୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା

12

ପ୍ରସିଦ୍ଧ ସରୋଦ ବାଦକ ପଣ୍ଡିତ ତେଜେନ୍ଦ୍ର ନାରାୟଣ ମଜୁମଦାରଙ୍କ ମନୋମୁଗ୍ଧକର ପରିବେଷଣ ସହିତ ସଙ୍ଗୀତ ଓ ନୃତ୍ୟର ଏକ ସଙ୍ଗମ

ଭୁବନେଶ୍ୱର, ସେପ୍ଟେମ୍ବର ୨୦୨୬ :ସୃଜନ-ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, କଟକଙ୍କ ସହଯୋଗରେ ଆୟୋଜିତ ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ତାହାର ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ  ଜାରି ରଖିଥିଲା।

ଦ୍ୱିତୀୟ ସନ୍ଧ୍ୟାରେ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ପାରମ୍ପରିକ ପ୍ରଦୀପ ପ୍ରଜ୍ୱଳନ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଥିଲେ ପ୍ରଖ୍ୟାତ ଓଡ଼ିଶୀ କଣ୍ଠଶିଳ୍ପୀ ଓ ପଣ୍ଡିତଗୁରୁ ରାମହରି ଦାସ, ଭୁବନେଶ୍ୱରମଦର୍ସ ପବ୍ଲିକ ସ୍କୁଲର ପ୍ରତିଷ୍ଠାତାଶ୍ରୀମତୀ ପଲ୍ଲୀ ପଟ୍ଟନାୟକ, କଟକର ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର କୁଳପତିପ୍ରଫେସର (ଡ଼.) ରବି ନାରାୟଣ ଶତପଥୀ, ବିଶିଷ୍ଟ ଶାସ୍ତ୍ରୀୟ ଓ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀଶ୍ରୀ ପାର୍ଥସାରଥୀ “ବାବୁ” ପାଣିଗ୍ରାହୀଏବଂ ସୃଜନର ନିର୍ଦ୍ଦେଶକ ତଥା ଶ୍ରୀଶ୍ରୀବିଶ୍ଵବିଦ୍ୟାଳୟରକଳା, ଯୋଗାଯୋଗ ଓ ଇଣ୍ଡିକ୍ ଷ୍ଟଡିଜ୍ ବିଭାଗର ଡିନ୍ ଗୁରୁ ରତିକାନ୍ତ ମହାପାତ୍ର ।

ସନ୍ଧ୍ୟାର ସଙ୍ଗୀତ କାର୍ଯ୍ୟକ୍ରମ ସେନିଆ ମୈହାର ଘରାନାର ଜଣେ ବିଶିଷ୍ଟ ବାଦକପଣ୍ଡିତ ତେଜେନ୍ଦ୍ର ନାରାୟଣ ମଜୁମଦାରଙ୍କ ସରୋଦ ବଦନରୁ ଆରମ୍ଭ ହୋଇଥିଲା, ଯିଏ ତାଙ୍କ ସଙ୍ଗୀତରେ ଧ୍ରୁପଦ, ତନ୍ତ୍ରକାରୀ ଏବଂ ଗାୟକୀକୁ ସୁନ୍ଦର ଭାବେ ସମନ୍ୱୟ କରି ସରୋଦ ବଦନ କରିଥିଲେ । ପଦ୍ମଶ୍ରୀ ଏବଂ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ ଏହି ସରୋଦ ମହାରଥୀ ତାଙ୍କ ଧ୍ୟାନମଗ୍ନ ଏବଂ ସ୍ଥାପତ୍ୟଗତ ଭାବେ ସୁନିର୍ଦ୍ଦିଷ୍ଟ ପରିବେଷଣ ମାଧ୍ୟମରେ ଦର୍ଶକମାନଙ୍କୁ ମୁଗ୍ଧ କରିଥିଲେ। ତାଙ୍କୁ ତବଲାରେ ଶ୍ରୀ ସତ୍ୟଜିତ ତାଲୱାଲକରସହଯୋଗ କରିଥିଲେ ।

