ବିଶ୍ୱହିନ୍ଦୁ ପରିଷଦ ଘୁମୁସର ଜିଲ୍ଲାର ଜିଲ୍ଲା କାର୍ଯ୍ୟକାରିଣୀ ଘୋଷଣା ଓ‌ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ

6

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଘୁମୁସର ଜିଲ୍ଲା ଅନ୍ତର୍ଗତ ୯ ଗୋଟି ପ୍ରଖଣ୍ଡ ର ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ବହୁ କାର୍ଯ୍ୟକର୍ତ୍ତା ଏବଂ ଅନେକ ସନ୍ଥ ମହନ୍ତଙ୍କ ଉପସ୍ଥିତି କୁ ନେଇ ଆଜି ଅଗଷ୍ଟ ମାସ ୨୬ ତାରିଖ ବୁଧବାର ୨୦୨୬ ଦିବସ ରେ ଭଞ୍ଜନଗର ଆର୍.ଏମ୍.ସି କଲ୍ୟାଣ ମଣ୍ଡପ ଠାରେ ଏକ ଭବ୍ୟ ଆକର୍ଷଣୀୟ ଆଡମ୍ବର ପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଘୁମୁସର ଜିଲ୍ଲା ଅନ୍ତର୍ଗତ ଭଞ୍ଜନଗର ,ବେଲଗୁଣ୍ଠା, ଜଗନ୍ନାଥ ପ୍ରସାଦ,ବୁଗୁଡ଼ା,ପୋଲୋସରା,କବିସୁର୍ଯ୍ୟନଗର, ଆସ୍କା, ଧରାକୋଟ ଓ ସୋରଡ଼ା ଅଞ୍ଚଳର ୯ ଗୋଟି ପ୍ରଖଣ୍ଡ ର ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ବହୁ କାର୍ଯ୍ୟକର୍ତ୍ତା ପ୍ରଖଣ୍ଡ ସ୍ତରୀୟ,ଗ୍ରାମ୍ୟ ସ୍ତରୀୟ ପଞ୍ଚାୟତ ସ୍ତରୀୟ ଙ୍କର ସମ୍ମିଳୀତ କାର୍ଯ୍ୟକ୍ରମ ଭଞ୍ଜନଗର ପୈ।ରପାଳିକାର ଗୋଷ୍ଠୀ ଉନ୍ନୟନ କେନ୍ଦ୍ର ବା ଆର୍ ଏମ୍ ସି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ବହୁ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ଙ୍କୁ ନେଇ ଉତ୍ସାହ ଉଦ୍ଦୀପନା ଓ ଆନନ୍ଦ ସହକାରେ ପାଳନ ହୋଇଛି। ଏଥିରେ ଘୁମୁସର ଅଞ୍ଚଳ ର ବିଭିନ୍ନ ମଠ ମନ୍ଦିର ର ମହନ୍ତ ଯଥା ରାଘବାନନ୍ଦ ଜୀ ମହାରାଜ୍ ଗହଂଗୁ ମଠ, ସତ୍ୟାନନ୍ଦ ଗିରି ମହାରାଜ୍ କରଚୁଲି ମଠ, ତ୍ରିବିକ୍ରମ ଦାସ୍ ମହାରାଜ୍ ଜଗନ୍ନାଥ ପ୍ରସାଦ ମଠ,ଅଶୋକା ନନ୍ଦ ମହାରାଜ ତାକରଡା ମଠ ଏବଂ ବିଭିନ୍ନ ମଠ ରୁ ପ୍ରାୟ ୩୦ ରୁ ଉର୍ଦ୍ଧ ସନ୍ଥ ମହନ୍ତ ମହାରାଜ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ସେହିମାନଙ୍କ କରକମଳରେ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ପାଖରେ ଦୀପ ପ୍ରଜ୍ବଳନ ସହିତ ମନ୍ତ୍ର ବେଦପାଠ ଏବଂ ଏକାତ୍ମ ଶ୍ରୋତ ପାଠ କରାଯାଇଥିଲା। ଏହି ଅବସରରେ ବିଶ୍ବହିନ୍ଦୁ ପରିଷଦ ଓଡିଶା ପୂର୍ବ ପ୍ରାନ୍ତର ସଂଗଠନ ସମ୍ପାଦକ ମାନନୀୟ ଶରତ କୁମାର ପ୍ରଧାନ ଏବଂ ଘୁମୁସର ପାଳକ ଅଧିକାରୀ ତଥା ପ୍ରାନ୍ତର ସହ ସଂପାଦକ ଡ଼ ଅରୁଣ କୁମାର ପାଢ଼ୀ ଓ ଘୁମୁସର ଜିଲ୍ଲା ସଂଘ ଚାଳକ ମାନନୀୟ ବନମାଳୀ ଗୈ।