ଜଗତସିଂହପୁରରେ ବଦଳିଲେ ଜିଲ୍ଲାପାଳ, ଆସିଲେ ସଂଗ୍ରାମ କେଶରୀ ମହାପାତ୍ର

0

ଜଗତସିଂହପୁର(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କ ଅନ୍ୟତ୍ର ବଦଳି ହୋଇଛି।ତାଙ୍କ ସ୍ଥାନରେ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି।ଶ୍ରୀ ମହାପାତ୍ର ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଜଗତସିଂହପୁର ଜିଲ୍ଲାରେ ବେଶ୍ ଜଣାଶୁଣା।ପୋସ୍କୋ ପ୍ରକଳ୍ପ ସମୟରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା।ଇଡକୋର ଜମି ଗ୍ରହଣ ଅଧିକାରୀ ଭାବେ ଦାୟିତ୍ବ ତୁଲାଉଥିବା ଏହି ଅଧିକାରୀ ପୋସ୍କୋ ପ୍ରକଳ୍ପ କରାଇବାକୁ ଅଣ୍ଟା ଭିଡିଥିଲେ ବୋଲି କୁହାଯାଉଥିଲା।ଜଗତସିଂହପୁର ଜିଲ୍ଲାରେ ୧୮ତମ ଜିଲ୍ଲାପାଳ ଭାବେ ଗତ ଫେବୃଆରୀରେ ଗୁହା ପୁନମ ତାପସ କୁମାର ଯୋଗଦେଇଥିଲେ।କିନ୍ତୁ ଏତେ କମ୍ ଦିନ ମଧ୍ୟରେ ତାଙ୍କର ଅନ୍ୟତ୍ର ବଦଳି ହୋଇଥିବା ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।ସେ ଯୋଗଦେବା ପରେ ନିର୍ବାଚନ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ତାଙ୍କ ମୁଣ୍ଡକୁ ଆସିଥିଲା।ନିର୍ବାଚନ ପରିଚାଳନାରେ ଅନେକ ବିଭ୍ରାଟ ହୋଇଥିବା ଶୁଣିବାକୁ ମିଳିଥିଲା।ସେହିପରି ବାତ୍ୟା ଫଣି ପରବର୍ତ୍ତୀ ସ୍ଥିତିର ମୁକାବିଲା କ୍ଷେତ୍ରରେ ମଧ୍ୟ ଜିଲ୍ଲା ପ୍ରଶାସନ ସଫଳ ହୋଇନଥିଲା।ଅନେକ ସ୍ଥାନରେ ଏଥିପାଇଁ ବାରମ୍ବାର ଆନ୍ଦୋଳନ ହେବା ସହିତ ପ୍ରଶାସନିକ ସ୍ଥାଣୁତାକୁ ନେଇ ଜିଲ୍ଲାବାସୀ ଅଥୟ ହୋଇପଡିଥିଲେ।ଏଥିପାଇଁ ଜିଲ୍ଲାପାଳଙ୍କ ଅନ୍ୟତ୍ର ବଦଳି ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.