ଗଣଶିକ୍ଷା ବିଭାଗ ମନ୍ତ୍ରୀ-ସଚିବ କନଫ୍ୟୁଜଡ଼, ପିଲାଙ୍କ କଥା ପଚାରେ କିଏ

0 1

ଶୁକ୍ରବାର ଖୋଲିବ ରାଜ୍ୟର ସବୁ ସ୍କୁଲ

ଭୁବନେଶ୍ୱର: ସ୍କୁଲ ଆଉ ଗଣଶିକ୍ଷା ବିଭାଗରେ ମନ୍ତ୍ରୀ ଆଉ ସଚିବଙ୍କ ଭିତରେ ତାଳମେଳ ଅଭାବ | ସ୍କୁଲ ଆଉ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଆଉ ସଚିବ ନିଜେ ଯେତେବେଳେ କନଫ୍ୟୁଜଡ଼ ସେଠି ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀ, ଅଭିଭାବକ କନଫ୍ୟୁଜଡ଼ ନହେବେ ବା କେମିତି |  ସଚିବ ଦିନେ ଗୋଟେ ଅର୍ଡର କାଢୁଛନ୍ତି, ମନ୍ତ୍ରୀଙ୍କୁ ସୁରାକ ମିଳୁନି | ଆଉ କିଛି ଦିନ ପରେ ଆଉ ଗୋଟେ ଅର୍ଡର ବାହରୁଛି | କିଛିଦିନ ତଳେ ସମର ଭାକେସନ ୨୫ ଯାଏ ବଢିବ ବୋଲି ବିଜ୍ଞପ୍ତି ବାହାରିଥିଲା | ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଖରା ଛୁଟି ବଢ଼ାଇଥିଲେ। ଖରାଛୁଟି ଜୁନ୍ ୨୫ ଯାଏ ବଢ଼ିଥିଲା। ୨୬ ତାରିଖରେ ସ୍କୁଲ ଖୋଲିଥାନ୍ତା। ସେତେବେଳେ ସଚିବ ସେ ଆଦେଶ କଢ଼ାଇଥିଲେ, ହେଲେ ମନ୍ତ୍ରୀଙ୍କୁ ଜଣା ନଥିଲା | ହେଲେ ଆଜି ବିଜ୍ଞପ୍ତି ବାହାରିଛି ଯେ ରାଜ୍ୟର ସମସ୍ତ ସ୍କୁଲ ଆସନ୍ତାକାଲି ଖୋଲିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖରା କମିବା ସହ ପାଗରେ ପରିବର୍ତ୍ତନ ଯୋଗୁ ସରକାର ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ବୋଲି ସରକାର ସିନା କହିଛନ୍ତି, ହେଲେ ବାସ୍ତବରେ ଛୁଟି ବଢିବାକୁ ନେଇ ବିଭିନ୍ନ ମହଲରୁ ତରବର ସମାଲୋଚନା ହେବା ପରେ ଗଣଶିକ୍ଷା ବିଭାଗ ଵ୍ୟାକଫୁଟକୁ ଯାଇ ଛୁଟି ବଢିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛି | ପାଗ କେବଳ ବାହାନା ବୋଲି କୁହ ଯାଉଥିବା ବେଳେ ଛୁଟି ବଢିବାକୁ ନେଇ ମନ୍ତ୍ରୀ ସଚିବଙ୍କ ଭିତରେ ଶୀତଳ ଲଢେଇ ଏହାର ମୁଖ୍ୟ କାରଣ ବୋଲି କୁଆଯାଉଛି |
 

Leave A Reply

Your email address will not be published.