ଭୁବନେଶ୍ୱର, (ଶାସକ ପ୍ରଶାସକ) :ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ ତା’ର କାର୍ଯ୍ୟକ୍ରମକୁ ସକ୍ରିୟ କରିବା ନିମନ୍ତେ ସୂଚନା ଓ ଲୋକସଂ ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ପରାମର୍ଶ ଦେଇଛନ୍ତି | ଓଡ଼ିଶାର ପ୍ରମୁଖ ପରିଚିତି, ପ୍ରତିଷ୍ଠା ଓ ବିକାଶ ଧାରାର ଚିତ୍ର ରାଜ୍ୟ ଓ ରାଜ୍ୟ ବାହାରେ ବ୍ୟାପକ ଭାବରେ ପ୍ରଚାରିତ ଏବଂ ପ୍ରସାରିତ କରିବାକୁ ଆଭିମୁଖ୍ୟ ଗ୍ରହଣ କରି ବିଭାଗ କ୍ରିୟାଶୀଳ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ ଆଶା ବ୍ୟକ୍ତ କରିଛନ୍ତିା
ଆଜି ଅପରାହ୍ନରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ମନ୍ତ୍ରୀ ଶ୍ରୀ ଦାସ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରି ଉପରୋକ୍ତ ମର୍ମରେ ଉଲ୍ଲେଖ କରିଛନ୍ତି ଯେ ଯଥାର୍ଥ କର୍ମଶୃଙ୍ଖଳା, ନିଷ୍ଠା ଓ ଆନ୍ତରିକତା ପ୍ରକାଶ ପୂର୍ବକ ବିଭାଗର ପଦାଧିକାରୀ ତଥା କର୍ମଚାରୀମାନେ ଓଡ଼ିଶାର ପରିଚୟ ଓ ସୁନାମବୃଦ୍ଧି ନିମନ୍ତେ ତତ୍ପର ହେବା ଆବଶ୍ୟକା
ସମୀକ୍ଷା ବୈଠକର ଆରମ୍ଭରେବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ କହିଥିଲେ ଯେ ମନ୍ତ୍ରୀଙ୍କ ଦିଗ୍ଦର୍ଶନ ଓ ନେତୃତ୍ୱରେ ବିଭାଗ ଅଧିକ କ୍ରିୟାଶୀଳ ହେବ | ବିଭାଗରେ ଖୁବ୍ ଶୀଘ୍ର ଅଡିଓ-ଭିଡିଓ ଅଭିଲେଖାଗାର ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ ହେଉଛି ବୋଲି କହିଥିଲୋ ଶ୍ରୀ ସିଂହ ଦାୟିତ୍ୱ ଗ୍ରହଣ କରିବା ପରେ ବିଭାଗ ବିବିଧ କାର୍ଯ୍ୟକ୍ରମ ସମ୍ପର୍କରେ ଦୃଶ୍ୟଶ୍ରାବ୍ୟ ଉପସ୍ଥାପନା ମାଧ୍ୟମରେ ଅବଗତ କରାଯାଇଥିଲା | ମିଡିଆ-ସମନ୍ୱୟ, ଘଟନା ପରିଚାଳନା, ସଂବାଦ ପରିବେଷଣ, ଉତ୍ସବ-ଅନୁଷ୍ଠାନ ପାଳନ, ନିୟମିତ ପ୍ରକାଶନ,ବିଶେଷ ଉତ୍ସବ ପରିଚାଳନା, ଭିଭିଆଇପି ପରିଦର୍ଶନ ସମୟରେ ଶୃଙ୍ଖଳା ଓ ମିଡିଆ କାର୍ଯ୍ୟାନୁଷ୍ଠାନ , ସାମ୍ବାଦିକ କଲ୍ୟାଣ, କ୍ଷେତ୍ର ପ୍ରଚାର,ବାଣିଜ୍ୟମେଳାରେ ଅଂଶଗ୍ରହଣ, ଛାପା ଓ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମରେ ତଥ୍ୟ-ବିବରଣୀ-ବିଜ୍ଞାପନ ପ୍ରସାର ପ୍ରସାର ଉପରେ ମନ୍ତ୍ରୀ ଶ୍ରୀ ଦାସଙ୍କୁ ଅବଗତ କରାଯାଇଥିଲା |
ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀଧର ମହାନ୍ତି, ଯୁଗ୍ମ ଶାସନ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ, ଉପ ଶାସନ ସଚିବ ଶ୍ରୀ ଦୁର୍ଗା ପ୍ରସାଦ ମହାରଣା, ଶ୍ରୀ ଦୁର୍ଯ୍ୟୋଧନ ବେହେରା, ଉପନିର୍ଦ୍ଦେଶକ ବିପିନବିହାରୀ ବାରିକିଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ତଥା ସୂଚନା ଅଧିକାରୀମାନେ ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.
Next Post