ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଉରକେଲା ସହରରେ ଏକ ନୂତନ କ୍ରୀଡ଼ା ଅନୁଷ୍ଠାନ ରାଉରକେଲା ସ୍ପୋର୍ଟସ କ୍ଲବ ‘ର ପ୍ରତିଷ୍ଠା ଦିବସ ଓ ଜାତୀୟ କ୍ରୀଡ଼ା ଦିବସ ଆନୁଷ୍ଠାନିକ ଭାବେ ପାଳିତ ହୋଇଛି। ସେକ୍ଟର-୭ ସ୍ଥିତ ଇସ୍ପାତ ସାହିତ୍ୟ ସଂସଦ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଲବର କର୍ମକର୍ତ୍ତା ଓ ସହରର ବହୁ ପୂର୍ବତନ କ୍ରୀଡ଼ାବିତ ଯୋଗଦେଇ ଉତ୍ସାହର ସହ କାର୍ଯ୍ୟକ୍ରମକୁ ପାଳନ କରିଥିଲେ।
ରାଉରକେଲା ସ୍ପୋର୍ଟସ କ୍ଲବ ଆଗାମୀ ଦିନରେ ରାଉରକେଲା ସହରରେ ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ ଓ ପ୍ରତିଭାବାନ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ଦେବା ଦିଗରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି। ସହରର କ୍ରୀଡ଼ା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ସହ ନୂତନ ପିଢ଼ିକୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ପାଇଁ କ୍ଲବ ପକ୍ଷରୁ ନିରନ୍ତର ପ୍ରୟାସ ଜାରି ରହିବ ବୋଲି କୁହାଯାଇଛି।
ଏହି ଅବସରରେ କ୍ଲବର ସଦସ୍ୟ ପାନ୍ନାଲାଲ ବାନେର୍ଜୀ, ବିଜେନ୍ଦ୍ର ଗୌର, ଅଜିତ କୁମାର ସାମଲ, ସଞ୍ଜୟ କୁମାର ସାହୁ, ପରସେସ କୁଆଁର, ସଞ୍ଜୟ କୁମାର ପ୍ରଧାନ,ଶାସକ ପ୍ରଶାସକ ଜିଲ୍ଲା ସାମ୍ବାଦିକ ବସନ୍ତ କୁମାର ଜେନା,ଧିରେନ ଗଡ଼ନାଏକ, ଲଷ୍ମୀ ନାରାୟଣ ଦାଶ, ସୁଶାନ୍ତ ବେହେରା, ଦୀନବନ୍ଧୁ ଲେଙ୍କା, ସାଗର ମହାପାତ୍ର, ସୁରଞ୍ଜନ ପଣ୍ଡା ଓ ରାଜକିଶୋର ସିଂଙ୍କ ସମେତ ଅନ୍ୟ କ୍ରୀଡ଼ାପ୍ରେମୀ ଓ ପୂର୍ବତନ କ୍ରୀଡ଼ାବିତ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ଶେଷରେ କ୍ଲବର ସଦସ୍ୟ ସଞ୍ଜୟ କୁମାର ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମର ସମାପନ ଘୋଷଣା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post