ବେଲଗୁଣ୍ଠା, ୨/୯:-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ତନରଡ଼ା ଆର୍ଯ୍ୟକନ୍ୟା ଗୁରୁକୂଳ ପରିସରରେ ୧୪ ଓ ୧୭ ବର୍ଷରୁ କମ୍ ବାଳକ-ବାଳିକାଙ୍କୁ ନେଇ ଆଞ୍ଚଳିକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା-୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡ଼ାବିତ୍ମାନେ ବିଭିନ୍ନ କ୍ରୀଡ଼ାରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ।ଆର୍ଯ୍ୟକନ୍ୟା ଗୁରୁକୂଳର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଶିକ୍ଷା ସହିତ କ୍ରୀଡ଼ାର ସମନ୍ୱୟ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ବିଶେଷ ସହାୟକ ହୋଇଥାଏ। କ୍ରୀଡ଼ା ଶୃଙ୍ଖଳା, ନେତୃତ୍ୱ, ସହଯୋଗ ଓ ଆତ୍ମବିଶ୍ୱାସର ଗୁଣ ବିକଶିତ କରେ ବୋଲି ସେ ମତପ୍ରକାଶ କରିଥିଲେ।ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଯୋଗଦେଇ ଛାତ୍ରଛାତ୍ରୀଙ୍କ ଜୀବନରେ କ୍ରୀଡ଼ାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ କୋକଲୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାନାମ୍ବର ପ୍ରଧାନ, ଘୁମୁସର ବୈଷୟିକ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଦୀପା ସ୍ୱାଇଁ ଓ ସିଆରସିସି ମନୋଜ କୁମାର ପଟ୍ଟନାୟକ ଯୋଗଦେଇଥିଲେ। ବେଲଗୁଣ୍ଠା ବ୍ଲକ୍ କ୍ରୀଡ଼ା ସମ୍ପାଦକ ଆଶୁତୋଷ କୁମାର ସ୍ୱାଇଁ ପ୍ରତିଯୋଗିତାର ସଂଯୋଜନା କରିଥିଲେ। କ୍ରୀଡ଼ା ଶିକ୍ଷକ ଦୁର୍ଗା ମାଧବ ଶତପଥୀ, ସଂଗ୍ରାମ କେଶରୀ ପରିଡ଼ା, ସୁନୀଲ କୁମାର ନାୟକ, ବର୍ଷା ସ୍ୱାଇଁ, ଉଦ୍ବତୀ ପ୍ରଧାନ ଓ ଗୀତାଞ୍ଜଳି ମିଶ୍ରଙ୍କ ସମେତ ଆର୍ଯ୍ୟକନ୍ୟା ଗୁରୁକୂଳର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ। ପ୍ରତିଯୋଗିତାକୁ ନେଇ କ୍ରୀଡ଼ାବିତ୍ ଓ ଶିକ୍ଷକମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.