ବିଶିଷ୍ଟ ଶିକ୍ଷାବିତ୍ ଉଦୟନାଥ ପଣ୍ଡାଙ୍କ ବିୟୋଗ

17

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗାରାବନ୍ଧର ବାସିନ୍ଦା ବିଶିଷ୍ଟ ଶିକ୍ଷାବିତ୍ ଉଦୟନାଥ ପଣ୍ଡାଙ୍କ ଅକାଳ ବିୟୋଗ ଘଟିଛି। ହ୍ରୁଦରୋଗରେ ସେ ନିଜ ଭୂବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ଗମନ କରିଛନ୍ତି। ସେ ଗତକାଲି ସନ୍ଧ୍ଯାରେ ରାୟଗଡ଼ାରୁ ଫେରିଥିଲେ ଏବଂ ମଧ୍ୟରାତ୍ରରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରି ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା।
ଜଣେ ଶୃଙ୍ଖଳ ଶିକ୍ଷକ ଭାବେ ପାରଳାଖେମୁଣ୍ଡି ଗଜପତି ମହାବିଦ୍ୟାଳୟରୁ ଇଂରାଜୀ ଉଚ୍ଚ ମାନରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଉପାଧ୍ୟୁତ୍ତର ପରେ ହିଂଜିଳିକାଟୁ କଲେଜରେ ଅଧ୍ୟାପକ ରୂପେ ଯୋଗଦାନ କରିଥିଲେ। ପରେ ସେ ରାୟଗଡ଼ା କଲେଜରେ ଯୋଗଦାନ କରି ରାୟଗଡା ମହିଳା ମହାବିଦ୍ୟାଳୟର ଅଧ୍ଯକ୍ଷ ଭାବେ ଯୋଗଦାନ କରି ଅବସର ନେଇଥିଲେ। ତାଙ୍କର ସମସ୍ତଙ୍କ ସହ ସଦ୍ଭାବ , ଜ୍ଞାନୀ ଓ ଗୁଣୀ ହିସାବରେ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କର ବିୟୋଗରେ ଶିକ୍ଷାବିତ୍ ଦୁଷ୍ମନ୍ତ ମହାନ୍ତି , ରାୟଗଡା ବାର ଆସୋସିଏସନର ସଭାପତି ବ୍ରଜସୁନ୍ଦର ନାଏକ , କବି ସୁଶାନ୍ତ ନାଏକ , ଶିକ୍ଷାବିତ୍ ଡ.ଦ୍ୱିତୀଚନ୍ଦ୍ର ସାହୁ , ନାଗାବଳୀ ଲାୟନ୍ସ କ୍ଲବର ସଭାପତି ବିପିନ ବିହାରୀ ବିଶ୍ୱାଳ , ରୁବିରାଣୀ କୁଣ୍ଡୁ,ଶୁଭ୍ରା ପଣ୍ଡା , ଡ.ଆନନ୍ଦ ପାଢୀ , ସୁଦର୍ଶନ ପାଢୀ , ଲୋକନାଥ ରାଜୁ , ପ୍ରଭାକର ଦୋରା , ଲୋକନାଥ ପଣ୍ଡା ଓ ଅମୂଲ୍ଯରତ୍ନ ସାହୁ ତଥା ପାରଳାଖେମୁଣ୍ଡି ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ରସଂସଦର ସଭ୍ୟ/ସଭ୍ୟା ଶୋକପ୍ରକାଶ କରିଛନ୍ତି ଏବଂ ଦିବଂଗତ ପଣ୍ଡାଙ୍କ ପରିବାର ବୃନ୍ଦଙ୍କୁ ସମବେଦନା ଜଣାଇଛନ୍ତି ତଥା ଦିବଂଗତ ଆତ୍ମାଙ୍କ ନିକଟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.