କଣ୍ଡାବାବୁଙ୍କ ବିୟୋଗରେ ଗୁଣପୁର ଭାଜପା ପକ୍ଷରୁ ଶୋକସଭା

8

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ୱାଇ. ଭେଙ୍କଟେଶ୍ୱର ରାଓ (କଣ୍ଡାବାବୁ)ଙ୍କ ବିୟୋଗରେ ଗୁଣପୁର ଭାଜପା ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଛି। ଏହି ଅବସରରେ ଦଳର ନେତା, କର୍ମକର୍ତ୍ତା ଓ ସମର୍ଥକମାନେ ଯୋଗଦେଇ ସ୍ୱର୍ଗତ କୋଣ୍ଡାବାବୁଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସ୍ୱର୍ଗତ ୱାଇ. ଭେଙ୍କଟେଶ୍ୱର ରାଓ ରାୟଗଡ଼ା ଜିଲ୍ଲାର ଜଣେ ଲୋକପ୍ରିୟ ରାଜନୈତିକ ନେତା ଭାବେ ପରିଚିତ ଥିଲେ। ସମାଜସେବା ଓ ଜନସେବା କ୍ଷେତ୍ରରେ ତାଙ୍କର ଅବଦାନ ରହିଥିଲା। ସାଧାରଣ ଲୋକଙ୍କ ସୁଖଦୁଃଖରେ ସାଥୀ ହୋଇ ସେ ଅଞ୍ଚଳବାସୀଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ବିୟୋଗ ରାୟଗଡ଼ା ଜିଲ୍ଲାର ରାଜନୈତିକ ଓ ସାମାଜିକ କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଉପସ୍ଥିତ ନେତାମାନେ କହିଥିଲେ।

ଶୋକସଭାରେ ଶ୍ରୀ ବିଦ୍ୟାଧର ସବର (ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରାୟଗଡ଼ାର ଅଧ୍ୟକ୍ଷ ) ଶ୍ରୀ ୱାଇ. ଗଣପତି ରାଓ (ଭାଜପା ରାଷ୍ଟ୍ରୀୟ ପରିଷଦ ସଦସ୍ୟ )ଶ୍ରୀ ଶ୍ରୀନିବାସ ସ୍ୱାଇଁ (ଜିଲ୍ଲା ଉପସଭାପତି )ଶ୍ରୀ ମୁଖି ଭେଙ୍କଟ ରାବଣା ( ପୂର୍ବତନ ପୌର ଉପାଧ୍ୟକ୍ଷ )ସମେତ ଶ୍ରୀ କଲକା ନାଗେଶ୍ୱର ରାଓ, ଶ୍ରୀ ସଂଗ୍ରାମ କିଶୋର ସାହୁ, ଶ୍ରୀ ଗଣେଶ ପଣ୍ଡା, ଶ୍ରୀ ମନୋଜ ରତ୍ନାଲୁ, ଶ୍ରୀମତୀ ସୁଦ୍ଧା ରାଣୀ, ଶ୍ରୀ ଅମର କୁମାର ସାହୁ, ଶ୍ରୀ ଶ୍ରୀରାମ ମୂର୍ତ୍ତି, ଶ୍ରୀ ମନୋଜ ପାଣିଗ୍ରାହୀ, ଶ୍ରୀ ସୁଧାକର ଶତପଥି, ଶ୍ରୀ ସତ୍ୟ ସୁନ୍ଦର କର, ଶ୍ରୀ ଜଗଦିଶ ପାତ୍ର, ଶ୍ରୀ ରମେଶ ସାହୁ, ଶ୍ରୀ ଭଗବାନ ଚୌଧୁରୀ, ଶ୍ରୀ ଲକ୍ଷ୍ମୀ ନାରାୟଣ ପାଢ଼ୀ, ଶ୍ରୀ ସନ୍ତୋଷ ପାଣିଗ୍ରାହୀ ଓ ଶ୍ରୀ ଦିଲ୍ଲୀପ ଦାଶଙ୍କ ସମେତ ବହୁ ବରିଷ୍ଠ ଓ ଯୁବ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ଶେଷରେ ଉପସ୍ଥିତ ସମସ୍ତେ ସ୍ୱର୍ଗତ କୋଣ୍ଡାବାବୁଙ୍କ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଥିଲେ।

Leave A Reply

Your email address will not be published.