ଭୁବନେଶ୍ୱର : ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୧୯ ପରୀକ୍ଷା ଫଳ ପ୍ରକାଶ ପାଇଛିା ସ୍ଥାନୀୟ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦର ସମ୍ମିଳନୀ କକ୍ଷରେ ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଶ୍ରୀପ୍ରେମାନନ୍ଦ ନାୟକ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୧୯ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତିା ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ବିଭିନ୍ନ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ପରୀକ୍ଷାର୍ଥୀଙ୍କ ନାମ ଘୋଷଣା କରିଥିଲେ | ବି. ଫାର୍ମରେ ସମୀର କୁମାର ପାଢ଼ୀ, ଲ୍ୟାଟେରାଲ୍ ଏଣ୍ଟି୍ର ଟୁ ବି ଟେକରେ ଶାଶ୍ୱତୀ ମହାନ୍ତି, ଲ୍ୟାଟେରାଲ୍ ଏଣ୍ଟି୍ର ଟୁ ଫାର୍ମାରେ ଅମିତ୍ କୋଟାଲ୍, ଲ୍ୟାଟେରାଲ୍ ଏଣ୍ଟି୍ର ଟୁବିଏସ୍ସିରେ ଭବାନୀ ଶଙ୍କର ବେହେରା, ଇଣ୍ଟିଗ୍ରେଟେଡ୍ ଏମବିଏ ରେ ସ୍ୱୀକ୍ରିତି ମହାପାତ୍ର, ଏମବିଏ ପାଠ୍ୟକ୍ରମରେ ପ୍ରଦୀପ କୁମାର , ଏମସିଏରେ ସବିତାରାଣୀ ଚୌଧୁରୀ , ଏମ୍ ଟେକରେ ପ୍ରଦୀପ କୁମାର ବାରିକ, ଏମ୍ ଫାର୍ମାରେ ଆତ୍ୟୁର୍ମିଲା ଚକ୍ରବର୍ତ୍ତୀ, ଲ୍ୟାଟେରାଲ୍ ଏଣ୍ଟ୍ରିରେ ଏମସିଏ ରେ ସୁମନ୍ତ ପାତ୍ର ଶ୍ରେଷ୍ଠ ସ୍ଥାନ ଅଧିକାର କରି ସୁନାମ ଅର୍ଜନ କରିଥିବାରୁ ମନ୍ତ୍ରୀ ଶ୍ରୀ ନାୟକ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲୋ ପ୍ରଥମ ପର୍ୟାୟରେରେ ଅନୁଷ୍ଠିତ ସ୍ନାତକ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ପାଇଁ ସମୁଦାୟ ୨୯ ହଜାର ୯୦୧ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକୃତ କରିଥିବାବେଳେ ୨୫ ହଜାର ୬୭୨ ଜଣ ପରୀକ୍ଷା ଦେଇଥିଲେ ଓ ୨୫ ହଜାର ୬୬୬ ଜଣଙ୍କୁ ର୍ୟାଙ୍କ ପ୍ରଦାନ କରାଯାଇଛି | ତନ୍ମଧ୍ୟରୁ ବି. ଫାର୍ମରେ ୮୬୬୮, ଲ୍ୟାଟେରାଲ୍ ଫାର୍ମାରେ ୪୭୩, ଲ୍ୟାଟେରାଲ୍ ଟେକ୍ ଡିେ ପ୍ଲାମାରେ ୧୫୪୦୦, ଲ୍ୟାଟେରାଲ୍ ଟେକ୍(ବି.ଏସ୍ସି)ରେ ୨୨୮, ଇଣ୍ଟିଗ୍ରେଟେଡ୍ ଏମବିଏରେ ୮୯୭ ଜଣ ର୍ୟାଙ୍କ ପାଇଛନ୍ତିା ସେହି ପରି ଦ୍ୱିତୀୟ ପର୍ୟାୟରେ କମ୍ପ୍ୟୁଟର ମାଧ୍ୟମରେ ଅନୁଷ୍ଠିତ ପୋଷ୍ଟ ଗ୍ରାଜୁଏଟ୍ ଏମ୍ବିଏ, ଏମ୍ସିଏ, ଲ୍ୟାଟେରାଲ୍ ଏଣ୍ଟି୍ର ଟୁ ଏମ୍ସିଏ, ଏମ୍ ଟେକ୍, ଏମ୍ ଆର୍କ, ଏମ୍ ପ୍ଲାନ୍, ଏମ୍ ଫାର୍ମା କୋର୍ସରେ ସମୁଦାୟ ୪୭,୨୫୬ ଜଣ ନାମ ରେଜିଷ୍ଟ୍ରେସନ୍ କରିଥିବାବେଳେ ୩୯,୫୯୦ ଜଣ ପରୀକ୍ଷା ଦେଇଥିଲେ ଓ ୩୯,୫୭୬ ଜଣଙ୍କୁ ରାଙ୍କ ପ୍ରଦାନ କରାଯାଇଥିଲା | ତନ୍ମଧ୍ୟରୁ ଏମବିଏରେ ୭୪୪୫, ଏମସିଏ ରେ ୨୨୯୧, ଲ୍ୟାଟେରାଲ୍ ଏଣ୍ଟି୍ର ଟୁ ଏମ୍ସିଏରେ ୧୩୮୫, ଏମ୍. ଟେକରେ ୧୯୧୯, ଏମ୍ ଆର୍କରେ ୧୬, ଏମ୍ ପ୍ଲାନ ରେ ୪୪, ଏମ୍. ଫାର୍ମରେ ୮୧୦ ଜଣ ରାଙ୍କ ପାଇଛନ୍ତିା
ଓଜେଇଇ ୨୦୧୯ ଦୁଇଟି ପର୍ଯ୍ୟାୟରେ ମଇ ମାସ ୧୮ ତାରିଖ ଏବଂ ଜୁନ୍ ମାସ ୮ ଓ ୯ ତାରିଖରେ ରାଜ୍ୟରେ ଅନୁଷ୍ଠିତ ହୋଇଥିଲାା ଏଥର ପ୍ରଥମ ଥର ପାଇଁ ପୋଷ୍ଟ ଗ୍ରାଜୁଏଟ୍ ପରୀକ୍ଷା କମ୍ପ୍ୟୁଟରଭିତ୍ତିକ ହୋଇଥିଲା | ଏହି ପୁସ୍ତିକା ଉନ୍ମୋଚନ ଅବସରରେ ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷାବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଡିଟିଇଟି ନିର୍ଦ୍ଦେଶକ ଶ୍ରୀ ନିର୍ମଳ ଚନ୍ଦ୍ର ମିଶ୍ର, ଓଜେଇଇ କମିଟିର ଚେୟାରମ୍ୟାନ ଶ୍ରୀ ସୁଦୀପ କୁମାର ଚାନ୍ଦ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ସୁଦର୍ଶନ ପଣ୍ଡା, ଯୁଗ୍ମ ଶାସନ ସଚିବ ଶ୍ରୀ ଅଜୟ କୁମାର ନାୟକ, ଓଜେଇଇ ସେକ୍ରେଟାରୀ ଶ୍ରୀ ରଞ୍ଜନ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.