ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଲେରନାଥନ – ୫.୦ ଉଦଘାଟନ

20

କମ୍ପ୍ୟୁଟର ନେଟୱର୍କ ଓ ପ୍ରଯୁକ୍ତି ବିଦ୍ୟାର ସମନ୍ୱୟ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପରିସର ମେଗା ଅଡିଟୋରିଅମରେ ବିଶ୍ୱବିଦ୍ୟାଳୟର ଇଙ୍କୁବେଟେକ୍ସ ଇନୋଭେସନ ଫାଉଣ୍ଡେସନ ଏବଂ କ୍ୱାଲିଟୀ ଥଟ୍ ଫୁଚୋର ସ୍କିଲସ ଫାଉଣ୍ଡେସନ ମିଳିତ ସହଯୋଗରେ ଲେରନାଥନ -୫.୦ ଉଦଘାଟନ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସଵରେ ଅତିଥି ଭାବେ କୋଇଗି ନାଇଟ ଏଡୁ ଟେକ୍ ସର୍ଭିସେସ ପ୍ରାଇଭେଟ୍ ଲିମିଟେଡ ଏବଂ କ୍ୱାଲିଟୀ ଥଟ୍ ଫୁଚୋର ସ୍କିଲସ ଫାଉଣ୍ଡେସନର ନିର୍ଦ୍ଦେଶକ କ୍ରିସ୍ ଚିନ୍ତାଲାଲୁରି ଯୋଗ ଦେଇ ଅର୍ଟିଫିସିଆଲ ଇଣ୍ଟେଲଜେନ୍ସ ଓ ମେସିନ୍ ଲେର୍ଣିଂ ବିଷୟ ରେ ଆଲୋଚନା କରିଥିଲେ। ସମ୍ମାନୀତ ଅତିଥି ଭାବେ ବାୟୋ ରେଡ୍ ଲେବ ର ସିନିୟର୍ ପ୍ରୋଗ୍ରାମ ମ୍ୟାନେଜର ବାଲା ୟେଲାପନ୍ତ୍ତୁଲା, ହେଚ୍ ସି ଏଲ ଟେକ୍ନୋଲୋଜି ର ସିନିୟର୍ ଅର୍କିଟେକ ରବି କିଶୋର, ରିସପୋଷ୍ଟା ସଫ୍ଟୱେରର ଇଞ୍ଜିନିଅରିଂ ଗ୍ରୁପ୍ ମ୍ୟାନେଜର କୃଷ୍ଣାମ ରାଜୁ, ବି ଏସ ଏନ୍ ଏଲ ର ଡେପୁଟୀ ଜେନେରାଲ ମ୍ୟାନେଜର ଡ. ଏମ୍ ସତ୍ୟା ପ୍ରସାଦ, ମେଡିକଭର୍ ହସ୍ପିଟାଲ ଡି ଜି ଏମ୍ କମ୍ପାନୀ ରିଲେଶନ ର ସାଇଲଜା କୋଟା, ବିଶାଖାପାଟଣା ର ଟି ସି ଏସ ର ସେଣ୍ଟର୍ ମୁଖ୍ୟ ଡ ରାମାରାଜୁ ପୋଷପତି, ବିଶ୍ୱବିଦ୍ୟାଳୟ ପ୍ରୋ ଭାଇସ ଚାନ୍ସେଲର ଡ ବି କେ ତ୍ରିପାଠୀ ପ୍ରମୁଖ ମଞ୍ଚାସିନ ରହି ବର୍ତ୍ତମାନର ପ୍ରଯୁକ୍ତି ବିଦ୍ୟାର ସଦୂପଯୋଗ କରି ସମାଜର କଲ୍ୟାଣ ଦିଗରେ କାମ କରିବା ପାଇଁ କହିଥିଲେ।
ଏହି କର୍ମଶାଳା ୨୭ ରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ଚାଲୁରହିବ। ଏହି ଚାରି ଦିନ ବିଶ୍ବବିଦ୍ୟାଳୟ ଇଞ୍ଜିନିଅରିଂ ବିଭାଗର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ବିଭିନ୍ନ ପ୍ରକାର ମଡେଲ ଏବଂ ଉପସ୍ଥାପନ ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରିବେ। ଅନୁଷ୍ଠାନର ରେଜିଷ୍ଟ୍ରାର ଡ ଏନ ଭି ଜେ ରାଓ, ଅଧ୍ୟାପକ,ଅଧ୍ୟାପିକା, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଵିଭାଗର ମୁଖ୍ୟ ଡ ଶିବ ପ୍ରସାଦ ପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଡ ଡି ଅନିଲ କୁମାର ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ସଂଯୋଜକ ଡ ରାଘେବନ୍ଦ୍ର କୁମାର ସହଯୋଗ କରିଥିଲେ।

Leave A Reply

Your email address will not be published.