ମେଲଛାମୁଣ୍ଡାରେ ପିଏଚସିରେ ଅର୍ନ୍ତଜାତୀୟ ଯୋଗ ଦିବସ ପାଳନ

0

ମେଲଛାମୁଣ୍ଡା,(ମନୋଜ ଭୋଇ) ଯୋଗ କରିବା, ନିରୋଗ ରହିବା ମନ୍ତ୍ରକୁ ଚରିତାର୍ଥ କରିବା ପାଇଁ ସାରା ଦେଶ ଆଜି ଦିନକୁ ଯୋଗ ଦିବସ ଭାବେ ପାଳନ କରିଥିବା ବେଳେ ଏଇ ମହାନ ପର୍ବରୁ ମେଲଛାମୁଣ୍ଡା ଅଂଚଳଟା ମଧ୍ୟ ବାଦ ପଡି ନ ଥିଲା । ମେଲଛାମୁଣ୍ଡା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କର୍ମଚାରୀଙ୍କ ଆୟୋଜନ କ୍ରମେ ଶୁକ୍ରବା ସକାଳେ ମହାସମାରୋହରେ ଅର୍ନ୍ତଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା । ସ୍ୱେଚ୍ଛାସେବୀ ଏଲିଅ ସାଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଯୋଗ ଶିବିରରେ ଯୋଗ ପ୍ରଶିକ୍ଷକ ପ୍ରଦୀପ୍ତ ଦାସ, ଡା.ଦେବାଶିଷ ରଥ, ସୁପରଭାଇଜର ରାଜେନ୍ଦ୍ର ମିଶ୍ର ପ୍ରମୁଖ ଆମନ୍ତ୍ରୀତ ଅତିଥି ଭାବେ ଯୋଗଦେଇ ଯୋଗର ବିଧି ଏବଂ ଏହାର ଉପକାରିତା ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରିଥିଲେ । ଯୋଗ ପ୍ରଶିକ୍ଷକ ପ୍ରଦୀପ୍ତ ଦାସ ବିଭିନ୍ନ ବ୍ୟାୟାମ କରି ଦେଖାଇବା ସହ ଏହାର ଉପକାରିତା ଏବଂ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଯୋଗ କାର୍ଯ୍ୟକ୍ରମଟି ପ୍ରାୟ ଏକ ଘଂଟା ଧରି ଚାଲିଥିଲା । ଶିବିରରେ ମେଲଛାମୁଣ୍ଡା, ବେଲମୁଣ୍ଡା, କୁର୍ଲୁବାହାଲ, ମାଟିଆମହୁଲ ଆଦି ଗ୍ରାମର ଶତାଧିକ ଜନତା ଭାଗ ନେଇଥିଲେ । କାର୍ଯ୍ୟକ୍ରମ ସବୁକୁ ଉପେନ୍ଦ୍ର ସାହୁ, ସୋମନାଥ ମେହେର ପ୍ରମୁଖ ସହଯୋଗ କରିଥିବା ବେଳେ ଏଏନଏମ ବବଲି ଦେବତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.