ସନ୍ଧ୍ୟାର ଦ୍ୱିତୀୟାର୍ଦ୍ଧ ଏକକ ଓଡ଼ିଶୀ ନୃତ୍ୟକୁ ଉତ୍ସର୍ଗ କରାଯାଇଥିଲା, ଯେଉଁଥିରେ ପ୍ରଶଂସିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ଲିପ୍ସା ଶତପଥୀଙ୍କ କଳାତ୍ମକତା, ପ୍ରାଣବନ୍ତତା ଏବଂ ସୌନ୍ଦର୍ଯ୍ୟ ପ୍ରଦର୍ଶିତ ହୋଇଥିଲା। ତାଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ପଞ୍ଚଭୂତ ଯାହା ରାଗ ରାଗମାଳିକା ଓ ତାଳ ତାଳମାଳିକାରେ ନିବଦ୍ଧ ଥିଲା ଯାହାର ସଙ୍ଗୀତ ସଂଯୋଜନା ଗୁରୁ ରାମହରି ଦାସ, ତାଳ ସଂଯୋଜନା ଗୁରୁ ଧନେଶ୍ଵର ସ୍ଵାଇଁ ଓ ନୃତ୍ୟ ସଂରଚନା ଗୁରୁ ଅରୁଣା ମହାନ୍ତି କରିଥିଲେ । ତାଙ୍କର ଦିତୀୟ ପ୍ରସ୍ତୁତିରେ ଥିଲା ଦେବଗାନ୍ଧାରୀ ପଲ୍ଲବୀ ଯାହାର ସଙ୍ଗୀତ ସଂଯୋଜନା ଗୁରୁ ରାମହରି ଦାସ, ତାଳ ସଂଯୋଜନା ଗୁରୁ ଧନେଶ୍ଵର ସ୍ଵାଇଁ ଓ ନୃତ୍ୟ ସଂରଚନା ଗୁରୁ ବିଚିତ୍ରାନନ୍ଦ ସ୍ଵାଇଁ କରିଥିଲେ। ତାଙ୍କର ଅନ୍ତିମ ପ୍ରସ୍ତୁତିରେ ଥିଲା ଓଡିଆ ଅଭିନୟ କହିବାକୁ ଲାଜ ଯାହାର ସଙ୍ଗୀତ ସଂଯୋଜନା ସୁରମଣି ରମେଶ ଚନ୍ଦ୍ର ଦାସ, ତାଳ ସଂଯୋଜନା ଗୁରୁ ଗଙ୍ଗାଧର ପ୍ରଧାନ ଓ ନୃତ୍ୟ ସଂରଚନା ଗୁରୁ ଅରୁଣା ମହାନ୍ତି କରିଥିଲେ । ତାଙ୍କୁ କଣ୍ଠରେଶ୍ରୀ ରୂପକ କୁମାର ପରିଡ଼ା, ବେହେଲାରେ ଶ୍ରୀ ଅଗ୍ନିମିତ୍ର ବେହେରା, ବଂଶୀରେ ଶ୍ରୀ ସୌମ୍ୟ ରଞ୍ଜନ ଯୋଶୀ,ମର୍ଦ୍ଦଳରେ ଶ୍ରୀ ସୀତାକାନ୍ତ ଜେନାଏବଂ ମଞ୍ଜୀରାରେ ରୋହିତ ପ୍ରଧାନ ସହଯୋଗ କରିଥିଲେ ।ଏହି ଉତ୍ସବର ପରିକଳ୍ପନା ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କରାଯାଇଥିବା ବେଳେ ଏହାକୁ କାର୍ଯ୍ୟକାରୀ ଶ୍ରୀ ଦେବୀପ୍ରସାଦ ମିଶ୍ର କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ଡକ୍ଟର ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ ।

Leave A Reply

Your email address will not be published.