ମହାତ୍ମାଗାନ୍ଧୀ ଇଣ୍ଟର ନେସନାଲ ପବ୍ଲିକ ସ୍କୁଲ ରେ ଗୁରୁ ଦିବସ ପାଳିତ।

53

“ଗୁରୁ ଭକ୍ତି ଓ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ ହିଁ ତୁମର ଜୀବନର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ “

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲାର ଗୁଣପୁର ସଦର ସ୍ଥିତ ସ୍ଥାନୀୟ ମହାତ୍ମାଗାନ୍ଧୀ ଇଣ୍ଟର ନେସନାଲ ପବ୍ଲିକ ସ୍କୁଲରେ ଗୁରୁ ଦିବସ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମିଶ୍ର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ନର୍ସରୀ ଶ୍ରେଣୀରୁ ସମସ୍ତ ଛାତ୍ରଛାତ୍ରୀମାନେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ପରିବେଶକୁ ଗୁରୁଭକ୍ତିର ଗୁଞ୍ଜନରେ ମୁଖରିତ କରିଥିଲେ । ଛାତ୍ରଛାତ୍ରୀମାନେ ଚନ୍ଦନ ସିନ୍ଦୁର ଦେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବନ୍ଦାପନା କରି ଗୁରୁ ବନ୍ଦନା ଗାନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଗୁରୁଙ୍କ ଉଦ୍ୟେଶ୍ୟରେ ଓଡିଶୀ ତଥା ସପ୍ତମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନେ ଏକ ଏକାଙ୍କିକା ନାଟକ ପରିବେଷଣ କରିଥିଲେ । ଛାତ୍ରଛାତ୍ରୀମାନେ ଆଜି ଦିନର ତାତ୍ପର୍ଯ୍ୟ ବିଷୟରେ ନିଜର ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଶ୍ର ଛାତ୍ରଛାତ୍ରୀଙ୍କୁ କହିଥିଲେ, ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଜୀବନରେ ଶ୍ରେଷ୍ଠ ମାର୍ଗଦର୍ଶକ ଅଟନ୍ତି।ତେଣୁ ତାଙ୍କ ପ୍ରତି ଭକ୍ତି ଓ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ ହିଁ ତୁମର ଜୀବନର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ ।

ଚେଇରମ୍ୟାନ ବ୍ରଜ ସୁନ୍ଦର ପାଢ଼ୀ ପିଲାମାନଙ୍କୁ କହିଥିଲେ ଯେ ଛାତ୍ର ଛାତ୍ରୀ ମାନେ ସର୍ବଦା ଗୁରୁମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜ୍ଞାପନ କରିବା ଓ ସେମାନଙ୍କ ଠୁ ଜ୍ଞାନ ଆହରଣ କରିବା ପାଇଁ ଉପଦେଶ ଦେଇଥିଲେ। ସେହିପରି ଶିକ୍ଷୟତ୍ରୀ ଜୟଶ୍ରୀ ପାଣିଗ୍ରାହୀ, ଶ୍ରୀୟା ଶ୍ରୁତି ପାଣିଗ୍ରାହୀ,ଦିନା ଭୂୟାଁ, ପ୍ରଣତି ବିଡ଼ିକା ଓ ଜ୍ଞାନେଶ୍ବରୀ ନନ୍ଦ ନିଜ ନିଜ ଅଭିଭାଷଣ ରେ ଉଦବୋଧନ ଦେଇ କହିଥିଲେ ଯେ ଗୁରୁ ଅନ୍ଧକାର ରୂପକ ଅଜ୍ଞାନତାକୁ ଦୂର କରି ଜ୍ଞାନର ଆଲୋକ ପ୍ରଦାନ କରନ୍ତି । ତେଣୁ ଦେଶର ଭବିଷ୍ୟତ ନିର୍ମାଣ କରୁଥିବା ଶିକ୍ଷକମାନେ ସର୍ବଦା ଚୀର ନମସ୍ୟ ଅଟନ୍ତି ଭଳି ବହୁ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ । ଆଜିର ଗୁରୁ ଦିବସ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀ ପ୍ରିଶା ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ଟି ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ର କୁମାର ପାତ୍ର ଓ କ୍ରୀଡା ଶିକ୍ଷକ ଆକାଶ ବିରଦଳେଇଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନ ର ଚେଇରମ୍ୟାନ ବ୍ରଜ ସୁନ୍ଦର ପାଢ଼ୀ ଗୁରୁ ଦିବସରେ ସମସ୍ତ ଶିକ୍ଷକ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

Leave A Reply

Your email address will not be published.