ଡ଼ ଙ୍କ ସଦୟ ଉପସ୍ଥିତି ରେ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା। ଏହି ଭବ୍ୟ ବିରାଟ ସନାତନ ହିନ୍ଦୁତ୍ବ ବିକାଶ କାର୍ଯ୍ୟକ୍ରମ ଉକ ସଂଘ ପ୍ରାନ୍ତର ନିର୍ଦ୍ଦେଶାନୁସାରେ ପୂର୍ବତନ ପ୍ରାନ୍ତ ଅଧିକାରୀ ତଥା ବିଶ୍ବହିନ୍ଦୁ ପରିଷଦ ଘୁମୁସର ଜିଲ୍ଲାର ବହୁ ପୁରାତନ କାର୍ଯ୍ୟକର୍ତ୍ତା, ମାନନୀୟ ମୁରଲୀଧର ପଣ୍ଡା ଙ୍କୁ ବିଶ୍ବହିନ୍ଦୁ ପରିଷଦ ଘୁମୁସର ଜିଲ୍ଲାର ସଭାପତି ଦାୟିତ୍ୱ ରେ ଶପଥ ପାଠ କରାଯାଇଥିଲା। ତତ୍ ସଂଗେ ସଂଗେ ମାନନୀୟ ବଟକୃଷ୍ଣ ପଣ୍ଡା ଙ୍କୁ ବିଶ୍ବହିନ୍ଦୁ ପରିଷଦ ଘୁମୁସର ଜିଲ୍ଲାର ସମ୍ପାଦକ ଏବଂ ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ରୁପେ, ମାନନୀୟ ସୂର୍ଯ୍ୟ ନାରାୟଣ ପାତ୍ର,ମାନନିୟା ଶ୍ରୀମତୀ ମାହେଶ୍ୱରୀ ଦେବୀ, ମାନନୀୟ ମହାଦେବ ସେଠୀ ଓ ମାନନୀୟ ପ୍ରମୋଦ କୁମାର ଗୈ।ଡ଼ । ଏବଂ ସହ ସଂପାଦକ ଭାବରେ ଶ୍ରୀ ଚନ୍ଦ୍ରକାନ୍ତ ଷଢଗୀ,ଶ୍ରୀ ସଞ୍ଜୟ କୁମାର ସାହୁ, ଶ୍ରୀ ଜ୍ୱ।ଲା ପ୍ରସାଦ ଆଚାର୍ଯ୍ୟ, ସହିତ ବଜରଙ୍ଗ ଦଳ ସଂଯୋଜକ,ସହ ସଂଯୋଜକ, ମାତୃଶକ୍ତି, ଦୁର୍ଗା ବାହିନୀ, ସତସଙ୍ଗ ପ୍ରମୁଖ, ଏହି ପରି ବିଭିନ୍ନ ଆୟାମର ଦାୟିତ୍ୱ ସବୁକୁ ସର୍ବ ସମ୍ମୁଖରେ ଘୋଷଣା କରାଯାଇଥିଲା। ଏହି ଅବସରରେ ବିଶ୍ବହିନ୍ଦୁ ପରିଷଦର ଘୁମୁସର ଜିଲ୍ଲା ସଭାପତି ମାନନୀୟ ମୁରଲୀଧର ପଣ୍ଡା, ତାଙ୍କର ଶପଥ ପାଠ କରିଥିଲେ, ଘୁମୁସର ଜିଲ୍ଲା ର ସଂଗଠନକୁ ଅଗ୍ରଗତି କରାଇବା, ବିଭିନ୍ନ ପ୍ରାନ୍ତ ଓ କେନ୍ଦ୍ର କାର୍ଯ୍ୟକ୍ରମ ଅଶୋକ ସିଂଘଲ ଜିଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ,ପୂଜ୍ୟ ସ୍ୱ।ମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ଶତବାର୍ଷିକୀ ଉତ୍ସବ ସଂଗେ ସଂଗେ ସେହି ମାନଙ୍କ ଯେଉଁ କାର୍ଯ୍ୟ ଵା ଯୋଜନା ଥିଲା ଯେ, ସାରା ଓଡ଼ିଶାରେ ହିନ୍ଦୁତ୍ବର ପ୍ରଚାର ପ୍ରସାର କରିବା , ଧର୍ମାନ୍ତରୀକରଣ ରୋକିବା, ଗୋହତ୍ୟା କୁ ବନ୍ଦ୍ କରିବା, ଏହି ସବୁ ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଏବଂ ସନ୍ଥ ରଵିଦାସ ଙ୍କ ୬୫୦ ତମ ଜନ୍ମ ଜୟନ୍ତୀ ପାଳନ କରିବାକୁ ନେଇ ବ୍ୟବସ୍ଥା ହୋଇଥିଲା। ଏହା ସହିତ ଦୀର୍ଘ ଏକବର୍ଷ ବ୍ୟାପି ମାନନୀୟ ଅଶୋକ ସିଂଘଲ ଜୀଙ୍କ ଶତବାର୍ଷିକୀ ହେଉ ବା ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ମହାରାଜ ଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବକୁ ପାଳନ କରିବାକୁ ପ୍ରତ୍ୟେକ ପ୍ରଖଣ୍ଡ,ଖଣ୍ଡ ଓ ଗ୍ରାମ ପଞ୍ଚାୟତ, ବ୍ଳକ୍ ଏବଂ ଗ୍ରାମ ସ୍ତରରେ ପହଞ୍ଚାଇବାକୁ ପ୍ରତ୍ୟେକ ଗ୍ରାମରେ ଗ୍ରାମ ସମିତି ସତ୍ ସଂଗ ଗଠନ କରିବା ନିମନ୍ତେ ପ୍ରକୃତରେ ଯୁବକ ମାନଙ୍କୁ ଉତ୍ସାହିତ କରିବା। ଯୁବକ ସମାଜ କିପରି ନିଶାଠୁ ଦୁରରେ ରହି ନିଶାମୁକ୍ତ ହୋଇପାରିବେ, ନିଜେ ସ୍ବାବଲମ୍ବୀ ହୋଇ ରୋଜଗାର କରିପାରିବେ, ସେହି ଭାବରେ ଯୁବକ ମାନଙ୍କୁ ବିଭିନ୍ନ ଶିକ୍ଷା ଦେଵା ବିଷୟ ଉପରେ ଆଲୋଚନା ହୋଇଥିଲା। ଏବଂ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମର ଯୋଜନା ର ରୁପରେଖ ମଧ୍ୟ ପ୍ରସ୍ତୁତ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଘୁମୁସର ଜିଲ୍ଲା କୁ ଏକ ଉଦାହରଣ ବା ଆଦର୍ଶ ଜିଲ୍ଲାରେ ପରିଣତ କରିବା ପାଇଁ ସମସ୍ତେ ଶପଥ ପାଠ ମଧ୍ୟ କରିଥିଲେ। ଏଥିରେ ବହୁ କାର୍ଯ୍ୟକର୍ତ୍ତା ପାଖାପାଖି ୫ ଶହରୁ ଉର୍ଦ୍ଧ୍ବ ଯୋଗଦାନ କରିଥିବା ଦେଖାଯାଇଛି। କହିବାକୁ ଗଲେ ଆଜିର ଏହି କାର୍ଯ୍ୟକ୍ରମ ଭବ୍ୟ, ଶାନ୍ତି ଶୃଙ୍ଖଳା ଓ ଉତ୍ସାହର ସହିତ ଅନୁଷ୍ଠିତ ହେବା ସହିତ ସମସ୍ତଙ୍କ ଉପସ୍ଥିତି ରେ ମିଳିତ ଭାବରେ ଦଣ୍ଡାୟମାନ ହୋଇ ଜାତୀୟ ଗିତ ବନ୍ଦେ ମାତରଂ ଗାନ କରାଯାଇଥିଲା। ପରେ ପରେ ସମସ୍ତ ସନ୍ଥ ମାନଙ୍କ ଆଶ୍ରୀବାଦ ଗ୍ରହଣ କରାଯାଇଥିଲା ଓ ରାଜ୍ୟ କାର୍ଯ୍ୟକର୍ତ୍ତା ମାନଙ୍କ ସହଯୋଗ ସହାନୁଭୂତି କାମନା କରାଯାଇ , ସମସ୍ତ ଙ୍କ ସଦୟ ଉପସ୍ଥିତି କୁ ନେଇ ଧନ୍ୟବାଦ୍ ଅର୍ପଣରେ କାର୍ଯ୍ୟକ୍ରମ ର ସମାପ୍ତି ହୋଇଥିଲା।

Leave A Reply

Your email address will not be published.