ଖୋଲିଲା ବିଜୁ ପଟ୍ଟନାୟକଙ୍କ ଘଟଣାବହୁଳ ଜୀବନ ଉପରେ ଆଧାରିତ ଫଟୋ ଗ୍ୟାଲେରୀ

0

ଭୁବନେଶ୍ୱର : ବିଶିଷ୍ଟ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଘଟଣାବହୁଳ ଜୀବନ ଆଧାରିତ ଏକ ଫଟୋ ଗ୍ୟାଲେରୀ ଆଜି ଏଠାରେ ଲୋକ ର୍ପିତ ହୋଇଯାଇଛି | “ବିଜୁ ପଟ୍ଟନାୟକ ସଂସ୍କୃତି  ଫଟୋ ଗ୍ୟାଲେରୀ’କୁ ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ର ଲୋକାର୍ପଣ କରିଛନ୍ତିା ଆଜି ପୂର୍ବାହ୍ନରେ ଇଷ୍ଟର୍ଣ୍ଣ ପ୍ରେସ  ଏଜେନ୍ସି ଦ୍ୱାରା ପ୍ରତିଷ୍ଠା କରାଯାଇଥିବା  ଏହି ଗ୍ୟାଲେରୀକୁ ଲୋକା ର୍ପଣ କରି ଏହାବିଜୁବାବୁଙ୍କ ସ୍ୱପ୍ନ ଓ ସଂକଳ୍ପ ପୂର୍ଣ୍ଣ ଜୀବନ କାହାଣୀକୁ ସମକାଳ ଓ ଭବିଷ୍ୟତ ନାଗରିକମାନଙ୍କ ନିକଟରେ ଉପସ୍ଥାପିତ କରିବାରେ ସମର୍ଥ ହେବ ବୋଲି ଉଲ୍ଲେଖ କରିଥିଲେ |
 ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ପର୍ଯ୍ୟଟନ , ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉ ପସ୍ଥିତ ରହି ଏ ପରି ଗ୍ୟାଲେରୀ ପ୍ରବାଦ ପୁରୁଷଙ୍କ ପ୍ରତି ଅନ୍ୟତମ ଯଥାର୍ଥ ଶ୍ରଦ୍ଧାଞ୍ଜଳି ବୋଲି ମତ ଦେଇଥିଲେ| ବରିଷ୍ଠ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ଅରବିନ୍ଦ ଢାଲି, ଶ୍ରୀ ଅମର  ପ୍ରସାଦ ଶତପଥୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତି, ପ୍ରଶାସକ ଓ ବିଯୁପ୍ରେମୀ  କାର୍ଯ୍ୟକ୍ରମରେ ଉ ପସ୍ଥିତ ଥିଲେ |  ବରିଷ୍ଠ ସାଞ୍ଚାଦିକ ଶ୍ରୀ ଅନୀଲ ପ୍ରସାଦ ମିଶ୍ର ସମବେତ ଅତିଥି ମାନଙ୍କୁ ସ୍ୱାଗତ ଜଣାଇବା ସହିତ ଗ୍ୟାଲେରୀ ପ୍ରତିଷ୍ଠାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ |
ଏହି ଗ୍ୟାଲେରୀରେ ବିଜୁବାବୁଙ୍କ ଘଟଣାବହୁଳ ଜୀବନର ଆଲେଖବହନ କରିଥିବା  ଶତାଧିକ  ବିରଳ ସ୍ମରଣୀୟ  ଫଟୋଚିତ୍ର ସ୍ଥାନ ପାଇଛିା ଏହାବ୍ୟତୀତବିଜୁବାବୁ ତାଙ୍କ ଦୈନନ୍ଦିନ ଜୀବନଚାର୍ୟରେବ୍ୟବହାର କରୁଥିବା  ଅନେକ ଉ ପକରଣ ଓ ସାମଗ୍ରୀ ମଧ୍ୟ ଗ୍ୟାଲେରୀରେ ସ୍ଥାନ ପାଇଛିା ସେଗୁଡ଼ିକ ମଧ୍ୟରେ ରହିଛି କଲମ, ଘଣ୍ଟା, ଚଷମା, ହାତେ ପାଛା ତଉଲିଆ, ଚଉକି, ପାଣିଜଗ୍, ପଢ଼ାବହି ଇତ୍ୟାଦିା ପ୍ରବାଦ ପୁରୁଷଙ୍କ  ପବିତ୍ର ଚିତାଭସ୍ମ ମଧ୍ୟ ଗ୍ୟାଲେରୀରେ ରହିଛିା ଏହି ଗ୍ୟାଲେରୀ ସର୍ବ ସାଧାରଣଙ୍କ ପାଇଁ ଖୋଲା ରହିଛିା ସୋମବାର ବ୍ୟତୀତ ପ୍ରତ୍ୟେକ ଦିନ  ପୂର୍ବାହ୍ନ ୧୧ଟାରୁ ଗୋଟାଏ ପର୍ଯ୍ୟନ୍ତ ଓ ଅପରାହ୍ନ ୨.୩୦ରୁ ୪ଟା ପର୍ଯ୍ୟନ୍ତ ଏହି ଗ୍ୟାଲେରୀ ଖୋଲାରହିବ |

Leave A Reply

Your email address will not be published.