ସଂଳାପକାର ଓ ଗୀତିକାର ସୁବୋଧ ପଟ୍ଟନାୟକଙ୍କ ପରଲୋକ

0

କଟକ: ଓଡିଆ ନାଟକ ଜଗତରେ ଏକ ବିରାଟ ଶୁନ୍ୟତା ସୃଷ୍ଟି ହୋଇଛି | ଓଡିଆ ନାଟକ ଓ ଚଳଚିତ୍ର ଜଗତକୁ ଅନେକ ସଫଳ ସିନେମାର ସଂଳାପ ଭେଟି ଦେଇଥିବା ଡ. ସୁବୋଧ ପଟ୍ଟନାୟକ ଆଉନାହାନ୍ତି  | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ସଂଳାପକାର ତଥା ଗୀତିକାର ଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଖାନନଗର ସ୍ଥିତ ବାସଭବନରେ ଆଜି ସକାଳେ ତାଙ୍କର ହୃଦଘାତରେ ପରଲୋକ ହୋଇଛି।

 

ବୃତ୍ତିରେ ସେ ଜଣେ ଡାକ୍ତର ଥିଲେ। ତେବେ ସଂଳାପ ଲେଖିବା ଥିଲା ତାଙ୍କର ନିଶା। ସେ ୬୦ରୁ ଅଧିକ ଓଡ଼ିଆ ଫିଲ୍ମ ପାଇଁ ସଂଳାପ ଲେଖିଥିଲେ। ଏହା ସହିତ ଅନେକ ଟେଲିଭିଜନ ସିରିଏଲ୍ ପାଇଁ ମଧ୍ୟ ସଂଳାପ ଲେଖିଥିଲେ। ଅକ୍ଷୟ ମହାନ୍ତିଙ୍କ ସହିତ ତାଙ୍କର ଯୋଡ଼ି ଖୁବ୍ ଜମି ଥିଲା।

 

୧୯୮୪ ମସିହାରେ ବ୍ରଜରାଜ ମୁଭିଜ୍‌ ଦ୍ୱାରା ପ୍ରସ୍ତୁତ ‘ଦଣ୍ଡା ବାଳୁଙ୍ଗା’ରେ ସେ ପ୍ରଥମେ ସଂଳାପ ଲେଖିଥିଲେ। ଏହା ସହିତ ସେ ‘ସବୁ ମାୟାରେ ବାୟା’, ‘ଜନନୀ’, ‘ଜାଇ ଫୁଲ’, ‘ଜଗା ହାତରେ ପଘା’, ‘ଶଙ୍ଖା ସିନ୍ଦୁର’, ‘ସହରୀ ବାଘ’, ‘ମମତା ମାଗେ ମୂଲ’, ‘ବାଜେ ବଇଂଶୀ ନାଚେ ଘୁଙ୍ଗୁର’, ‘ଚକା ଭଉଁରୀ’, ‘ଏଇତ ଦୁନିଆ’, ‘ଥିଲି ଝିଅ ହେଲି ବୋହୂ’, ‘ପୁଅ ମୋର କଳା ଠାକୁର’, ‘ମମତାର ଡୋରି’, ‘ଚକା ଆଖି ସବୁ ଦେଖୁଛି’, ‘ଦେଖୁଛି ବିଧିର ବିଧାନ’ ଓ ‘ତୋ ବିନୁ ଅନ୍ୟଗତି ନାହିଁ’ ଫିଲ୍ମ ପାଇଁ ସଂଳାପ ଲେଖିଥିଲେ।

Leave A Reply

Your email address will not be published.