଇକମାଲ ବ୍ଲକ ମୁଖ୍ୟାଳୟରୁ ଝାରବନ୍ଧ ବ୍ଲକ ମୁଖ୍ୟାଳୟକୁ ସଂଯୋଗ କରୁଥିବା ପୂର୍ତ୍ତ ରାସ୍ତା ର ପାଇକମାଲ ଠାରୁ ଚୁହାପାଲି ଗ୍ରାମ ପର୍ଯନ୍ତ ପ୍ରାୟ 5 କିଲୋମିଟର ର ରାସ୍ତା କାମ ଗତ କିଛି ମାସ ତଳେ ଆରମ୍ଭ ହେଇଥିଲା । ଏହି ରାସ୍ତା ନିର୍ମାଣରେ ବ୍ୟାପକ ଭାବରେ ଦୁର୍ନୀତି ହେଇଥିବା ସଚେତନ ନାଗରିକ ମାନେ ଅଭିଯୋଗ କରିଛନ୍ତି ।  ବର୍ତମାନ ପରିସ୍ଥିତି ଏମିତି ହେଲାଣି ଯେ ଯିଏ ଦୁର୍ନୀତି ବାବଦରେ କହିବ ତାକୁ କିଛିଲୋକ ବଦନାମ କରିଦେବେ । ଚାରିକୋଟି ଟଙ୍କାରୁ ଉର୍ଧ୍ଵ ବ୍ୟୟ ବରାଦ ରେ ନିର୍ମାଣ ହେଇଥିବା ଏହି ରାସ୍ତାଟିରେ ଅତି ନିମ୍ନମାନର କାମ ହେଇଥିବା କାରଣରୁ ବର୍ତମାନ ରାସ୍ତାଟି ଅଧିକାଂଶ ସ୍ଥାନରେ ସଂପୂର୍ଣ୍ଣ ଭାବରେ ନଷ୍ଟ ହେଇଗଲାଣି । ବର୍ତ୍ତମାନ  ସୁଦ୍ଧା ରାସ୍ତା କାମଟି ସମ୍ପୁର୍ଣ୍ଣ ହେଇନାହିଁ | କିନ୍ତୁ କେତେକ ସ୍ଥାନରେ ମରାମତି କାର୍ଯ୍ୟ ହେଉଥିବା ନଜରକୁ ଆସିଛି । ରାସ୍ତାର ପିଚୁ ଛାଡି ଯାଉଛି | ଏପରିକି ବହୁ ସ୍ଥାନରେ ରାସ୍ତାରେ ଗାତ ଓ ଫାଟ  ମଧ୍ୟ ହେଇଗଲାଣି ।

ଏହି ରାସ୍ତା ପାଇଁ ବିଗତ 20 ବର୍ଷ ହେଲା ସ୍ଥାନୀୟ  ଜନସାଧାରଣ ଦାବି କରି ଆସୁଥିଲେ । ଜନସାଧାରଣ ଙ୍କର ଦାବି ଅନୁସାରେ ରାସ୍ତା ବି ହେଲା ହେଲେ ଯେଉଁ ବିଭାଗୀୟ ଅଧିକାରୀ ମାନେ ନିର୍ମାଣର ଦାୟିତ୍ୱରେ ଥିଲେ ସେନାନଙ୍କର ଦାଇତ୍ୱ ହୀନତା , ଅପାରଗତା ଓ ଅବହେଳା କାରଣରୁ ଆଜି ଏହି ନୂତନ ରାସ୍ତାଟି ସମ୍ପୂର୍ଣ୍ଣ ଭାବରେ ବ୍ୟବହାର ପାଇଁ ଅନୁପଯୋଗୀ ହେଇଯାଇଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହି ରାସ୍ତାରେ ଥିବା ବୈଦପାଲି , ହୀରାପୁର ଓ ଚୁହାପଲି ଗ୍ରାମର ସଚେତନ ନାଗରିକମାନେ ଦାବି କରିଛନ୍ତି ଯେ ଏହି ରାସ୍ତାରେ ହେଇଥିବା ଦୁର୍ନିର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀ ମାନଙ୍କର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ରାସ୍ତାରୁ ଛାଡିଯାଇଥିବା ପିଚୁକୁ ସମ୍ପୂର୍ଣ୍ଣ ଭାବରେ ଓପାଡି ନୂତନ ଭାବରେ ରାସ୍ତା ନିର୍ମାଣ କରାଯାଉ ।

Leave A Reply

Your email address will not be published.