ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଦ୍ୟାଳୟର ଅଡିଟୋରିୟମ୍ ରେ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚ଼ନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗୁରୁଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।
ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଟନ୍ ଙ୍କ ୧୩୯ତମ ଜୟନ୍ତୀ ପାଳନ ଅବସରରେ ଶିକ୍ଷାର ମାନଦଣ୍ଡ ବୃଦ୍ଧି କରିବାରେ ଗୁରୁମାନଙ୍କ ଭୂମିକା ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ଗ୍ରହଣ କ୍ଷେତ୍ରରେ ଗୁରୁ ଓ ଛାତ୍ର ଛାତ୍ରୀଙ୍କ ଆନ୍ତରିକ ସହଯୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଭାଗବତ ପାତ଼ୀ ଯୋଗ ଦେଇ ଥିଲେ।
ରଶ୍ମିତା କୁମାରୀ ନନ୍ଦ ଏବଂ ମଧୁସ୍ମିତା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାଯ୍ୟକ୍ରମରେ ସେବାନିବୃତ୍ତ ଶିକ୍ଷକ ବିଚିତ୍ରାନନ୍ଦ ବେବର୍ତ୍ତୀ , ଗୋପାଳକୃଷ୍ଣ ନାୟକ , ବିଜୟଲକ୍ଷ୍ମୀ ସାହୁ , ଲଳିତ ନାୟକ , ରାମକୃଷ୍ଣ ଗନ୍ତାୟତ , ବରିଷ୍ଠ ସାମ୍ବାଦିକ ଭାଗବତ ପାତ଼ୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ଗୁରୁ ଶିକ୍ଷ୍ୟର ପବିତ୍ର ପରମ୍ପରାକୁ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷିକା ମାନେ ମନେ ପକେଇଥିଲେ। ଶେଷରେ ଶିକ୍ଷିକା ଶୁଭଲକ୍ଷ୍ମୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସଭାଶେଷରେ ଛାତ୍ର ଛାତ୍ରୀଗଣ ନୃତ୍ୟ ଓ ଗୀତ ଗାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post