ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

5

ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସର୍ବ ପ୍ରଥମେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ ତ୍ରିଲୋଚନ ନାୟକ ଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ ଏବଂ ଗଙ୍ଗାଧର ମେହେର ଙ୍କ ଜୀବନୀ ବିଷୟରେ ଆଲୋଚନା କରିଥିଲେ l ରଜତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ l ସମୟ ଅନୁସାରେ ଗୀତ ଗାନ ମଧ୍ୟ କରା ଯାଇଥିଲା ଯଥା ଜନ୍ମଦାତ୍ରୀ ମାତୃଭୂମି….ବିଶ୍ୱ ଜୀବନ ହେ….ବିଶ୍ୱ ଦେଖ ମଧୁମୟ…. ମଙ୍ଗଲେ ଅଇଲା ଉଷା… I ଗାନ ପରେ ପରେ ଛାତ୍ରଛାତ୍ରୀ ଙ୍କ ପାଇଁ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ପୁରଷ୍କୃତ କରାଗଲା ଗଙ୍ଗାଧର ଗୀତି ଗାନ- ସୂଚୀ ସ୍ମିତା ବାରୀକ,ବକ୍ତୃତା(ପ୍ରକୃତି ଓ ଗଙ୍ଗାଧର) ଆଦ୍ୟାଶା ଦେୱାନ,ପୂର୍ଣ୍ଣ ଚନ୍ଦ୍ର ସାହୁ, ଖୁସବୁ ରାଣି ସାହୁ,ପ୍ରବନ୍ଧ (ଗଙ୍ଗାଧର ଗୀତି କବିତାରେ ନାରୀ ପ୍ରତି ସମ୍ମାନ ବୋଧ) ୩ ଜଣ l ସୁଦାମ ପାଣ୍ଡେ ,ଛବିଳ ସେଠ୍, ସ୍ୱାଧୀନ ବେହେରା, ଲଳିତ କୁମାର ବିଶ୍ୱାଳ, ଅମିତ୍ କୁମାର ସାହୁ,ବବିତା ବେହେରା,ନିରୁପମା ସାହୁ ସହାୟୋଗ କରିଥିଲେ ଏବଂ ପରିଶେଷରେ ଯଶୋବନ୍ତ ସାହା ଧନ୍ଯବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.