ଭୁବନେଶ୍ୱର: ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍ ପ୍ରସ୍ତୁତି ପୂର୍ବରୁ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛିା ଏହି ବୈଠକରେ ଚଳିତ ଆର୍ଥିର୍କବର୍ଷ ପାଇଁ ଏକ ଲୋକାଭିମୁଖୀ ଓ ପ୍ରଗତିଶୀଳ ବଜେଟ୍ ପ୍ରସ୍ତୁତି ପାଇଁ ପୂର୍ବତନ ଅର୍ଥମନ୍ତ୍ରୀ, ପୂର୍ବତନ ଅର୍ଥ ସଚିବ,ବିଶିଷ୍ଟ ଅର୍ଥନୀତିଜ୍ଞ, ଅର୍ଥନୈତିକ ଅନୁଷ୍ଠାନ,ରଜିର୍ଭବ୍ୟାଙ୍କ ଓ ନାବାର୍ଡ, କୃଷି, ଶିଳ୍ପ ଓବାଣିଜ୍ୟ, ଶ୍ରମିକ ସଂଗଠନର ପ୍ରତିନିଧିମାନେ ମିଳିତ ହୋଇ ମତବିନିମୟ କରିବା ସହିତ ନିଜ ନିଜର ପରାମର୍ଶ ଓ ପ୍ରସ୍ତାବ ରଖିଥିଲେ |
ବଜେଟ୍ର ରୂ ପରେଖ ପ୍ରସ୍ତୁତି ପୂର୍ବରୁ ସମାଜର ସମସ୍ତବର୍ଗର ପ୍ରତିନିଧିମାନଙ୍କଠାରୁ ଚଳିତ ଜୁନ ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଇମେଲ୍, ହ୍ୱାଟସ୍ଆ ପ୍ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ ମତାମତ ସଂଗ୍ରହ କରାଯାଇଥିଲା | ଜନ ସାଧାରଣ, ନାଗରିକ ସମାଜ ଓ ଅନ୍ୟାନ୍ୟ ସୂତ୍ରରୁ ମିଳିଥିବା ମତାମତ ସଂଗୃହୀତ ହୋଇଛିା ବଜେଟ୍ ପ୍ରସ୍ତୁତି ସମୟରେ ଉପରୋକ୍ତ ସମସ୍ତ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଏକ ଜନକଲ୍ୟାଣକାରୀ ବଜେଟ୍ ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି |
ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ, ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ଶ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ପ୍ରଶାସକ ଶ୍ରୀ ଅର୍ଦ୍ଧେନ୍ଦୁ ଶେଖର ଷଡ଼ଙ୍ଗୀ, ଶ୍ରୀ ରବିନାରାୟଣ ସେନାପତି, ଶ୍ରୀ କେ.ସିବଡ଼ୁ,ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ସୌରୀବନ୍ଧୁ କର, ଅର୍ଥନୀତିଜ୍ଞ ନଟବର ଖୁଣ୍ଟିଆ, ପ୍ରଫେସର ଏସ୍. ଏସ୍ ରଥ, ଏନ୍ସିଡିଏସ୍ର ଶ୍ରୀଜିତ ମିଶ୍ର,ୟୁନିସେଫର ଶ୍ରୀ ସୌମେନ୍ ରାୟ, ସିଓ୍ୱାଇଏସ୍ଡିର ଶ୍ରୀବସନ୍ତ କୁମାର ନାୟକ,ୟୁସିସିଆଇର କିଶୋର ମହାନ୍ତି, ରିଜର୍ଭ ବ୍ୟାଙ୍କର ଡିଜିଏମ୍ ଶ୍ରୀ ଡି. ପାତ୍ର, ନାବାଡର଼୍ର ସିଜିଏମ୍ ଶ୍ରୀ ଏ. ଚନ୍ଦ୍ରଶେଖର, ଅର୍ଥନୀତି ସାଞ୍ଚାଦିକ ଦିଲ୍ଲୀ ପବିଶୋଇ, କୃଷକ ସଂଗଠକ ଶ୍ରୀ ସୀମାଞ୍ଚଳ ନାହାକ, ଶ୍ରୀ କେଶବ ଚନ୍ଦ୍ର ପାତ୍ର,ବ୍ୟବସାୟୀ ମହାସଂଘର ଶ୍ରୀ ସୁଧାକର ପଣ୍ଡା ଓ ଶ୍ରୀ ଶକ୍ତିଶଙ୍କର ମିଶ୍ର ପ୍ରମୁଖ ସ୍ୱକୀୟ ମତାମତ ପ୍ରଦାନ କରିଥିଲୋ ଅର୍ଥବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲୋ ବୈଠକରେ ଅର୍ଥବିଭାଗରବରିଷ୍ଠ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.