ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନିର୍ବାଚନୀ ସାକ୍ଷରତା କାର୍ଯ୍ୟକ୍ରମ

14

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୧୭ ବର୍ଷରୁ ଊର୍ଦ୍ଧ୍ୱ ଛାତ୍ର ଛାତ୍ରୀଙ୍କୁ ନେଇଁ ନିର୍ବାଚନୀ ସାକ୍ଷରତା କ୍ଲବ, ଏସ୍ ଆଇ ଆର୍ – ୨୦୨୬, ଯୁବ ରେଡକ୍ରସ୍ ର ମିଳିତ ଆନକୂଲ୍ୟରେ ଏକ ନିର୍ବାଚନୀ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ର ଡେପୁଟି କଲେକ୍ଟର ଶ୍ରୀମତୀ ସୁଚିସ୍ମିତା ମାଝି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଯୁବପିଢୀଙ୍କୁ ନିର୍ବାଚନୀ ସାକ୍ଷରତା କ୍ଲବର କାର୍ଯ୍ୟ ଓ ବିଶେଷ ଗଭୀର ସଂଶୋଧନ ଆଇ ଆର୍ – ୨୦୨୬, ମାଧ୍ୟମରେ ଭୋଟର ତାଲିକାରେ ନାମ ନଥିଲେ ପୁନଃସଂଯୋଗ ବ୍ୟବସ୍ଥା ବିଷୟରେ ସଚେତନ କରାଇଥିଲେ। ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ରବେନ୍ଦ୍ର ପାଣଗ୍ରାହୀ ଛାତ୍ରଛାତ୍ରୀଙ୍କୁ ନାଗରିକତାର ସଦୁପଯୋଗ କରିବା ଓ ଭୋଟ ଦେଇ ସଠିକ୍ ନେତା ବାଛିବା ପାଇଁ ସଚେତନ କରାଇଥିଲେ।
କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ ସଂଯୋଜିକା କଳ୍ପନା ପଣ୍ଡା ପରିଚାଳନା କରିବା ସହ ସ୍ୱାଗତ ଅଭିଭାଷଣ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ତେଲୁଗୁ ଅଧ୍ୟାପକ ପି,ପ୍ରସାଦ ରାଓ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.