୧୩ତମ ସାଇଟ ନର୍ସିଂ ବାର୍ଷିକ ଉତ୍ସବ ଓ ଶପଥ ଗ୍ରହଣ ସମାରୋହ 

0

 

ବଲାଙ୍ଗୀରରୁ ନିରୋଜ ମିଶ୍ର : ବଲାଙ୍ଗିର ନିକଟସ୍ଥ ପଲ୍ଲିଶ୍ରୀ ବିହାର ଠାରେ ସାଇଟ ନର୍ସିଂ ୧୩ ତମ ବାର୍ଷିକ ଉସôବ ଓ ଶପଥ ଗ୍ରହଣ ସମାରୋହ ପାଳିତ ହୋଇଯାଇଛି । ବିଏସସି, ଜିଏନ୍ଏମ ଓ ଏଏନଏମର ୧୧୫ଜଣ ଛାତ୍ରୀଛାତ୍ର ଉତ୍ତମ ନର୍ସ ହେବାପାଇଁ ଶପଥ  ନେଇଥିଲେ । ବାର୍ଷିକ ଉସôବର ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଉପଜିଲ୍ଲା ପାଳ ଭୌରବ ସିଂ ପଟେଲ ଯୋଗଦେଇ ଆଦର୍ଶ ସେବୀକା ହୋଇ ରୋଗୀମାନଙ୍କ ଉପଯୁକ୍ତ ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ଶପଥ ଗ୍ରହଣ ସମାରୋହର ମୁଖ୍ୟ ଅତିଥିଭାବରେ ପ୍ରସୃତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଏଡିସିନାଲ ଡାଇରେକ୍ଟର ଡା. ସୁଜ୍ଞାନେନ୍ଦ୍ର ମିଶ୍ର ଯୋଗଦେଇ ଆରୋଗ୍ୟ ପାଇଁ ନର୍ସିଂ ସେବା ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ କରିଥିଲେ । ସାଇଟ ପ୍ରଶାସନିକ ଅଧିକାରୀ ଡା. ସିଦେ୍ଧଶ୍ୱର ମିଶ୍ରଙ୍କ ସଂଯୋଜନାରେ ଅନୁÂିତ ସଭାରେ ସାଇଟ ନର୍ସିିଂ ଅଧ୍ୟକ୍ଷା ସ୍ନିଗ୍ଧା ମିନତୀ ଦାନୀ ସଭାପତିତ୍ୱ କରି ବାର୍ଷିକ ବିବରଣୀ ପଠନ କରିଥିଲେ । ସାଇଟ ନର୍ସିଂ ସମ୍ପାଦକ ଇଂ ନାରାୟଣ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ସାଇଟ ପ୍ରତିÂାତା ଡ. ଶ୍ରୀକର ମିଶ୍ର ନର୍ସ ମାନଙ୍କ ଦାୟୀତ୍ୱ  ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋକ ପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ସୁଶ୍ରୀ ଡିଏମଏଲଟି ଅଧ୍ୟକ୍ଷ ଡ. ପରମେଶ୍ୱର ରଥ, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ, ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥି ଓ ସାଇଟ ଚ୍ୟାରମେନ ଓମ୍ପ୍ରକାଶ ମିଶ୍ର ଯୋଗଦେଇ ରୋଗିମାନଙ୍କ ପ୍ରତି ସହନଶିଲତା ଓ କର୍ମ ତ୍ତପରତା ହେବାକୁ ପରାମର୍ଶ ମାନ ଦେଇଥିଲେ । ସରକାରୀ ଏଏନଏମ ଟ୍ରେନିଂ ସେଣ୍ଟର ଅଧ୍ୟକ୍ଷା ବିନୋଦିନୀ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନର୍ସିଂ ସେବା ଉପରେ ଗୁରୁତ୍ୱ ଦେଇ ବିଶ୍ୱାସନିୟ ନର୍ସ ହେବାକୁ ଆହ୍ୱାନ କରିଥିଲେ । ଉଲ୍ଲେଖନିୟ କାର୍ଯ୍ୟକରିଥିବା ଟୁ୍ୟଟର ବିଶ୍ୱ ବନ୍ଦିତା ମାହୁନ୍ତ, ସିନିୟର ଲେବ ଟେକ୍ନିସିଏନ ଭିକ୍ଷାକାରୀ ପାତ୍ର ଓ ଶିକ୍ଷାବିତ ହରିଶଙ୍କର ସାଏଙ୍କୁ ମାନପତ୍ର  ପ୍ରଦାନ ପୁର୍ବକ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଧ୍ୟାପିକା ଲୋପାମୁଦ୍ରା ମିଶ୍ର, ସଂଯୋଜନ କରିଥିବା ବେଳେ ଅଧ୍ୟାପିକା ସଂଗିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କୃତି ପ୍ରତିଯୋଗିଙ୍କୁ ପୁରୁସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସମସ୍ତ ସାଇଟ ନର୍ସିଂ ଷ୍ଟାପ ସହଯୋଗ କରିଥିଲେ । ପରିଶେଷରେ ଛାତ୍ରୀ ଛାତ୍ରଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।

Leave A Reply

Your email address will not be published.